ବିକାଶ ନାଁରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ୍‌

ନୟାଗଡ଼,୬।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ସିଧାମୂଳ ପଞ୍ଚାୟତ କାନାସିଂ ଗାଁରେ ସୂଚନାଫଳକ ବିକାଶର ବାର୍ତ୍ତା ବାଣ୍ଟୁ ଥିବାବେଳେ ସେହି ପ୍ରକଳ୍ପ ଖୋଜିଲେ ମିଳୁନି। ଅନ୍ୟପକ୍ଷେ କାମ ଅନାବଶ୍ୟକ ସ୍ଥାନରେ କରାଯାଇ ସରକାରୀ ଟଙ୍କାକୁ ଅପବ୍ୟୟ କରାଯାଇଥିବା ଅଭିଯୋଗ ହୋଇଛି। କାନସିଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଜଙ୍ଗଲ ଭିତରେ ରାସ୍ତା କାହିଁକି ତିଆରି ହୋଇଛି ବୁଝା ପଡୁନି। ସେହିପରି ଗାଁ ଶିବ ମନ୍ଦିରର ଭୋଗ ମଣ୍ଡପକୁ ଭକ୍ତ ନିର୍ମାଣ କରିଥିବାବେଳେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିଲ୍‌ କାହିଁକି ହେଲା ଲୋକ ବୁଝି ପାରୁ ନାହାନ୍ତି। ବିକାଶ ନାଁରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ୍‌ ହୋଇଥିବାରୁ ସ୍ଥାନୀୟ ଜନସାଧାରଣ ଜିଲାପାଳ ଓ ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରି ତଦନ୍ତ କରିବାକୁ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗାଁରେ ୫ଟି ସୂଚନା ଫଳକ ରହିଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାନାସିଂ ଗାଁ ଶିବ ମନ୍ଦିରଠାରୁ ନୂତନ କାନାସିଂ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ୨୦୨୩-୨୪ ଆର୍ଥିକ ବର୍ଷରେ ହୋଇଥିବା ଦର୍ଶାଯାଇଛି। ରାସ୍ତା ପାଇଁ ୫ ଲକ୍ଷ ୪ ହଜାର ୨୦୪ ଟଙ୍କା ସରକାରୀ ଅନୁଦାନ ମଞ୍ଜୁର ହୋଇଥିବା ଫଳକ କହୁଛି। ତେବେ ଏହି ରାସ୍ତା ଖୋଜିଲେ ମିଳୁ ନାହିଁ। ଜଙ୍ଗଲ ଭିତରେ ସେହି ରାସ୍ତା କରାଯାଇଥିବା କୁହାଯାଉଛି। ଜଙ୍ଗଲ ନିକଟରେ କୌଣସି ଗାଁ ନ ଥିବାବେଳେ ବ୍ଲକ୍‌ ପକ୍ଷରୁ ସେହି ରାସ୍ତା କାହିଁକି କରାଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ସେହିପରି ଏମ୍‌ଜିଏନ୍‌ଆରଇଜିଏସ୍‌ରେ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜକିଆରୀ ଗାଁର ୧୨ ଜଣ ଲୋକଙ୍କ ପାଇଁ ସୋଫିଟ୍‌ ଓ ଡଷ୍ଟବିନ୍‌ ପାଇଁ ୫ ହଜାର ଲେଖାଏଁ ୬୦ ହଜାର ଟଙ୍କା ଅନୁଦାନ ଆସିଛି। ଉର୍ମିଳା ପ୍ରଧାନଙ୍କ ରିଚାର୍ଜ ପିଟ ନାଁରେ ଏହା ବିଲ୍‌ ହୋଇଛି। ହେଲେ ସ୍ଥାନୀୟ ଲୋକ ସୋଫିଟ୍‌ ଓ ଡଷ୍ଟବିନ୍‌ କ’ଣ ଜାଣି ନାହାନ୍ତି ବୋଲିି କହିଛନ୍ତି। କାନାସିଂ ପୋଖରୀର ପଙ୍କ ଉଦ୍ଧାର ପାଇଁ ୨୦୨୧-୨୨ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୫ ଲକ୍ଷ ମଞ୍ଜୁର ହୋଇଛି। ହେଲେ ପଙ୍କ ଉଦ୍ଧାର ନ କରି ସରକାରୀ ଅନୁଦାନ ହଡପ୍‌ ହୋଇଥିବା ଅଭିଯୋଗ ହୋଇଛି। ଏଭଳିସ୍ଥଳେ ଗାଁ ପୋଖରୀର ପୁନରୁଦ୍ଧାର ହେଉ ନ ଥିବାରୁ ପରିତ୍ୟକ୍ତ ହୋଇ ପଡି ରହିଛି। ପୁଣି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୨୦୨୨-୨୩ରେ ଦାଶରଥୀଙ୍କ ଘରଠାରୁ ବଡମୁଣ୍ଡିଆ ପର୍ଯ୍ୟନ୍ତ ରାସ୍ତା ୭ ଲକ୍ଷ ଟଙ୍କାରେ ହୋଇଛି। ତାହା ଅନାବଶ୍ୟକ ଥିବାବେଳେ ରାସ୍ତା କରାଯିବାର କାରଣ ଜଣାପଡୁନି। ଏଥିରେ ଅନିୟମିତତା ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି। କାନାସିଂ ଶିବ ମନ୍ଦିର ଭୋଗ ମଣ୍ଡପ ଜଣେ ଭକ୍ତ ନିର୍ମାଣ କରିଥିବାବେଳେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଦର୍ଶାଇ ଅର୍ଥ ହଡପ କରାଯାଇଥିବା ଅଭିଯୋଗ ହୋଇଛି। ଗାଁରେ କୋଠଘର ନ ଥିବାବେଳେ ସରକାରୀ ଅନୁଦାନ ମିଳୁ ନାହିଁ। ସେହିଭଳି ଶିବ ମନ୍ଦିରର ଉନ୍ନୟନ ନାଁରେ ସରକାରୀ ଅର୍ଥ ହଡପ କରାଯାଇଥିବାବେଳେ ଠାକୁରଙ୍କ ଭୋଗ ରୋଷେଇ ପାଇଁ ରୋଷଶାଳା ଓ ମନ୍ଦିର ପ୍ରାଚୀର କରାଯାଉ ନାହିଁ। ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଗ୍ରୀଷ୍ମ ଋତୁରେ ଏହା ଉତ୍କଟ ରୂପ ଧାରଣ କରୁଛି। ୩ମାସ ତଳେ ଗାଁ ଲୋକ ଖଣ୍ଡପଡ଼ା ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। ହେଲେ ସମସ୍ୟା ସମାଧାନ ହେବା ବଦଳରେ ବଢ଼ି ଚାଲିଛି। ବ୍ଲକ୍‌ ପକ୍ଷରୁ ବନସୁରକ୍ଷା ଗୃହ ଆସିଛି। ହେଲେ ଗୃହ ନିର୍ମାଣ କରାଯାଉନି। ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri