Ram Mandir: ବିଦେଶରେ ବି ଜାନୁଆରୀ ୨୨କୁ ରହିବ ଛୁଟି, ଜାଣନ୍ତୁ କେଉଁ ଦେଶ କଲା ଘୋଷଣା

ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟାରେ ଜାନୁଆରୀ ୨୨ରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ଲୋକାର୍ପଣରେ ଉତ୍ତର ପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ଛୁଟି ଘୋଷଣା କରିଛନ୍ତି। ତେବେ କେବଳ ଭାରତ ନୁହେଁ ରାମ ମନ୍ଦିରକୁ ନେଇ ବିଦେଶରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି।
ଏହି କ୍ରମରେ ମରିସସ୍ ସରକାର ଜାନୁଆରୀ ୨୨ ଦିନ ମଧ୍ୟ ଛୁଟି ଘୋଷଣା କରିଛନ୍ତି। ଦେଶର ହିନ୍ଦୁ କର୍ମଚାରୀଙ୍କ ପାଇଁ ଏହି ଦିନ ୨ଘଣ୍ଟା ବିଶେଷ ଅବକାଶ ରଖିବା ନେଇ ସେ ଘୋଷଣା କରିଛନ୍ତି। ଯାହାଦ୍ୱାରା ସେମାନେ ରାମ ମନ୍ଦିର ଲୋକାର୍ପଣକୁ ଦେଖିପାରିବେ। ଏନେଇ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ୍ର କୁମାରଙ୍କ କ୍ୟାବିନେଟ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି।

ସେହିପରି ଆମେରିକାରେ ଥାଇଲାଣ୍ଡର ରାଷ୍ଟ୍ରଦୂତ ତନେ ସଂଗ୍ରାଟ ରାମ ମନ୍ଦିର ଉଦ୍‌ଘାଟନକୁ ନେଇ କହିଛନ୍ତି, ଭାରତ ଛଡା ଅନେକ ଦେଶର ଲୋକଙ୍କ ପାଇଁ ଏହା ଖୁସି ଖବର। କେବଳ ଥାଇଲାଣ୍ଡ ନୁହେଁ ଦକ୍ଷିଣ-ପୂର୍ବ ଏସିଆର ବହୁ ଲୋକ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସାହିତ ଅଛନ୍ତି।

Share