ଚନ୍ଦ୍ର ମୁହାଁ ଆର୍ଟେମିସ-୧…

ଓ୍ବାଶିଂଟନ,୧୬।୧୧ : ପ୍ରାୟ ୫୦ ବର୍ଷ ପରେ ନାସା ଚନ୍ଦ୍ର ଉପରେ ନିଜର ମିଶନ ଆରମ୍ଭ କରିଛି। ବୁଧବାର ଆମେରିକାର ସ୍ପେସ ଏଜେନ୍ସି ଚନ୍ଦ୍ରକୁ ମାନବ ମିଶନ ଆରମ୍ଭ କରିଛି। ଏହାର ତୃତୀୟ ପ୍ରୟାସରେ ନାସା ଆର୍ଟେମିସ-୧ ମିଶନରେ ରକେଟ ଉତ୍‌କ୍ଷେପଣ କରିଛି।

ଏହାପୂର୍ବରୁ, ୫୦ ବର୍ଷ ପୂର୍ବେ ନାସା ଆପୋଲୋ ମିଶନକୁ ଚନ୍ଦ୍ରକୁ ପଠାଇଥିଲା। ସୂଚନା ଅନୁଯାୟୀ, ଫ୍ଲୋରିଡାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ ସେଣ୍ଟରରୁ ୩୨ ମହଲା ଉଚ୍ଚତା ବିଶିଷ୍ଟ ସ୍ପେସ ଲଞ୍ଚ ସିଷ୍ଟମ (ଏସଏଲଏସ) ରକେଟ ବୁଧବାର ମଧ୍ୟାହ୍ନ ୧୨ଟା ୧୭ରେ ଉତକ୍ଷେପଣ କରାଯାଇଛି।

ସ୍ପେସ ରକେଟ ଆର୍ଟେମିସ-୧ ଏବଂ ଓରିଅନ ମହାକାଶଯାନର ପ୍ରଥମ ପରୀକ୍ଷଣ ଉଡ଼ାଣ। ୩୨୨ ଫୁଟ (୯୮ମିଟର) ଉଚ୍ଚତା ବିଶିଷ୍ଟ ଏହି ରକେଟ ହେଉଛି ନାସା ଦ୍ୱାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ। ଏହା କ୍ରୁ ବିନା ଓରିଅନ ମହାକାଶଯାନ ଚନ୍ଦ୍ରକୁ ଛଡ଼ା ଯାଇଛଇ। ଓରିଅନ ଚନ୍ଦ୍ରରେ ପ୍ରାୟ ୪୨ ଦିନ ପରୀକ୍ଷା କରିବ।

ନାସା ଏହାର ତୃତୀୟ ମିଶନ ପାଇଁ ୨୦୨୫ ମସିହାରେ ଚନ୍ଦ୍ରରେ ମହାକାଶଚାରୀମାନଙ୍କୁ ଅବତରଣ କରିବାର ଯୋଜନା ଉପରେ କାର୍ଯ୍ୟ କରୁଛି। ନାସା ଚନ୍ଦ୍ର ପୃଷ୍ଠରୁ ୬୦ ମାଇଲ ଦୂରରେ ଓରିଅନ ଉପଗ୍ରହ ପରୀକ୍ଷା କରିବାକୁ ଯୋଜନା କରିଛି।

ଯଦି ଆର୍ଟେମିସ -୧ ସଫଳତାର ସହ ପୃଥିବୀର କକ୍ଷପଥରେ ପହଞ୍ଚେ, ତେବେ ଏହି ପ୍ରକଳ୍ପ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ । ମିଶନ ସମୟରେ, ଓରିଅନ ୧୦ ଟି ଛୋଟ ଉପଗ୍ରହ ମଧ୍ୟ ମହକାଶରେ ସ୍ଥାପିତ କରିବ। ଯାହାକୁ କ୍ୟୁବ ସ୍ୟାଟ କୁହାଯାଇଥାଏ। ଏଥିମଧ୍ୟରୁ ଗୋଟିଏରେ ଚନ୍ଦ୍ରରେ ଥିବା ମାଇକ୍ରୋଗ୍ରାଭିଟି ଏବଂ ବିକିରଣ ପରିବେଶ କିପରି ଅଣୁଜୀବର ବୃଦ୍ଧି ଉପରେ ପ୍ରଭାବ ପକାଇଛି ତାହା ଅନୁଧ୍ୟାନ କରିବ। ଏହି ସମୟରେ, ଆଇସକ୍ୟୁବ ଚନ୍ଦ୍ରକୁ ପରିକ୍ରମା କରିବ ଏବଂ ଚନ୍ଦ୍ରରେ ବରଫ ସଂରକ୍ଷଣ ଖୋଜିବ। ଚନ୍ଦ୍ରକୁ ଯାଉଥିବା ଭବିଷ୍ୟତର ଯାତ୍ରୀମାନେ ଏହାକୁ ବ୍ୟବହାର କରିପାରିବେ ।

Share