ଏକାଠି ନିର୍ବାଚନ ଲଢ଼ିବେ ନଓ୍ବାଜଙ୍କ ଦଳ-ଜେୟୁଆଇଏଫ୍‌

ଇସଲାମାବାଦ,୧୩ା୧୨: ଆସନ୍ତାବର୍ଷ ଫେବୃୟାରୀରେ ପାକିସ୍ତାନରେ ପ୍ରସ୍ତାବିତ ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ଏହାର ସମ୍ଭାବନାକୁ ମଜବୁତ କରିବାରେ ବ୍ୟସ୍ତ ଅଛନ୍ତି। ପଞ୍ଜାବ ପ୍ରଦେଶର ଆସନ ଉପରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ (ପିଏମ୍‌ଏଲ୍‌-ଏନ୍‌) ଏବଂ ଜମିୟତ ଉଲେମା-ଇ-ଇସ୍‌ଲାମ (ଜେୟୁଆଇ-ଏଫ୍‌) ଏକ ଚୁକ୍ତି କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଉଭୟ ପକ୍ଷର ପରାମର୍ଶଦାତା କମିଟି ବୈଠକ କରି ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରାର୍ଥୀ ଚୟନ ପାଇଁ ଦୁଇ ଦଳ ମଧ୍ୟରେ ପରବର୍ତ୍ତୀ ବୈଠକ ଖୁବ୍‌ଶୀଘ୍ର ଅନୁଷ୍ଠିତ ହେବ ବୋଲି ଜେୟୁଆଇ-ଏଫ୍‌ ନେତା କହିଛନ୍ତି। ଏହାପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଜେୟୁଆଇ-ଏଫ୍‌ ମୁଖ୍ୟ ମୌଲାନା ଫଜଲୁର ରେହମାନଙ୍କ ମଧ୍ୟରେ ଆଲୋଚନା ପରେ ଉଭୟ ଦଳର ନେତାମାନେ ସିଟ୍‌-ଟୁ-ସିଟ୍‌ ଆଡଜଷ୍ଟମେଣ୍ଟ ଫର୍ମୂଲା ଉପରେ ସହମତ ହୋଇଥିଲେ।

Share