୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ, ୨୫ କେଜି ବାରୁଦ ଜବତ

ଖୋର୍ଦ୍ଧା/ବେଗୁନିଆ,୧୫ା୧୦(ପ୍ରଭାତ ପାଣିଗ୍ରାହୀ/ହର ପ୍ରସନ୍ନ ପଣ୍ଡା)ଆଗକୁ ଆସୁଛି ଦଶହରା ଓ ଆଲୋକର ପର୍ବ ଦୀପାବଳି। ଏଥିପାଇଁ ବିଭିନ୍ନ ସ୍ଥାନରେ ଏବେଠୁ ବାଣ ବିକ୍ରି ଚାଲିଲାଣି। ତେବେ ବେଆଇନ ଭାବେ ବାଣ ପ୍ରସ୍ତୁତ ହେଉଥିବା ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଧୀନ କଣ୍ଟାବାଡ଼ ସ୍ଥିତ ମୁକୁନ୍ଦପୁର ଗ୍ରାମରେ ଶନିବାର ପୋଲିସ ଚଢ଼ାଉ କରି ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ ବିଶ୍ୱନାଥ ମହାପାତ୍ର। ଆତସବାଜି ପ୍ରସ୍ତୁତ ହେଉଥିବା କୋଠରିରୁ ୨୫ କେଜି ବାରୁଦ ସହିତ ୧୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକାର ବାଣ ଜବତ କରାଯାଇଛି। ଏ ସମ୍ପର୍କରେ ପୋଲିସ ଏକ ମାମଲା (ନଂ.୩୬୪/୨୩) ରୁଜୁକରି ଅଧିକ ତଦନ୍ତ ଚଳାଇଛି।
ସୂଚନା ମୁତାବକ, ମୁକୁନ୍ଦପୁର ଗ୍ରାମରେ ବେଆଇନ ଭାବେ ବାଣ ପ୍ରସ୍ତୁତ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହା ପରେ ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ ଓ ଏସ୍‌ଡିପିଓ ଦିଲୀପ ଦାସଙ୍କ ନିର୍ଦ୍ଦେଶକ୍ରମେ ବେଗୁନିଆ ଥାନା ଅଧିକାରୀ ବିଶ୍ବଜିତ୍‌ ରାଉତରାୟଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଶନିବାର ସକାଳେ ମୁକୁନ୍ଦପୁର ଗ୍ରାମର ବିଶ୍ୱନାଥଙ୍କ ଘରେ ଚଢ଼ାଉ କରିଥିଲା। ଏକ କୋଠରିରେ ଗଚ୍ଛିତ ଥିବା ଭଳିକି ଭଳି ହାତ ତିଆରି ଧପିଧପି, କୁମ୍ପି ବାଣ, ବାଡିଆ ବାଣ, ଝରଝରି ଆଦି ୫୦ପେଟିରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକାର ବାଣ ଜବତ କରିଥିଲା। ଏଥିସହ ବାଣ ପ୍ରସ୍ତୁତ ପାଇଁ ଥିବା ବାରୁଦ ୨୫କେଜି ଜବତ ହୋଇଛି। ଜବତ ବାଣଗୁଡିକୁ ଦୁଇଟି ମିନି ଟ୍ରକ୍‌ରେ ଥାନାକୁ ଅଣାଯାଇଛି। ଉକ୍ତ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବାରୁ ବିଶ୍ୱନାଥଙ୍କୁ ଗିରଫ କରାଯାଇଛି। ଏହି ଚଢ଼ାଉରେ ଏସ୍‌ଆଇ ଉମାକାନ୍ତ ବେହେରା, ଏଏସ୍‌ଆଇ ଜେ.ପୂଜାରୀ, ପି.କେ. ଆଚାର୍ଯ୍ୟ, ଏମ୍‌. ବେହେରା, ବି.ବଳବନ୍ତରାୟ, ପି.କେ. ବେହେରା ପ୍ରମୁଖ ସାମିଲ ଥିଲେ। ସୂଚନାଥାଉ କି, ୨୦୨୦ ଅଗଷ୍ଟ ୧୬ରେ ବିଶ୍ବନାଥଙ୍କ ଘରେ ବାଣ ପ୍ରସ୍ତୁତ ବେଳେ ବଡ଼ଧରଣର ଅଘଟଣ ଘଟିଥିଲା। ୪ରୁ ୫ ବଖରା ଘର କ୍ଷତିଗ୍ରସ୍ତ ହୋଇଥିଲା। ବେଗୁନିଆ ପୋଲିସ ପହଞ୍ଚି ବିଶ୍ୱନାଥଙ୍କ ଘରୁ ୨ଲକ୍ଷ ଟଙ୍କାର ବାଣ ଜବତ କରିଥିଲା। ବେଆଇନ ବାଣ ପ୍ରସ୍ତୁତ ଓ ବିକ୍ରି କରୁଥିବା ଅଭିଯୋଗରେ ଥାନାରେ ଏକ ମାମଲା (ନଂ.୧୬୬/୨୦) ରୁଜୁ ହୋଇଥିଲା। ତେବେ ପୁଣି ୩ବର୍ଷ ପରେ ବିଶ୍ୱନାଥଙ୍କ ଘରୁ ୧୨ଲକ୍ଷ ଟଙ୍କାର ବିଭିନ୍ନ ପ୍ରକାର ବାଣ ଏବଂ ବାରୁଦ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri