Posted inଖେଳ

ଆମେରିକାଠାରୁ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନ ଉପରେ ଲାଗିଲା ବଲ୍ ଟାମ୍ପରିଂ ଅଭିଯୋଗ

ଟେକ୍ସାସ,୭।୬: ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ ଆମେରିକା ଭଳି ନବାଗତ ଦଳଠାରୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ଏହାପରେ ପ୍ରଶଂସକମାନେ ଏବଂ ପୂର୍ବତନ ବରିଷ୍ଠ ଖେଳାଳିମାନେ ବାବର ଆଜମଙ୍କ ଦଳକୁ କଡ଼ା ସମାଲୋଚନ କରୁଛନ୍ତି। ତେବେ ଏତିକିରେ ପାକିସ୍ତାନ ପାଇଁ ସମସ୍ୟା ଶେଷ ହୋଇନାହିଁ।

ତେବେ ଆମେରିକା ବିପକ୍ଷ ମ୍ୟାଚ ସମୟରେ ପାକିସ୍ତାନ ଷ୍ଟାର ବୋଲର ହାରିସ୍ ରୌଫ ବଲ୍ ସହିତ ଟାମ୍ପରିଂ କରିଥିବା ଅଭିଯୋଗ ହୋଇଛି। ଆମେରିକାର ବରିଷ୍ଠ କ୍ରିକେଟ୍ ଦଳର ସଦସ୍ୟ ଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ପେସର୍ ରୁଷ୍ଟି ଥେରନ୍ ସୋସିଆଲ ମିଡିଆରେ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କୁ ଟ୍ୟାଗ୍ କରି ପାକିସ୍ତାନର ଭେଟେରାନ୍ ସ୍ପିଡଷ୍ଟାର ରୌଫଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ଆମେରିକାର ବିପକ୍ଷ ବଲରେ ହାରିସ୍ ରୌଫ ୪ ଓଭରରେ ମାତ୍ର ୧ ୱିକେଟ୍ ନେଇ ୩୭ ରନ୍ ବ୍ୟୟ କରିଥିଲେ। ଥେରନ୍ ଦାବି କରିଛନ୍ତି ଯେ ରୌଫ ଆମେରିକାର ବ୍ୟାଟରଙ୍କୁ ରିଭର୍ସ ସୁଇଙ୍ଗ ଏବଂ ବାଉଁଶର ବଲ ପକାଇବା ଲାଗି ତାଙ୍କର ନଖ ମାଧ୍ୟମରେ ନୂତନ ବଲକୁ ରାମ୍ପି ରାମ୍ପି ପୁରୁଣା କରିବାକୁ ଚେଷ୍ଟା କରିଥିଲେ।

ତେବେ ଏହି ଘଟଣାରେ ଆମେରିକା ପକ୍ଷରୁ ଆଇସିସି ନିକଟରେ କୌଣସି ବିଧିବଦ୍ଧ ଭାବେ ଅଭିଯୋଗ କରାଯାଇନାହିଁ, କିନ୍ତୁ ଏହି ଅଭିଯୋଗ ବେଶ ଗମ୍ଭୀର ଅଟେ।

ମ୍ୟାଚ କଥା ଦେଖିଲେ ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ମ୍ୟାଚ ଉଭୟ ଇନିଂସ ଶେଷ ହେବା ପର୍ଯ୍ୟନ୍ତ ଟାଇରେ ଶେଷ ହୋଇଥିଲା। କିନ୍ତୁ ସୁପର ଓଭରରେ ପାକିସ୍ତାନକୁ ପରାସ୍ତ କରି ଆମେରିକା ଇତିହାସ ସୃଷ୍ଟି କରିଛି। ସୁପର ଓଭରରେ ମହମ୍ମଦ ଅମିରଙ୍କ କ୍ରମାଗତ ଓ୍ବାଇଡ୍‌ ପାକିସ୍ତାନର ପରାଜୟର ମୁଖ୍ୟ କାରଣ ଥିଲା। ଆମେରିକା ଜିତିବା ପାଇଁ ସୁପର ଓଭରରେ ବୋଲିଂ କରି ସୌରଭ ନେଟ୍ରାଭାଲକର ହିରୋ ହୋଇଛନ୍ତି।

ଆମେରିକା ପାଇଁ ଅଧିନାୟକ ମୋନାକ ପଟେଲ ୫୦ ରନ ଏବଂ ଆରୋନ ଜୋନ୍ସ ୩୫ ରନ ସ୍କୋର କରିଥିଲେ। ବିସ୍ଫୋରକ ଢଙ୍ଗରେ ଆଣ୍ଡ୍ରିସ ଗୌସ ମଧ୍ୟ ୨୬ ବଲରେ ୩୫ ରନ ସଂଗ୍ରହ କରିଥିଲେ। ପ୍ରଥମେ ଖେଳି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୧୫୯ ରନ ସଂଗ୍ରହ କରିଥିଲା। ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମ ୪୪ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ଏବଂ ଶାଦବ ଖାନ ୪୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଏହି ସମୟରେ ନୋଶଟୁଶ କେଞ୍ଜିଗେ ୩ ଉଇକେଟ ନେଇ ଆମେରିକା ପାଇଁ ପ୍ରଭାବିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ସୁଆମ ଛକ

ପାଟଣା,୧୪।୪(ବୀର କିଶୋର ଦାଶ): ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତିରେ ମଙ୍ଗଳବାର କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଛକ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଇବାକୁ ମିଳିଥିଲା।…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri