ଇ-ଯାନ ଉପରେ ମିଳିବ ଅଧିକ ରିହାତି

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଇଲେକ୍ଟ୍ରିକ୍‌ ଯାନ କିଣୁଥିବା ଗ୍ରାହକମାନଙ୍କ ପାଇଁ ଖୁସି ଖବର। ଏହି ଯାନ କ୍ରେତାଙ୍କ ପାଇଁ ରିହାତି ହାରକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି। ଇ-ଭେହିକିଲ୍‌ ପଲିସି-୨୦୨୧କୁ ଅଧିକ ଫଳପ୍ରଦ ତଥା ଇ-ଯାନ ପ୍ରତି ଲୋକମାନଙ୍କର ଆଗ୍ରକୁ ବଢ଼ାଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ରିହାତି କେତେ ବୃଦ୍ଧି କରାଯିବ ସେ ନେଇ ଖୁବ୍‌ଶୀଘ୍ର ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ। ଯାନବାହନ ପ୍ରଦୂଷଣ ହ୍ରାସ କରିବାକୁ ରାଜ୍ୟ ସରକାର ଓଡ଼ିଶା ଇ-ଭେହିକିଲ ପଲିସି କାର୍ଯ୍ୟକାରୀ କରିଛନ୍ତି। ୨୦୨୧ ସେପ୍ଟେମ୍ବରରୁ ଏହି ନୀତି ଲାଗୁ କରାଯାଇଛି। ୨୦୨୫ ସୁଦ୍ଧା ରାଜ୍ୟରେ ଶତକଡା ୨୦ ପ୍ରତିଶତ ଇଲେକ୍ଟ୍ରିକ୍‌ ଯାନ ପଞ୍ଜୀକରଣ ଲକ୍ଷ୍ୟ ନେଇ ଉକ୍ତ ପଲିସି କାର୍ଯ୍ୟକାରୀ କରାଯାଇଛି। ଏହି ନୀତିରେ ବିଭିନ୍ନ ବର୍ଗର ବୈଦ୍ୟୁତିକ ଯାନ ପାଇଁ ଉଭୟ ଉପଭୋକ୍ତା ଓ ଗାଡ଼ି ନିର୍ମାତାଙ୍କ ପାଇଁ ରିହାତି ବ୍ୟବସ୍ଥା କରାଯାଇଛି। ଇ-ଯାନରେ ରାଜ୍ୟ ସରକାର ୧୫ ପ୍ରତିଶତ ରିହାତି ଦେଉଛନ୍ତି। ଦୁଇଚକିଆ ଯାନ ପାଇଁ ସର୍ବାଧିକ ୫ ହଜାର ଓ ୩ ଚକିଆ ପାଇଁ ୧୦ ହଜାର ଏବଂ ୪ ଚକିଆ ପାଇଁ ୫୦ ହଜାର ଟଙ୍କା ରିହାତି ଦେବା ବ୍ୟବସ୍ଥା ରହିଛି। ସେହିପରି ଇଲେକ୍ଟ୍ରିିକ୍‌ ବସ୍‌ ପାଇଁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଦେବା ବ୍ୟବସ୍ଥା ରହିଛି।
ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ ସରକାର ଅଗ୍ରିମ ଦେବାକୁ ଘୋଷଣା କରିଛନ୍ତି। ଯେଉଁ କର୍ମଚାରୀ ଇ-ଯାନ କିଣିବେ ସେମାନଙ୍କୁ ଗାଡ଼ି ମୂଲ୍ୟର ୭୫ ପ୍ରତିଶତ ଅର୍ଥ ଆଗୁଆ ବା ଆଡ୍‌ଭାନ୍ସ ଆକାରରେ ଦିଆଯିବ। ଇଲେକ୍ଟ୍ରିକ୍‌ କାର ପାଇଁ ଗ୍ରୁପ୍‌-ଏ ଏବଂ ଗ୍ରୁପ୍‌-ବି କର୍ମଚାରୀଙ୍କୁ ଗାଡ଼ି ମୂଲ୍ୟର ୭୫ ପ୍ରତିଶତ ଅର୍ଥାତ୍‌ ୧୫ ଲକ୍ଷ ଏବଂ ୨ ଚକିଆ ଯାନ ପାଇଁ ଗ୍ରୁପ୍‌-ସି ଓ ଡି କର୍ମଚାରୀଙ୍କୁ ଆଡ୍‌ଭାନ୍ସ ଆକାରରେ ଯାନମୂଲ୍ୟର ୭୫ ପ୍ରତିଶତ ଅର୍ଥାତ୍‌ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ଏହି ଆଡ୍‌ଭାନ୍ସ ଅର୍ଥ କର୍ମଚାରୀମାନଙ୍କ ଦରମାରୁ ୧୦୦ ମାସ ଇନ୍‌ଷ୍ଟାଲମେଣ୍ଟ ଆକାରରେ କଟାଯିବ। ଉପରୋକ୍ତ ନିଷ୍ପତ୍ତି ସହିତ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri