ବାଟ ଓଗାଳୁଛି ଆଧାର, ବ୍ୟାଙ୍କ ଜମାଖାତା

ରସୁଲପୁର,୫ା୪(ଡି.ଏନ.ଏ.):ରସୁଲପୁର ବ୍ଲକ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ଆଇନର ବାଟ ଓଗାଳୁଛି ଆଧାର କାର୍ଡ ଓ ବ୍ୟାଙ୍କ ଜମାଖାତା। ଆଧର ଲିଙ୍କ୍‌ ହୋଇପାରୁ ନ ଥିବାରୁ ବ୍ଲକ ଅଞ୍ଚଳରେ ୨ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ଚାଉଳ ବନ୍ଦ ରହିଛି। ଆଧାର ଓ ବ୍ୟାଙ୍କ ଜମାଖାତା ନ ଥିବା ହିତାଧିକାରୀଙ୍କ ଚାଉଳ ବନ୍ଦ କରିବାକୁ ସରକାରୀ ନିର୍ଦ୍ଦେଶ ରହିଥିବା ଡିଲରମାନେ କହୁଛନ୍ତି। ଏହି ନିର୍ଦ୍ଦେଶନାମାକୁ ଯୋଗାଣ ବିଭାଗ ପାଳନ କରିବା ବେଳେ ଅଧିକାଂଶ ବୃଦ୍ଧାବୃଦ୍ଧ ହିତାଧିକାରୀ ଚାଉଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏବେ ବ୍ୟାଙ୍କ ଜମାଖାତା ନ ଥିବା ହିତାଧିକାରୀଙ୍କୁ ଚାଉଳ ବନ୍ଦ କରିବା ପାଇଁ ବଣ୍ଟନ ଦାୟିତ୍ୱରେ ଥିବା ଏଜେନ୍ସି ଖୋଲାଖୋଲି କହୁଛନ୍ତି। ଏହାକୁ ମିଶାଇଲେ ଚାଉଳ ବନ୍ଦ ହେଉଥିବା ହିତାଧିକାରୀଙ୍କ ସଂଖ୍ୟା ଆହୁରି ବଢିବ ବୋଲି ମତ ପ୍ରକାଶ ପାଇଛି।
ନିମୟାନୁଯାୟୀ, ଏହି ଯୋଜନାରେ ସାମିଲ ହିତାଧିକାରୀ ଚାଉଳ ପାଇବାରୁ ବଞ୍ଚତ୍ତ ହୋଇପାରିବେ ନାହିଁ। ଏ ନେଇ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ ବି କରିଛନ୍ତି। ଏହା ପରେ ଆଧାର, ବ୍ୟାଙ୍କ ପାସବୁକ୍‌, ଏକାଧିକ ସ୍ଥାନରେ ହିତାଧିକାରୀମାନଙ୍କ ନାମ ଥିବା ଆଳରେ ବହୁ ହିତାଧିକାରୀଙ୍କୁ ଚାଉଳରୁ ବଞ୍ଚତ୍ତ କରାଯାଉଛି। ଏହାଛଡା ସବୁ ସମୟରେ ଜଣେ ଯୋଗ୍ୟ ହିତାଧିକାରୀ ଯୋଜନାରେ ସାମିଲ ହେବେ ଓ ଅଯୋଗ୍ୟକୁ ଚିହ୍ନଟ କରାଯାଇ ଯୋଜନାରୁ ବାଦ୍‌ ଦିଆଯିବାର ନିୟମ ରହିଛି। ହେଲେ ଦୀର୍ଘ ସମୟ ଧରି ଖାଦ୍ୟ ସୁରକ୍ଷା ଯୋଜନା ସାଇଟ୍‌କୁ ବନ୍ଦ ରଖାଯାଇଛି।ଫଳରେ ନୂତନ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ସମ୍ଭବ ହେଉନାହିଁ, ଯାହାକି ଯୋଜନାର ଅସଲ ଉଦ୍ଦେଶ୍ୟ ପୂରଣ ହେବାରେ ବାଧା ସୃଷ୍ଟି କରୁଛି। ଏସବୁ ପରେ ସରକାର କୋର୍ଟରେ ସତ୍ୟପାଠ ଜରିଆରେ ଗୋଟିଏ କଥା କହୁଥିବା ବେଳେ ବାସ୍ତରେ କ୍ଷେତ୍ରରେ ଭିନ୍ନ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି।
ଏହି କ୍ରମରେ ଦେଖିଲେ ୨୦୧୧ ଜନଗଣନା ଅନୁସାରେ ରସୁଲପୁର ବ୍ଲକରେ ୩୬ହଜାରୁ ଊର୍ଦ୍ଧ୍ୱ ପରିବାର ଅଛନ୍ତି। ସେଥିମଧ୍ୟରୁ ୩୧,୭୭୨ ପରିବାରର ୧ଲକ୍ଷ୨୩ହଜାର୬୫୩ ବ୍ୟକ୍ତି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଅଛନ୍ତି ା ଅନ୍ତେଦ୍ୱୟ ଅନ୍ନ ଯୋଜନା ଜରିଆରେ ୪୩୪୪ ପରିବାରର, ୧୫,୨୮୬ଜଣଙ୍କୁ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ୨୪୭୨ ପରିବାରର ୮,୧୬୪ଜଣଙ୍କୁୁ ଚାଉଲ ଉପଲବ୍ଧ ହେଉଛି। ତେବେ ମୋଟରେ ୪୪,୨୮୦ ପରିବାରର ୧ଲକ୍ଷ ୪୭ହଜାର୧୦୩ ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି। ଉକ୍ତ ପରିବାରର ଶତ ପ୍ରତିଶତ ଲୋକଙ୍କ ଆଧାର ସିଡିଲିଂ କରିବା ପାଇଁ ଏକ ପ୍ରକାର ବାଧ୍ୟତାମୂଳକ ବୋଲି କୁହାଯାଉଛି। ବ୍ଲକ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୩୧,୫୦୪ ପରିବାରର ଆଧାର କାର୍ଡ ଭାଲିଡେଶନ ହୋଇସାରିଛି ା ଅନ୍ତେଦ୍ୱୟ ଅନ୍ନ ଯୋଜନାରୁ ୩୯ଟି ପରିବାର ଓ ପିଏଚଏଚ କାର୍ଡ ପରିବାର ମଧ୍ୟରୁ ୯୮ଟି ପରିବାରକୁ ମିଶାଇ୧୩୭ଟି ପରିବାରର ଆଦୌ ଆଧାର କାର୍ଡ ନ ଥିବା ଜଣାଯାଇଛି। ଏଭଳି ମୋଟାମୋଟି ଭାବେ ଦେଖିଲେ ଏବେ ବି ୨୫୦୦ରୁ ଊର୍ଦ୍ଧ୍ୱ ପରିବାରର ଆଧାର ଭାଲିଡେଶନ ହୋଇପାରି ନାହିଁ। ଆଧାର ଭାଲିଡେଶନ ହୋଇ ପାରି ନ ଥିବାରୁ ସେମାନଙ୍କ ଚାଉଲ ବନ୍ଦ ହୋଇଯିବା ନିଶ୍ଚିତ ହୋଇଛି। ହିତାଧିକାରୀମାନେ ବିଡିଓଙ୍କଠାରୁ ଆରମ୍ଭ କରି ଜିଲାସ୍ତରୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରୁଛନ୍ତି। ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ପାରୁନାହିଁ। ବିଭାଗ ସହ ଯୋଗାଯୋଗ କରିବାରୁ ସେମାନଙ୍କୁ ଯାହା ସରକାରୀ ନିର୍ଦ୍ଦେଶ ମିଳିଛି, ସେହି ଆଧାରରେ ସେମାନେ କାମ କରୁଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନା ସାଇଟ୍‌ ଖୋଲିବା ପରେ ଯାହାକିଛି ସମସ୍ୟା ସମାଧାନ ହୋଇପାରିବ ବୋଲି ବ୍ଲକ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଶାପୋଷଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri