ମଦଭାଟିରୁ ବାହାରିଲାଣି ୨୦୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା: ଗଣିବାକୁ ଲାଗିବ ଆହୁରି ୩ରୁ ୪ ଦିନ

ବଲାଙ୍ଗୀର, ୭ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହରର ମଦଭାଟିରୁ ୨୦୦ କୋଟିରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ଆୟକର ବିଭାଗ ଜବତ କରିବା ଘଟଣା ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି। ମଦଭାଟିକୁ ଏତେ ପରିମାଣର ଟଙ୍କା କୁଆଡୁ ଆସିଲା ତାକୁ ନେଇ ଏବେ ଘନ ଘନ ଚର୍ଚ୍ଚା ଜାରି ରହିଛି। ଟିକସ ଫାଙ୍କି ସନ୍ଦେହରେ ବୁଧବାରଠାରୁ ବଲାଙ୍ଗୀର ଓ ଟିଟିଲାଗଡ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଆୟକର ବିଭାଗର ଏହି ଚଢ଼ାଉ ଅଭିଯାନ ଗୁରୁବାର ମଧ୍ୟ ଜାରି ରହିଛି। ବୁଧବାର ରାତି ସୁଦ୍ଧା ଆୟକର ବିଭାଗ ବଲଙ୍ଗୀର ସହରର ସୁଦପଡା ଦେଶୀ ମଦଭାଟି ଏବଂ କ୍ଳବ୍‌ପଡା କାର୍ଯ୍ୟ କାର୍ଯ୍ୟାଳୟ ସମେତ ଟିଟିଲାଗଡ ସହରର ତିନୋଟି ସ୍ଥାନରୁ ବସ୍ତା ବସ୍ତା ଟଙ୍କା ଜବତ କରିଥିବା ଜଣାପଡିଥିଲା।

ଆୟକର ବିଭାଗ ଅଧିକାରୀମାନେ ଏହି ଚଢ଼ାଉ ସମ୍ପର୍କରେ ମୁହଁ ଖୋଲୁ ନ ଥିଲେ ମଧ୍ୟ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସୁଦପଡା ମଦଭାଟି ଏବଂ କ୍ଳବ୍‌ପଡା ମଦ କାର୍ଯ୍ୟାଳୟରୁ ୧୫୬ଟି ବ୍ୟାଗ୍‌ ଓ ବସ୍ତାଭର୍ତ୍ତି ଟଙ୍କା ଟ୍ରକ୍‌ ଯୋଗେ ବଲାଙ୍ଗୀର ଏସ୍‌ପି ଅଫିସ ସମ୍ମୁଖ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ମୁଖ୍ୟ ଶାଖା ଓ କ୍ଷେତ୍ରୀୟ ବ୍ୟବସାୟିକ ଶାଖାକୁ ଆଣିଥିଲେ। ଗୁରୁବାର ସକାଳୁ ୫ଟି ଟଙ୍କାଗଣା ମେଶିନ୍‌ରେ ଜବତ ଟଙ୍କା ଗଣିବା ଆରମ୍ଭ କରାଯାଇଥିଲା।

ମିଳିଥିବା ସୂଚନା ମୁତାବକ ପ୍ରଥମ ଗୋଟିଏ ବ୍ୟାଗ୍‌ରୁ ଅଢ଼େଇ କୋଟି ଟଙ୍କା ବାହାରିଥିବା ଜଣାପଡିଛି। ଗୁରୁବାର ଆୟକର ବିଭାଗ ଆଡିସନାଲ ଡାଇରେକ୍ଟର ଗୁରପ୍ରୀତ ସିଂ ବଲାଙ୍ଗୀର ଏସବିଆଇ ଶାଖାକୁ ପହଞ୍ଚତ୍ ଟଙ୍କା ଗଣତି ପ୍ରକ୍ରିୟା ତଦାରଖ କରିଥିବା ଜଣାପଡିଛି। ମଦଭାଟି ଭିତରେ ୯ଟି ଆଲମିରା ଓ କିଛି ବସ୍ତା ଭର୍ତ୍ତି ଟଙ୍କା ଜବତ କରାଯାଇଥିବାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆୟକର ବିଭାଗ ଜବତ କରିଥିବା ଜଣାପଡିଛି। ତେବେ ଏହି ମଦଭାଟିରେ ଆଉ କ’ଣ ଜିନିଷ ପତ୍ର ରହିଛି ଓ ଅନ୍ୟ କେଉଁଠି ଟଙ୍କା ରହିଛି କି ନାହିଁ ତାକୁ ନେଇ ତନାଘନା ଚାଲିଛି। ସୁଦପଡା ମଦଭାଟି ଏବଂ କ୍ଳବପଡା ଅଫିସକୁ ଆୟକର ବିଭାଗ ଅଧିକାରୀମାନେ ସମ୍ପୂର୍ଣ୍ଣ ଭାବେ ନିଜ ଅଧୀନରେ ରଖିଛନ୍ତି। ସେଠାରେ କାମ କରୁଥିବା ୩୦ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ମଧ୍ୟ କେହି କୁଆଡେ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁଦପଡା ମଦଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଗୁରୁବାର ବ୍ୟାଙ୍କକୁ ଅଣାଯାଇ ତାଙ୍କରି ଉପସ୍ଥିତିରେ ଟଙ୍କା ଗଣା ପ୍ରକ୍ରିୟା ଆରମ୍ଭ କରାଯାଇଛି।

ବଲାଙ୍ଗୀର ଆଡିସନାଲ ଏସ୍‌ପି ସୁରେଶ ନାଏକ, ଡିଏସ୍‌ପି ଯୋଗେଶ୍ୱର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଗୁରୁବାର ସନ୍ଧ୍ୟା ସୁଦ୍ଧା ମାତ୍ର ୧୦ଟି ବ୍ୟାଗ୍‌ର ଟଙ୍କା ଗଣାଯାଇଥିବା ଜଣାପଡିଛି। ବୁଧବାର ଭୁବନେଶ୍ୱରର ୩୦ ଜଣିଆ ଆୟକର ଟିମ୍‌ ବଲାଙ୍ଗୀର ଓ ଟିଟିଲାଗଡର ଏକାଧିକ ସ୍ଥାନରେ ଚଢ଼ାଉ କରିଥିଲେ। ଟିଟିଲାଗଡର ଜଣାଶୁଣା ମଦ ବ୍ୟବସାୟୀ ସଞ୍ଜୟ ସାହୁ ଓ ଦୀପକ ସାହୁଙ୍କ ଘରେ ଆୟକର ବିଭାଗର ଚଢ଼ାଉ ପରେ ବଲାଙ୍ଗୀର ସୁଦପଡା ମଦଭାଟି ଓ କ୍ଳବ୍‌ପଡା ମଦ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା। ଝାରଖଣ୍ଡର ବଲଦେବ ସାହୁ ଆଣ୍ଡ ସନ୍ସ କମ୍ପାନୀ ପରିଚାଳିତ ମଦଭାଟି ଗୁଡିକରେ ଟିକସ ଫାଙ୍କିକୁ ନେଇ ଆୟକର ବିଭାଗର ଏକକାଳୀନ ଚଢ଼ାଉ ପରେ ଶତାଧିକ କୋଟି ଟଙ୍କା ଜବତ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri