ଅଧିକ ପେନ୍‌କିଲର କିଡ୍‌ନୀ ପାଇଁ ବିପଦ

ଆଜିକାଲି ଘରେ ଘରେ ଲୋକେ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ଥିବା ଦେଖିବାକୁ ମିଳୁଛି। ସେମାନଙ୍କ ମଧ୍ୟରେ କିଡ୍‌ନୀ ରୋଗୀ ବି ଅଧିକ। ତେବେ କିଡ୍‌ନୀ ରୋଗ କାହିଁକି ହୁଏ, ଏହାର ନିରାକରଣ, ଚିକିତ୍ସା କିପରି ହୁଏ ସେ ସମ୍ପର୍କରେ ନେଫ୍ରୋଲୋଜିଷ୍ଟ ଡା. ବିବେକାନନ୍ଦ ପଣ୍ଡାଙ୍କ ସହିତ ଧରିତ୍ରୀର ଅସମାପିକା ସାହୁଙ୍କ ଆଳାପ। ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ଡା. ପଣ୍ଡା ବ୍ରହ୍ମପୁର ଏମ୍‌କେସିଜିରୁ ୧୯୯୧ରେ ଏମ୍‌ବିବିଏସ୍‌ ପାସ୍‌ କରିବା ପରେ କଟକ ଏସ୍‌ସିବିରେ ମେଡିସିନ୍‌ରେ ପିଜି କରିଥିଲେ। ଏହାପରେ କୋଏମ୍ବାଟୁରରେ ସୁପର ସ୍ପେଶାଲାଇଜେଶନ କରିଥିଲେ। ସ୍ବାସ୍ଥ୍ୟସେବାରେ ତାଙ୍କର ୨୫ବର୍ଷର ଅଭିଜ୍ଞତା ରହିଛି।

ପ୍ରଶ୍ନ- କିଡ୍‌ନୀ ରୋଗ କେତେ ପ୍ରକାର?
ଉତ୍ତର- କିଡ୍‌ନୀ ରୋଗକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରିବ। ଗୋଟେ ହେଉଛି ଆକ୍ୟୁଟ୍‌ କିଡ୍‌ନୀ ଡିଜିଜ୍‌ ଓ ଅନ୍ୟଟି କ୍ରନିକ୍‌ କିଡ୍‌ନୀ ଡିଜିଜ୍‌। ଆକ୍ୟୁଟ୍‌ କିଡ୍‌ନୀ ଡିଜିଜ୍‌ରେ କିଛି ସମୟ ପାଇଁ କିଡ୍‌ନୀ ଖରାପ ହୋଇଥାଏ। ତାହା ଚିକିତ୍ସା କରାଗଲେ ସମ୍ପୂର୍ଣ୍ଣ ଠିକ୍‌ ହୋଇପାରେ। ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଆନ୍ତି। କିନ୍ତୁ କ୍ରନିକ୍‌ କିଡ୍‌ନୀ ଡିଜିଜ୍‌ ହେଲେ ଭଲ ହୋଇପାରିବ ନାହିଁ। ତାହା ଧୀରେ ଧୀରେ ଆଗକୁ ଖରାପ ହୋଇଯିବ। ଆଉ ତାହା ଡାଏଲିସିସ୍‌ ଓ କିଡ୍‌ନୀ ପ୍ରତିରୋପଣ ପର୍ଯ୍ୟନ୍ତ ଦରକାର ପଡ଼ିପାରେ।
ପ୍ରଶ୍ନ- କ୍ରନିକ୍‌ କିଡ୍‌ନୀ ଡିଜିଜ୍‌ କ’ଣ?
ଉତ୍ତର- ଏହାର ୫ଟି ଷ୍ଟେଜ୍‌ ରହିଛି। ଯଦି ଷ୍ଟେଜ୍‌ ୨ କିମ୍ବା ୩ରେ ଥିବ, ତାକୁ ଚିକିତ୍ସା କରାଯାଇ ଆଗକୁ ଖରାପ ହେବାରୁ ରୋକାଯାଇପାରିବ। ଏଥିରେ ଚିକିତ୍ସା ଜାରି ରହିବ ଓ ସାରା ଜୀବନ ଔଷଧ ଖାଇବାକୁ ପଡ଼ିବ। କିନ୍ତୁ ୫ମ ଷ୍ଟେଜ୍‌ ଥିବା ବେଳେ କିଡ୍‌ନୀ ଠିକ୍‌ ହେବାର ସମ୍ଭାବନା ନ ଥାଏ। ସେତେବେଳେ ଡାଏଲିସିସ୍‌ କିମ୍ବା କିଡ୍‌ନୀ ପ୍ରତିରୋପଣ ଆବଶ୍ୟକ ପଡ଼େ।
ପ୍ରଶ୍ନ- ସାଧାରଣ ଲୋକ କିଡ୍‌ନୀ ରୋଗରେ ପୀଡ଼ିତ ବୋଲି ଜାଣିବେ କେମିତି ?
ଉତ୍ତର- ସାଧାରଣ ଲୋକ କିଡ୍‌ନୀ ରୋଗରେ ପୀଡ଼ିତ ବୋଲି ଜାଣିବା କଷ୍ଟ। କାରଣ କିଡ୍‌ନୀ ରୋଗ ୯୦% ରୋଗୀଙ୍କଠାରେ ସାଇଲେଣ୍ଟ ହୋଇଥାଏ। ଯେ ପର୍ଯ୍ୟନ୍ତ ଗୋଡ଼ ନ ଫୁଲିଛି, ପରିସ୍ରା ଫେଣ ନ ହୋଇଛି ସେ ପର୍ଯ୍ୟନ୍ତ ଜାଣିପାରନ୍ତି ନାହିଁ। ସେହିପରି ବ୍ଲଡ୍‌ ପ୍ରେସର ବଢ଼ିଯାଇଥିବ, ରକ୍ତହୀନତା, ଶରୀର କୁଣ୍ଡେଇ ହେବା, ଭୋକ କମ୍‌ ହେବା, ଧଇଁ ସଇଁ ଲାଗିବା, ଦୁର୍ବଳ ଲାଗିବା ମଧ୍ୟ ଏହାର ଲକ୍ଷଣ।
ପ୍ରଶ୍ନ- ଏ ସବୁ ଲକ୍ଷଣ ଦେଖାଗଲେ ପ୍ରଥମେ କ’ଣ ଟେଷ୍ଟ କରିବା ଉଚିତ?
ଉତ୍ତର- ପ୍ରଥମେ ୟୁରିନ୍‌ରେ ପ୍ରୋଟିନ୍‌ ଟେଷ୍ଟ କରିଦେବା ଉଚିତ। ପ୍ରାୟ ୭୦% କିଡ୍‌ନୀ ରୋଗୀଙ୍କ ପରିସ୍ରାରେ ପ୍ରୋଟିନ୍‌ ଯାଉଥାଏ। ତେଣୁ ପ୍ରୋଟିନ୍‌ ଟେଷ୍ଟ କରିଦେଲେ ଜଣାପଡ଼ିବ। ତା’ପରେ ୟୁରିଆ କ୍ରିଏଟିନିନି ଟେଷ୍ଟ କରିବା ଉଚିତ। ଅଲ୍‌ଟ୍ରାସାଉଣ୍ଡ ଓ ହିମୋଗ୍ଲୋବିନ ଟେଷ୍ଟ କଲେ ବି ଜଣାପଡ଼ିବ। ତେଣୁ ୟୁରିନ୍‌, ବ୍ଲଡ୍‌ ଟେଷ୍ଟ ଓ ଅଲ୍‌ଟ୍ରାସାଉଣ୍ଡ କରି ଅଳ୍ପ ଟଙ୍କା ଖର୍ଚ୍ଚରେ କିଡ୍‌ନୀ ରୋଗ ହୋଇଛି କି ନାହିଁ ଜାଣିପାରିବେ।
ପ୍ରଶ୍ନ- ଜଣେ ରୋଗୀର ଯଦି ଗୋଟେ କିଡ୍‌ନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବ, ତେବେ ସେ କେତେ ଦିନ ବଞ୍ଚତ୍ପାରିବ?
ଉତ୍ତର- ଗୋଟେ କିଡ୍‌ନୀ ଥିଲେ ବି ଜଣେ ଲୋକ ଯେତିକି ଦିନ ବଞ୍ଚତ୍ବା କଥା ବଞ୍ଚତ୍ବେ। ତାଙ୍କର କୌଣସି ଅସୁବିଧା ହେବାର ନାହିଁ। କେବଳ ସେ କିଛି ପେନ୍‌କିଲର ମେଡିସିନଠାରୁ ଦୂରେଇ ରହିବେ।
ପ୍ରଶ୍ନ- ଅଧିକ ପେନ୍‌କିଲର ଖାଇଲେ କିଡ୍‌ନୀ ଉପରେ ପ୍ରଭାବ ପକାଏ ବୋଲି କୁହାଯାଏ। ଏହା କେତେଦୂର ଠିକ୍‌?
ଉତ୍ତର- ଏହା ସମ୍ପୂର୍ଣ୍ଣ ଠିକ୍‌। ଅଧିକ ପେନ୍‌କିଲର ବେଶି ଦିନ ଖାଇଲେ କିଡ୍‌ନୀ ରୋଗ ହେବା ପ୍ରାୟ ନିଶ୍ଚୟ।
ପ୍ରଶ୍ନ- କିଡ୍‌ନୀ ରୋଗରେ ଜଣେ ପୀଡ଼ିତ ହେବା ପରେ ଅନ୍ୟ ରୋଗର ସମ୍ଭାବନା ଥାଏ କି ?
ଉତ୍ତର- ନିଶ୍ଚୟ। କିଡ୍‌ନୀ ରୋଗରେ ଜଣେ ମରିବା ଆଶଙ୍କା କମ୍‌। କିନ୍ତୁ କିଡ୍‌ନୀ ରୋଗୀ ହୃଦ୍‌ରୋଗରେ ମରିବା ଆଶଙ୍କା ଅଧିକ। କାରଣ କିଡ୍‌ନୀ ରୋଗ ହେଲେ ତାହା ହାର୍ଟକୁ ୫୦ରୁ ୬୦% ରୋଗ ବଢ଼ାଇଦେବ। ଆଉ କିଛି ରୋଗୀ ବ୍ରେନ୍‌ ଷ୍ଟ୍ରୋକ୍‌ରେ ମରିଥାନ୍ତି। କାରଣ ସେମାନଙ୍କର ବ୍ଲଡ୍‌ ପ୍ରେସର ଅଧିକ ଥାଏ। କିଡ୍‌ନୀ ରୋଗୀଙ୍କ ଶରୀରରେ ଇମ୍ୟୁନିଟି ପାୱାର କମ୍‌ ଥାଏ। ତେଣୁ ସେମାନଙ୍କର ବିଭିନ୍ନ ପ୍ରକାରର ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ।
ପ୍ରଶ୍ନ- କିଡ୍‌ନୀ ପ୍ରତିରୋପଣ କେତେବେଳେ ଆବଶ୍ୟକ ପଡ଼େ?
ଉତ୍ତର- ଯେତେବେଳେ କିଡ୍‌ନୀ ଫଙ୍କ୍‌ଶନ୍‌ ୧୫%ରୁ କମିଯାଏ ଓ ଷ୍ଟେଜ୍‌-୫ରେ ଥାଏ, ସେତେବେଳେ କେବଳ ସାହାରା ହେଉଛି ଡାଏଲିସିସ୍‌ ଓ କିଡ୍‌ନୀ ପ୍ରତିରୋପଣ। ଡାଏଲିସିସ୍‌ ହେଉଛି ଟେମ୍ପୋରାରି ଟ୍ରିଟ୍‌ମେଣ୍ଟ। ଯଦି ଜଣେ ରୋଗୀ ସପ୍ତାହକୁ ଦୁଇ ଥରରୁ ତିନିଥର ଡାଏଲିସିସ୍‌ କରନ୍ତି, ବ୍ଲଡ୍‌ ପ୍ରେସର ନିୟନ୍ତ୍ରଣ କରନ୍ତି, ଖାଦ୍ୟ ଓ ପାଣି ପିଇବାରେ କଣ୍ଟ୍ରୋଲ କରନ୍ତି, ତେବେ ବିନା କିଡ୍‌ନୀ ପ୍ରତିରୋପଣରେ ବି ସେ ସୁସ୍ଥ ରହିପାରିବେ। ସେ ନିଶ୍ଚୟ ୨୦ବର୍ଷ ପର୍ଯ୍ୟନ୍ତ ଭଲରେ ରହିପାରିବେ। କିନ୍ତୁ ଡାଏଲିସିସ୍‌ ବହୁତ ବ୍ୟୟବହୁଳ। ସେଥିପାଇଁ କିଡ୍‌ନୀ ପ୍ରତିରୋପଣ କରିବା ପାଇଁ ଲୋକେ ଚାହିଁଥାନ୍ତି।
ପ୍ରଶ୍ନ- କିଡ୍‌ନୀ ରୋଗୀ ସଂଖ୍ୟା ବଢ଼ିବାର କାରଣ କ’ଣ ?
ଉତ୍ତର- ପ୍ରଥମ କାରଣ ହେଉଛି ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦ୍ୱିତୀୟତଃ ଆମର ଖାଦ୍ୟପେୟରେ କୌଣସି କଣ୍ଟ୍ରୋଲ ନାହିଁ।
ପ୍ରଶ୍ନ- କେଉଁ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ?
ଉତ୍ତର- ଜଙ୍କ୍‌ ଫୁଡ୍‌, ଫାଷ୍ଟ ଫୁଡ୍‌ଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ। ଯେଉଁଥିରେ ପ୍ରୋଟିନ୍‌ ଅଧିକ ଅଛି, ସେସବୁ ନିୟନ୍ତ୍ରଣରେ ଖାଇବା ଉଚିତ। ଆଜିକାଲି ଯେଉଁମାନେ ଜିମ୍‌ ଯାଉଛନ୍ତି, ଅଧିକାଂଶ ପ୍ରୋଟିନ୍‌ ପାଉଡର ଖାଉଛନ୍ତି। ଏହି ପ୍ରୋଟିନ ପାଉଡର କିଡ୍‌ନୀ ପାଇଁ ଭଲ ନୁହେଁ।
ପ୍ରଶ୍ନ- ଆପଣ ଦୁଇ ରୋଗୀଙ୍କ କାଡାଭେରିକ୍‌ ଟ୍ରାନ୍ସପ୍ଲାଣ୍ଟ କରିଛନ୍ତି। କ’ଣ କହିବେ ଏ ସମ୍ପର୍କରେ?
ଉତ୍ତର- ଦୁଇଜଣ ରୋଗୀ ଏବେ ସୁସ୍ଥ ଅଛନ୍ତି। ସେମାନେ ସୁସ୍ଥ ଜୀବନଯାପନ ବିତାଉଛନ୍ତି। ବାହାର ରାଜ୍ୟରେ କାଡାଭେରିକ୍‌ ଟ୍ରାନ୍ସପ୍ଲାଣ୍ଟ ବହୁତ କରାଯାଉଛି। ଏଠାରେ ସଚେତନର ଅଭାବ ରହିଛି। ତେଣୁ ଲୋକଙ୍କୁ ମୋର ଅନୁରୋଧ ଯାହାର ଦୁର୍ଘଟଣାରେ ମୃତ୍ୟୁ ହେଉଛି, ସେମାନଙ୍କ ପରିବାର ଅଙ୍ଗଦାନ କରିଲେ ଅନେକ ଲୋକଙ୍କ ଜୀବନ ବଞ୍ଚତ୍ପାରନ୍ତା।
ପ୍ରଶ୍ନ- ସମୟ ମିଳିଲେ କ’ଣ କରନ୍ତି?
ଉତ୍ତର- ବହି ପଢ଼ିବାକୁ ଭଲପାଏ। ଆଉ କ୍ରିକେଟ୍‌ ପ୍ରତି ଦୁର୍ବଳତା ରହିଛି, ତେଣୁ କ୍ରିକେଟ୍‌ ଦେଖେ।
ପ୍ରଶ୍ନ- କେଉଁ ଲେଖକଙ୍କ ପୁସ୍ତକ ପଢ଼ିବାକୁ ପସନ୍ଦ କରନ୍ତି?
ଉତ୍ତର- ସ୍ବାମୀ ବିବେକାନନ୍ଦ, ଅବଦୁଲ କଲାମଙ୍କ ବହି ପଢ଼େ।
ପ୍ରଶ୍ନ- କ୍ରିକେଟ୍‌ରେ ପ୍ରିୟ ଖେଳାଳି?
ଉତ୍ତର- ପୂର୍ବରୁ କପିଳ ଦେବ, ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼ ଥିଲେ। ଏବେ ବିରାଟ କୋହଲି ଭଲ ଲାଗୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାବପ୍ରବଣ ହୋଇ ପ୍ରଶଂସକଙ୍କୁ ଏମିତି ସରପ୍ରାଇଜ୍‌ ଦେଲେ ରୋନାଲ୍ଡୋ: ଜିତିଲେ ହୃଦୟ

ନୂଆଦିଲ୍ଲୀ,୪।୭: ପର୍ତ୍ତୁଗାଲ ୨୦୨୬ ଫିଫା ବିଶ୍ୱକପରେ ରାଉଣ୍ଡ ଅଫ ୧୬ରେ ପହଞ୍ଚିଛି। ଏଠାରେ ସେମାନେ ସ୍ପେନ ସହିତ ମୁକାବିଲା କରିବାକୁ ଯାଉଛନ୍ତି। କ୍ରିଷ୍ଟିଆନୋ ରୋନାଲ୍ଡୋ ପୂର୍ବରୁ ରାଉଣ୍ଡ…

ଆତଙ୍କବାଦ ଉପରେ ଭାରତର କଡ଼ା ପ୍ରହାର, ଚମକିପଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୪।୭: ଆତଙ୍କବାଦ ବିରୋଧରେ ଏକ ବଡ଼ ପଦକ୍ଷେପ ସ୍ବରୂପ, କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅଧୀନରେ ୨୩ ଜଣଙ୍କୁ ଆନୁଷ୍ଠାନିକ ଭାବରେ ଆତଙ୍କବାଦୀ…

ହୋଇପାରୁନି ସରକାର-ଡାକ୍ତରଙ୍କ ସହ ବୁଝାମଣା: ୪ PHC ସମ୍ପୂର୍ଣ୍ଣ ଠପ୍‌, CHC ଭରସା ମାତ୍ର ଜଣେ ଡାକ୍ତର

ଗଞ୍ଜାମ,୪।୭(ବିଭୁ ପ୍ରସାଦ ପଟ୍ଟନାୟକ): ରାଜ୍ୟରେ ସରକାର ଏବଂ ଆନ୍ଦୋଳନରତ ଡାକ୍ତରମାନଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହେବା ପରେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ସ୍ୱାସ୍ଥ୍ୟ…

ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ: ମୃତକଙ୍କ ପରିଚୟ ମିଳୁନି

ବାଲିଗୁଡା,୪।୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ୫୯ନଂ ଜାତୀୟ ରାଜପଥ ଖଡ଼ଗ ନଦୀ ପୋଲ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ…

ହଠାତ ବିଗିଡ଼ିଗଲା ଉପମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା, ଥାଣେର ହସ୍ପିଟାଲରେ ଭର୍ତ୍ତି

ଥାଣେ,୪।୭: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ହଠାତ ଅସୁସ୍ଥ ହୋଇପଡ଼ିଲେ ଏବଂ ପରେ ତାଙ୍କୁ ଥାଣେର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଅନୁସାରେ, ଅତ୍ୟଧିକ ଚାପ…

ଚଳଚଞ୍ଚଳ ଚାଷୀ: ଲଗାଣ ବର୍ଷାରେ ଜମିରେ ବୁଡ଼ିଲା ବିହନ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ):ଲଘୁଚାପଜନିତ ବର୍ଷା ଶୁକ୍ରବାରଠାରୁ ଗଞ୍ଜାମ ବ୍ଲକ ଅଞ୍ଚଳରେ ଆରମ୍ଭ ହୋଇଛି l ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଚାଷୀକୁଳ l ଯେହେତୁ ଗତ କିଛି ଦିନ ତଳେ…

କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC ବିୟୁଟି: ମୃତ୍ୟର କାରଣ ଅସ୍ପଷ୍ଟ

କଟକ,୪।୭(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଉଳିଆଗଞ୍ଜ ଥାନା ଅଧିକାରୀ ମହିଳା ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା କରିଛନ୍ତି। ମହିଳା ଆଇଆଇସି ଜଣଙ୍କ…

ମହଙ୍ଗା ଔଷଧରୁ ମିଳିବ ଆଶ୍ୱସ୍ତି! କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪ା୭: କେନ୍ଦ୍ର ସରକାର ଡ୍ରଗ୍ସ ପ୍ରାଇସ୍ କଣ୍ଟ୍ରୋଲ୍ ଅର୍ଡର (DPCO), ୨୦୧୩ରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି, ଯାହାଦ୍ୱାରା ରୋଗୀମାନଙ୍କୁ ଶସ୍ତାରେ ଔଷଧ ମିଳିବା ସହଜ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri