ମନୋବଳ

ଜଚ୍ଚିଦାନନ୍ଦ ଦାଶ

ମନୋବଳ କହିଲେ ମନର ମାନସିକ ଶକ୍ତିକୁ ବୁଝାଯାଏ। ଅର୍ଥାତ୍‌ କେତେ ପରିମାଣରେ ମନର ଶକ୍ତି ଅଛି ବିଭିନ୍ନ ଅପ୍ରତ୍ୟାଶିତ ପରିସ୍ଥିତିକୁ ସମ୍ମୁଖୀନ ହେବା ପାଇଁ। କିଛି କିଛି ଲୋକଙ୍କର ଶାରୀରିକ ଶକ୍ତି କମି ଥାଇପାରେ। ମାତ୍ର ମାନସିକ ଶକ୍ତିରେ ସେମାନେ ବହୁତ ଆଗରେ ଥାନ୍ତି। ସେହିପରି କିଛି ଲୋକଙ୍କର ଶାରୀରିକ ଶକ୍ତି ଥାଇପାରେ ମାତ୍ର ମାନସିକ ଶକ୍ତିରେ ଦୁର୍ବଳ ଅନୁଭବ କରନ୍ତି। ମଣିଷ ମନ ସବଳ ଥିଲେ, ସେ ଶରୀରର ଦୁର୍ବଳତାକୁ ଏଡାଇଦେଇ ସମସ୍ତ କର୍ମ କରିଚାଲେ। ମାତ୍ର ଶରୀର ସବଳ ଥାଇ ଦୁର୍ବଳ ମନ ଲୋକ ସେହିପରି କର୍ମଠ ହୋଇପାରେନା।
ଖାଲି ମନୋବଳର କୌଣସି ମଲ୍ୟ ନଥାଏ ଯଦି ଏହା ଠିକ୍‌ ଭାବରେ ବିବେକ ଦ୍ୱାରା ବଶୀଭୂତ ହୋଇନାହିଁ, କାରଣ ବିବେକ ମନର ଲଗାମ ସଦୃଶ। ମନର ବିବେକ କୁଭାବନାକୁ ନିୟନ୍ତ୍ରଣରେ ରଖେ। ବିବେକ ହଜିଗଲେ ମନ ବେନିୟନ୍ତ୍ରିତ ହୋଇ ଖରାପ କର୍ମ କରି ଚାଲେ। ବିବେକର ଲଗାମ ଛିଡ଼ିଗଲେ ମଣିଷ ମନ ଯାହା ନାହିଁ ତାହା କରିବସେ। ମନୋବଳ ଦ୍ୱାରା ମଣିଷ କଷ୍ଟ ସହିଷ୍ଣୁ ହୋଇଥାଏ। କଷ୍ଟ ସହିଷ୍ଣୁ ହେବା ଦ୍ୱାରା ମନ ଦମ୍ଭ ହୋଇଥାଏ। ମନ ଦମ୍ଭ ହେବାଦ୍ୱାରା ମଣିଷ ବିବେକର ବିବେଚନାରେ ନିଜକୁ ନିୟୋଜିତ କରିଥାଏ।
ସାଧାରଣତଃ ମନୋବଳ ଦୁଇ ପ୍ରକାରର ପ୍ରଥମ ହେଲା ସକାରାମତ୍କ ବନୋବଳ ଏବଂ ଦ୍ୱିତୀୟଟି ହେଲା ନକରାମତ୍କ ମନୋବଳ। ସକାରାମତ୍କ ମନବଳ ସୁ ବିବେକ ଦ୍ୱାରା ପରିଚାଳିତ ହୋଇଥାଏ। ଫଳରେ ମନ ସୁକର୍ମରେ ନିୟୋଜିତ ହୋଇଥାଏ। ସକରାମତ୍କ ମନବଳ ସମ୍ପନ୍ନ ବ୍ୟକ୍ତି ଉର୍ଦ୍ଧ୍ୱଭାବନାକୁ ନିୟନ୍ତ୍ରଣରେ ରଖିଥାନ୍ତି ଓ ସୁଚିନ୍ତା ଓ ଭାବନାର ବ୍ରତୀ ହୋଇଥାନ୍ତି। ଏହାଛଡ଼ା ଏମାନେ ପରୋପକାରୀ, ସଚ୍ଚୋଟ, ସୃଜନଶୀଳ ଓ କର୍ମଠ ହୋଇଥାନ୍ତି। ମାତ୍ର ନକରାମତ୍କ ମନବଳକୁ ବିବେକ ଦ୍ୱାରା ପରିଚାଳିତ ହୋଇଥାଏ ଏବଂ ମନ କୁକର୍ମରେ ନିବେଶ କରିଥାଏ। ନକାରାମତ୍କ ମନୋବଳ ସମ୍ପନ୍ନ ବ୍ୟକ୍ତି ନିଜର ଚିନ୍ତନ ତଥା ରାଗ, ଅହଂକାର, ଘୃଣା ପ୍ରଭୃତିକୁ ନିୟନ୍ତ୍ରଣରେ ରଖିପାରେ ନାହିଁ। ନକରାମତ୍କ ମନୋବଳ ବ୍ୟକ୍ତି ମନର କଷ୍ଟକୁ ସହି ପାରେ ନାହିଁ ଯାହାଫଳରେ ସେମାନେ ଆକ୍ରମଣାମତ୍କ ହୋଇଥାନ୍ତି। ଆଉ କିଛି ବ୍ୟକ୍ତିି ଉଭୟ ନକରାମତ୍କ ଏବଂ ସକାରାମତ୍କ ମନୋବଳ ସମ୍ମନ୍ନ ହୋଇଥାନ୍ତି। ମନରେ ଯେଉଁ ମନୋବଳ ବେଶୀ ଭାବରେ ପ୍ରଭାବିତ ହୋଇଥାଏ ସେଇ ଅନୁସାରେ ମନ କର୍ମ ଦ୍ୱାରା ପ୍ରଭାବିତ ହୋଇଥାଏ।
ଗୋଟିଏ ଦେଶରେ ଜଣେ ଦୟାଳୁ ରାଜା ଥିଲେ ରାଜା ପ୍ରଜାମାନଙ୍କୁ ଖୁବ୍‌ ଭଲ ପାଉଥିଲେ ଦେଖୁ ଦେଖୁ ପାଖ ଦେଶର ରାଜା ଦୟାଳୁ ରାଜାଙ୍କର ଦେଶକୁ ଆକ୍ରମଣ କରିବାକୁ ଯୁଦ୍ଧ ଘୋଷଣା କଲେ। ରାଜାଙ୍କର ସୈନ୍ୟସାମନ୍ତ ବଳ ଖୁବ୍‌ କମ୍‌ ଥିଲା। ମାତ୍ର ପଡୋଶୀ ଦେଶର ରାଜାଙ୍କର ସୈନ୍ୟବଳ ଅଧିକ ଥିଲା। ଦୟାଳୁ ରାଜା ହାରିଯିବାର ଚିନ୍ତାରେ ଘାରି ହେଲେ। ବିତସ୍ତତ ହୋଇ କଣ କରିବେ ଚିନ୍ତା କରି ପାରିଲେ ନାହିଁ। କିଛି ଦିନ ବିତିଗଲା ପରେ ରାଜା ରାଜ୍ୟର ଏକ ନିକଟସ୍ଥ ପାହାଡ଼ରେ ବାସ କରୁଥିବା ଜଣେ ସନ୍ନ୍ୟାସୀଠାରୁ ଉପଦେଶ ନେବାକୁ ମନସ୍ଥ କଲେ। ପରଦିନ ସକାଳୁ ରାଜା ସନ୍ନ୍ୟାସୀ ରହିଥିବା ଗୁମ୍ଫାକୁ ଗଲେ। ଗୁମ୍ଫାରେ ପହଞ୍ଚତ୍ ସନ୍ନ୍ୟାସୀକୁ ସାଷ୍ଟାଙ୍ଗେ ପ୍ରଣାମ କଲେ। ରାଜା ତାଙ୍କର ସମସ୍ତ ଚିନ୍ତାର ବ୍ୟଥା ସନ୍ନ୍ୟାସୀଙ୍କ ଆଗରେ ବଖାଣିଲେ। କହିଲେ, ହେ ସନ୍ଥ ! ମୋର ଦେଶକୁ ପଡୋଶୀ ଦେଶର ରାଜା ଆକ୍ରମଣ କରିବ ବୋଲି ପ୍ରସ୍ତୁତ ହେଲାଣି। ମୁଁ ମୋର ଏ ସ୍ବଳ୍ପ ସୈନ୍ୟ ବଳରେ ଯୁଦ୍ଧରେ ଜୟ କରିପାରିବିକି ନାହିଁ, ମୋତେ ଉପାୟ ବତାଅ’। ସନ୍ଥ ରାଜାଙ୍କ ଠାରୁ ଏ ପ୍ରକାର ହତତ୍ସୋହ କଥା ଶୁଣି ରାଜାକୁ ସ୍ବାନ୍ତନା ଦେଇ ଆସନ ଗ୍ରହଣ କରିବା ପାଇଁ କହିଲେ। ତାପରେ ସନ୍ଥ ସନ୍ନ୍ୟାସୀ ଗୋଟିଏ ମୁଦ୍ରା ବାହାର କଲେ ଏବଂ ରାଜାଙ୍କୁ କହିଲେ ହେ ରାଜନ ! ଏ ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଫଳକ ଅଛି ଏବଂ ଅନ୍ୟପଟରେ ଠାକୁରଙ୍କ ମୂର୍ତ୍ତିି ଅଛି। ମୁଁ ବର୍ତ୍ତମାନ ମୁଦ୍ରାଟିକୁ ଉପରକୁ ଫିଙ୍ଗିବି, ମୁଦ୍ରାଟି ତଳେ ପଡ଼ି ଯଦି ଫଳକ ପାର୍ଶ୍ୱ ଦେଖାଯିବ, ତା ହେଲେ ଆପଣ ନିଶ୍ଚୟ ଯୁଦ୍ଧରେ ଜିତିବେ। ଏହା କହି ସନ୍ଥ ମୁଦ୍ରା ଉପରକୁ ଫିଙ୍ଗିଲେ। ତଳେ ପଡ଼ିଲା ବେଳକୁ ମୁଦ୍ରାର ଫଳକ ପାର୍ଶ୍ୱ ଦେଖାଗଲା। ସନ୍ଥ ରାଜାଙ୍କୁ ନିଶ୍ଚୟ ଯୁଦ୍ଧରେ ବିଜୟ ଲାଭ କରିବ ବୋଲି ଆଶ୍ୱାସନା ଦେଲେ। ସେଠାରୁ ରାଜା ଆସି ଯୁଦ୍ଧରେ ମଜିଗଲେ ଏବଂ ଶେଷରେ ଜୟଲାଭ କଲେ। ରାଜାଙ୍କର ଆନନ୍ଦର ସୀମା ରହିଲା ନାହିଁ। ଏଥର ରଜା ନିଜେ ଯାଇ ସନ୍ଥଙ୍କୁ ଦେଖାକରି ବିଜୟର ଶୁଭ ଖବର ଦେଲେ। ସନ୍ଥ କହିଲେ ହେ ରାଜାନ ମୁଁ ଯେଉଁ ମୁଦ୍ରାଟି ପକାଇଥିଲି, ତାହାର ଦୁଇପାର୍ଶ୍ୱରେ ଫଳକ ଥିଲା। କୌଣସି ଦେବାଦେବୀଙ୍କର ମୂର୍ତ୍ତି ନ ଥିଲା। ମୁଁ ଆପଣଙ୍କର ମନୋବଳ ବଢ଼ାଇବା ପାଇଁ ଏ ସବୁ କରିଥିଲି। ତାହାହିଁ ଫଳପ୍ରଦ ହେଲା।
ମୋ: ୯୯୩୮୧୮୧୩୦୨


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri