ମୃତ ଜୀବଜନ୍ତୁଙ୍କ ମାଂସ ଖାଆନ୍ତି ମହିଳା, କାରଣ ଜାଣିଲେ…

ରାସ୍ତାରେ ଯାତାୟତବେଳେ ପଶୁପକ୍ଷୀଙ୍କର ଦୁର୍ଘଟଣାର ଶିକାର ହୋଇଥିବା ଆପଣ ଦେଖିଥିବେ। କୌଣସି ଦ୍ରୁତ ଗତିରେ ଯାଉଥିବା ଯାନବାହନ ଦ୍ୱାରା ଧକ୍କା ହୋଇ ସେମାନଙ୍କର ମୃତ୍ୟୁ ଘଟିଥାଏ। ସେହି ଜୀବଜନ୍ତୁଙ୍କ ମୃତ ଶରୀର କେବେ କେବେ ରାସ୍ତାରେ ପଚିସଢି ନଷ୍ଟ ହୋଇଯାଏ ତ କେବେ ଚିଲ ଶାଗୁଣାଙ୍କର ଆହାର ପାଲଟିଯାଏ। କିନ୍ତୁ କେବେ ଶୁଣିଛନ୍ତି ଜୀବଜନ୍ତୁଙ୍କ ମୃତ ଶରୀରକୁ ଜଣେ ମହିଳା କଞ୍ଚା ରୂପେ ଆହାର କରନ୍ତି।

ମହିଳା ଜଣକ ହେଉଛନ୍ତି ମ୍ୟାଣ୍ଡେର୍ସ ବାରନେଟ। ୩୨ବର୍ଷିୟ ମ୍ୟାଣ୍ଡେର୍ସ ଆମେରିକାର ଓରେଗନର ବାସିନ୍ଦା। ସେ ଦିନରେ ୨୪ଘଣ୍ଟା ଯାକ ବାହାରେ ଏଣେତେଣେ ବୁଲନ୍ତି। ବୁଲିବା ଭିତରେ ରାସ୍ତାରେ ପଡିଥିବା ଜୀବଜନ୍ତୁଙ୍କ ମୃତ ଶରୀରକୁ ସେ ଖାଦ୍ୟ ଭାବେ ଗ୍ରହଣ କରନ୍ତି। ଏପରି କରିବାର କାରଣ ପଚାରିବାରୁ ସେ କହିଛନ୍ତି, ଜୀବଜନ୍ତୁଙ୍କ ମରିବା ବ୍ୟର୍ଥ ନ ହୁଏ ସେଥିପାଇଁ ଏହାକୁ ଆହାର ଭାବେ ଗ୍ରହଣ କରୁଛି।
ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମ୍ୟାଣ୍ଡେର୍ସ ଗତ ଚାରି ବର୍ଷ ଧରି ଯାଯାବର ଜୀବନ ଯାପନ କରୁଛନ୍ତି। ଆଜିଯାଏଁ ସେ ଏକ ତମ୍ବୁରେ ରହି ଆସୁଛନ୍ତି। ମଣିଷ ସମାଜ ଠାରୁ ଦୂରେଇ ରହି ପ୍ରକୃତି ସହିତ ଜଡିତ ରହିବାକୁ ଇଚ୍ଛା ରଖିଛନ୍ତି ବୋଲି ସେ କହିଛନ୍ତି।

୨୦୧୯ ଜୁଲାଇରେ ତାଙ୍କ ଜୀବନ ୟୁଟର୍ନ ହୋଇଥିଲା। ଯେତେବେଳେ ସେ ଜଣେ ଘୋଡା ଚଢାଳିଙ୍କ ସହ ସାକ୍ଷାତ କରିଥିଲେ। ମ୍ୟାଣ୍ଡେର୍ସ ତାଙ୍କ ଜୀବନଶୈଳୀରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ବନ୍ୟଜନ୍ତୁ ଟେକ୍ନିସିଆନ ଚାକିରି ଛାଡି ତାଙ୍କ ସହ ଘୁରି ବୁଲିଥିଲେ। ସେମାନେ ଏକାଠି ଅଢେଇ ବର୍ଷ ବିତାଇଥିଲେ। ପରେ ଦୁହେଁ ଅଲଗା ହୋଇଯିବା ପରେ ମ୍ୟାଣ୍ଡେର୍ସ ଏକାକୀ ରହୁଛନ୍ତି।

Share