ରାଜଧାନୀରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ: ଆଜି ଚିହ୍ନଟ ହେଲେ ଆଉ ୨୯ ପଜିଟିଭ୍‌

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜଧାନୀରୁ ମଙ୍ଗଳବାର ୨୯ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪ ଲୋକାଲ କେସ୍‌, ୧୪ କ୍ୱାରାଣ୍ଟାଇନ୍‌ କେସ୍‌ ଏବଂ ଜଣେ ଜଣେ କୋଭିଡ୍‌ ଯୋଦ୍ଧା ରହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭୯ରେ ପହଞ୍ଚିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ସେହିଭଳି ୩ଜଣ ସୁସ୍ଥ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।