‘ଅଧିକ ଲୋକ, ମେଶିନ ନିୟୋଜନ କର’

ଭୁବନେଶ୍ୱର, ୧୦।୩(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ସରକାର ଏବେ ତତ୍ପରତା ଦେଖାଉଛନ୍ତି। ପ୍ରତିଦିନ ଏନେଇ ସମୀକ୍ଷା ମଧ୍ୟ କରାଯାଉଛି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବନାଗ୍ନି ପରିସ୍ଥିତିର ସମୀକ୍ଷା କରି ଅଗ୍ନି ନିର୍ବାପନ କାର୍ଯ୍ୟରେ ଅଧିକ ଲୋକ ଓ ମେଶିନ ନିୟୋଜନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବ୍ୟାପୀ ବନାଗ୍ନି ନିର୍ବାପନ କାର୍ଯ୍ୟରେ ଓଡ୍ରାଫ୍‌କୁ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେବାର ଦିନକ ପରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ସାରା ରାଜ୍ୟରେ ବନାଗ୍ନିର ପ୍ରଶମନ ନିମନ୍ତେ ଓଡ୍ରାଫ୍‌ ଟିମ୍‌ ସହାୟତା ଯୋଗାଇବାକୁ ପଦକ୍ଷେପ ଗ୍ରହଣ କରିଛି। ଏହି ପରିପ୍ରେକ୍ଷୀରେ ଓଡ୍ରାଫ୍‌ ଟିମ୍‌ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ପହଞ୍ଚତ୍ ସାରିଛି।
ମଙ୍ଗଳବାର ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ରାଜ୍ୟର ସମସ୍ତ ଜିଲାର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ବନଖଣ୍ଡ ଅଧିକାରୀଙ୍କ ସହ ବନାଗ୍ନି ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତିି। ସମ୍ପୃକ୍ତ ଜିଲାସ୍ତରୀୟ ଅଧିକାରୀ ତଥା କର୍ମଚାରୀଙ୍କୁ ବନାଗ୍ନିର ବିସ୍ତାରକୁ ରୋକିବା ଓ ନିର୍ବାପନ ନିମନ୍ତେ ଉଦ୍ୟମ ଜାରି ରଖିବା ସହ ରାତ୍ରିକାଳୀନ ପାଟ୍ରୋଲିଂ ଜୋର୍‌ଦାର କରିବା ପାଇଁ ସେ କହିଛନ୍ତି। ଏଥିସହ ତୁରନ୍ତ ବନାଗ୍ନି ସତର୍କ ସୂଚନାଗୁଡ଼ିକୁ ତଦାରଖ କରି ପାହାଡ଼ ଅଞ୍ଚଳର ବନାଗ୍ନିକୁ ପ୍ରାଥମିକତା ଦେଇ ବିହୀତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ଲାଗି ଭିଏସ୍‌ଏସ୍‌ଏନ୍‌/ଇଡିସିଗୁଡ଼ିକ ସମେତ ପିଆର୍‌ଆଇ ଅନୁଷ୍ଠାନର ସ୍ଥାନୀୟ କର୍ମକର୍ତ୍ତାଙ୍କୁ ମଧ୍ୟ ଏହି କାର୍ଯ୍ୟରେ ଜଡ଼ିତ କରିବାକୁ ପରାମର୍ଶ ଦେଇଛନ୍ତି।
ବନ ବିଭାଗ ସୂଚନାନୁସାରେ, ସାମ୍ପ୍ରତିକ ବନାଗ୍ନି ପରିସ୍ଥିତିକୁ ଅଧିକ ପ୍ରଭାବଶାଳୀ ଭାବେ ମୁକାବିଲା ତଥା ଫଳପ୍ରସୂ କରିବା ପାଇଁ ଅଧିକ ଲୋକ ଓ ଯାନ୍ତ୍ରିକ ବଳ ନିୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସାରା ରାଜ୍ୟରେ ଅଧିକ ୧୦୦ଟି ଦଳକୁ ଆବଶ୍ୟକ ଅନୁଯାୟୀ ବିଭିନ୍ନ ସ୍ଥାନରେ ନିୟୋଜନ କରିବା ପାଇଁ ସ୍ଥିର କରାଯାଇଛି। ଏହାସହ ଅଧିକ ୭୦୦ଟି ବ୍ଲୋୟର ମେଶିନ ବନାଗ୍ନି ନିର୍ବାପନ କାର୍ଯ୍ୟରେ ଯଥାଶୀଘ୍ର ଲଗାଇବାର ବ୍ୟବସ୍ଥା କରାଯାଉଛି। ଜଙ୍ଗଲ ସଂଲଗ୍ନରେ ଥିବା ୩୦୦୦ ଗ୍ରାମକୁ ବନାଗ୍ନି ପ୍ରଶମନ ଓ ପ୍ରତିହତରେ ସହାୟତା ନିମନ୍ତେ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା କରାଯାଉଛି। ସ୍ଥାନୀୟ ବନଖଣ୍ଡ ଅଧିକାରୀ ଓ କୃଷି ଅଧିକାରୀଙ୍କ ସହାୟତାରେ ଜଙ୍ଗଲ ସଂଲଗ୍ନ ଗ୍ରାମଗୁଡ଼ିକରେ କୃଷି ବର୍ଜ୍ୟବସ୍ତୁର ଅବହେଳିତ ଦହନର ନିରାକରଣ ନିମନ୍ତେ ପଦକ୍ଷେପ ନେବା ସହ ଆବଶ୍ୟକ ସ୍ଥଳେ ପାଣିଟାଙ୍କି ବ୍ୟବହାର କରି ବନାଗ୍ନିକୁ ଆୟତ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଛି। କ୍ଷେତ୍ର କର୍ମଚାରୀଙ୍କର ସମୟୋପଯୋଗୀ ନିରନ୍ତର ପ୍ରଚେଷ୍ଟା ଫଳରେ ଗତ ଦୁଇ ଦିନରେ ଫାୟାର ପଏଣ୍ଟ ସଂଖ୍ୟା କମିଛି। ୭ ତାରିଖରେ ଫାୟାର ପଏଣ୍ଟ ସଂଖ୍ୟା ୬୨୫୮ ଥିବା ବେଳେ ୮ତାରିଖରେ ୩୨୫୮କୁ ହ୍ରାସ ପାଇଛି। ଗତ ୨୪ଘଣ୍ଟାର ରିର୍ପୋଟିଂ ଅବଧିରେ ଶତକଡ଼ା ୯୫ଭାଗରୁ ଅଧିକ ଫାୟାର ପଏଣ୍ଟର ବନାଗ୍ନିକୁ ନିର୍ବାପିତ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri