ଶିଶିର ସରସ ମେଳାରେ ୨୪ କୋଟିରୁ ଉର୍ଦ୍ଧ୍ୱ ବେପାର

ଭୁବନେଶ୍ୱର,୩୦।୧(ବ୍ୟୁରୋ):ବରମୁଣ୍ଡାସ୍ଥିତ ବିଜୁପଟ୍ଟନାୟକ ଖେଳ ପଡ଼ିଆରେ ଚାଲିଥିବା ଶିଶିର ସରସ ମେଳା ରବିବାର ଶେଷ ହୋଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି ପକ୍ଷରୁ ଗ୍ରାମୀଣ କାରିଗର ଓ ସ୍ବୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ଉପତ୍ାଦିତ ସାମଗ୍ରୀର ବିକ୍ରିବଟା ନିମନ୍ତେ ଏହି ମେଳା ବଡ଼ ପ୍ଲାଟ୍‌ଫର୍ମ ସୃଷ୍ଟି କରିଥିଲା। ଏହି ମେଳାରେ ୨୪ଟି ରାଜ୍ୟ ସହ ଓଡ଼ିଶାର ୩୦ଟି ଜିଲାରୁ କାରିଗରମାନେ ଅଂଶଗ୍ରହଣ କରିଥିଲେ। ମୋଟ ୮୫୭ଜଣ କାରିଗର ମେଳାରେ ଅଂଶଗ୍ରହଣ କରିବା ସହ ନିଜ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରି କରିଥିଲେ। ଓଡ଼ିଶା ସମେତ ଅନ୍ୟ ରାଜ୍ୟର ୩୫୬ଟି ଷ୍ଟଲ୍‌ ଖୋଲିଥିଲା। ଓରମାସ୍‌, ସହଯୋଗୀ ସଂସ୍ଥା ମିଶନ ଶକ୍ତି, ନାବାର୍ଡ ପକ୍ଷରୁ ମୋଟ୍‌ ୬୩ଟି ଷ୍ଟଲ୍‌ ସ୍ଥାନ ପାଇଥିଲା। ଚଳିତବର୍ଷ ୨୪କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଛି ବୋଲି ଓର୍‌ମାସ୍‌ ତରଫରୁ ସୂଚନା ଦିଆଯାଇଛି। ଏଥିସହ ରାଜ୍ୟରେ ୨୭ଟି ପଲ୍ଲିଶ୍ରୀ ମେଳା ଓ ୨ଟି ଶିଶିର ସରସ ମେଳାର ଆୟୋଜନ କରାଯାଇଥିଲା। ସେହିପରି ଆୟୋଜିତ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାରେ ସମୁଦାୟ ୩୭କୋଟି ଟଙ୍କାର ବ୍ୟବସାୟ ହୋଇଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଉପତ୍ାଦିତ ଗ୍ରାମୀଣ ସାମଗ୍ରୀର ବିକ୍ରିବଟାରେ ମୋଟ ୬୦କୋଟି ଟଙ୍କାର ବ୍ୟବସାୟ ହୋଇପାରିଛି। ଉଦ୍‌ଯାପନୀ ସାର ବିଭିନ୍ନ ବର୍ଗରେ ଉତ୍କର୍ଷ ପ୍ରଦାନ କରିଥିବା ୧୦ଟି ଷ୍ଟଲକୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଇନୋଭେଟିଭ୍‌ ଷ୍ଟଲ୍‌ ଭାବେ ଖୋର୍ଦ୍ଧାର ଜୟଦେବ ବନାନା ଫାମର୍ସ ଆଣ୍ଡ୍‌ ଆର୍ଟିସାନ୍‌, ଶ୍ରେଷ୍ଠ ପ୍ରଦର୍ଶନ ଷ୍ଟଲ୍‌ ଭାବେ କଳାହାଣ୍ଡିର ଉପତ୍ାଦକ ଗୋଷ୍ଠୀ, ଶ୍ରେଷ୍ଠ ବିକ୍ରୟଶୈଳୀ ପାଇଁ ଗୁଜରାଟର ମିଲନ୍‌ ଶକ୍ତି ସ୍ବୟଂସହାୟକ ଗୋଷ୍ଠୀ, ସର୍ବାଧିକ ବିକ୍ରୟ ପାଇଁ ଉତ୍ତରପ୍ରଦେଶର ଜୟଦୁର୍ଗା ମହିଳା ସ୍ବୟଂ ସହାୟିକା ଆଦିକୁ ପୁରସ୍କୃତ କରାଯାଇଥିଲା। ସେହିପରି ଫୁଡ୍‌ ଷ୍ଟଲରେ ସର୍ବାଧିକ ବିକ୍ରିି ପାଇଁ ମୟୂରଭଞ୍ଜର ବାରିପଦା ମୁଢି ମାଂସ ଷ୍ଟଲକୁ ପୁରସ୍କୃତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri