ମନୋବଳ

ଜଚ୍ଚିଦାନନ୍ଦ ଦାଶ

ମନୋବଳ କହିଲେ ମନର ମାନସିକ ଶକ୍ତିକୁ ବୁଝାଯାଏ। ଅର୍ଥାତ୍‌ କେତେ ପରିମାଣରେ ମନର ଶକ୍ତି ଅଛି ବିଭିନ୍ନ ଅପ୍ରତ୍ୟାଶିତ ପରିସ୍ଥିତିକୁ ସମ୍ମୁଖୀନ ହେବା ପାଇଁ। କିଛି କିଛି ଲୋକଙ୍କର ଶାରୀରିକ ଶକ୍ତି କମି ଥାଇପାରେ। ମାତ୍ର ମାନସିକ ଶକ୍ତିରେ ସେମାନେ ବହୁତ ଆଗରେ ଥାନ୍ତି। ସେହିପରି କିଛି ଲୋକଙ୍କର ଶାରୀରିକ ଶକ୍ତି ଥାଇପାରେ ମାତ୍ର ମାନସିକ ଶକ୍ତିରେ ଦୁର୍ବଳ ଅନୁଭବ କରନ୍ତି। ମଣିଷ ମନ ସବଳ ଥିଲେ, ସେ ଶରୀରର ଦୁର୍ବଳତାକୁ ଏଡାଇଦେଇ ସମସ୍ତ କର୍ମ କରିଚାଲେ। ମାତ୍ର ଶରୀର ସବଳ ଥାଇ ଦୁର୍ବଳ ମନ ଲୋକ ସେହିପରି କର୍ମଠ ହୋଇପାରେନା।
ଖାଲି ମନୋବଳର କୌଣସି ମଲ୍ୟ ନଥାଏ ଯଦି ଏହା ଠିକ୍‌ ଭାବରେ ବିବେକ ଦ୍ୱାରା ବଶୀଭୂତ ହୋଇନାହିଁ, କାରଣ ବିବେକ ମନର ଲଗାମ ସଦୃଶ। ମନର ବିବେକ କୁଭାବନାକୁ ନିୟନ୍ତ୍ରଣରେ ରଖେ। ବିବେକ ହଜିଗଲେ ମନ ବେନିୟନ୍ତ୍ରିତ ହୋଇ ଖରାପ କର୍ମ କରି ଚାଲେ। ବିବେକର ଲଗାମ ଛିଡ଼ିଗଲେ ମଣିଷ ମନ ଯାହା ନାହିଁ ତାହା କରିବସେ। ମନୋବଳ ଦ୍ୱାରା ମଣିଷ କଷ୍ଟ ସହିଷ୍ଣୁ ହୋଇଥାଏ। କଷ୍ଟ ସହିଷ୍ଣୁ ହେବା ଦ୍ୱାରା ମନ ଦମ୍ଭ ହୋଇଥାଏ। ମନ ଦମ୍ଭ ହେବାଦ୍ୱାରା ମଣିଷ ବିବେକର ବିବେଚନାରେ ନିଜକୁ ନିୟୋଜିତ କରିଥାଏ।
ସାଧାରଣତଃ ମନୋବଳ ଦୁଇ ପ୍ରକାରର ପ୍ରଥମ ହେଲା ସକାରାମତ୍କ ବନୋବଳ ଏବଂ ଦ୍ୱିତୀୟଟି ହେଲା ନକରାମତ୍କ ମନୋବଳ। ସକାରାମତ୍କ ମନବଳ ସୁ ବିବେକ ଦ୍ୱାରା ପରିଚାଳିତ ହୋଇଥାଏ। ଫଳରେ ମନ ସୁକର୍ମରେ ନିୟୋଜିତ ହୋଇଥାଏ। ସକରାମତ୍କ ମନବଳ ସମ୍ପନ୍ନ ବ୍ୟକ୍ତି ଉର୍ଦ୍ଧ୍ୱଭାବନାକୁ ନିୟନ୍ତ୍ରଣରେ ରଖିଥାନ୍ତି ଓ ସୁଚିନ୍ତା ଓ ଭାବନାର ବ୍ରତୀ ହୋଇଥାନ୍ତି। ଏହାଛଡ଼ା ଏମାନେ ପରୋପକାରୀ, ସଚ୍ଚୋଟ, ସୃଜନଶୀଳ ଓ କର୍ମଠ ହୋଇଥାନ୍ତି। ମାତ୍ର ନକରାମତ୍କ ମନବଳକୁ ବିବେକ ଦ୍ୱାରା ପରିଚାଳିତ ହୋଇଥାଏ ଏବଂ ମନ କୁକର୍ମରେ ନିବେଶ କରିଥାଏ। ନକାରାମତ୍କ ମନୋବଳ ସମ୍ପନ୍ନ ବ୍ୟକ୍ତି ନିଜର ଚିନ୍ତନ ତଥା ରାଗ, ଅହଂକାର, ଘୃଣା ପ୍ରଭୃତିକୁ ନିୟନ୍ତ୍ରଣରେ ରଖିପାରେ ନାହିଁ। ନକରାମତ୍କ ମନୋବଳ ବ୍ୟକ୍ତି ମନର କଷ୍ଟକୁ ସହି ପାରେ ନାହିଁ ଯାହାଫଳରେ ସେମାନେ ଆକ୍ରମଣାମତ୍କ ହୋଇଥାନ୍ତି। ଆଉ କିଛି ବ୍ୟକ୍ତିି ଉଭୟ ନକରାମତ୍କ ଏବଂ ସକାରାମତ୍କ ମନୋବଳ ସମ୍ମନ୍ନ ହୋଇଥାନ୍ତି। ମନରେ ଯେଉଁ ମନୋବଳ ବେଶୀ ଭାବରେ ପ୍ରଭାବିତ ହୋଇଥାଏ ସେଇ ଅନୁସାରେ ମନ କର୍ମ ଦ୍ୱାରା ପ୍ରଭାବିତ ହୋଇଥାଏ।
ଗୋଟିଏ ଦେଶରେ ଜଣେ ଦୟାଳୁ ରାଜା ଥିଲେ ରାଜା ପ୍ରଜାମାନଙ୍କୁ ଖୁବ୍‌ ଭଲ ପାଉଥିଲେ ଦେଖୁ ଦେଖୁ ପାଖ ଦେଶର ରାଜା ଦୟାଳୁ ରାଜାଙ୍କର ଦେଶକୁ ଆକ୍ରମଣ କରିବାକୁ ଯୁଦ୍ଧ ଘୋଷଣା କଲେ। ରାଜାଙ୍କର ସୈନ୍ୟସାମନ୍ତ ବଳ ଖୁବ୍‌ କମ୍‌ ଥିଲା। ମାତ୍ର ପଡୋଶୀ ଦେଶର ରାଜାଙ୍କର ସୈନ୍ୟବଳ ଅଧିକ ଥିଲା। ଦୟାଳୁ ରାଜା ହାରିଯିବାର ଚିନ୍ତାରେ ଘାରି ହେଲେ। ବିତସ୍ତତ ହୋଇ କଣ କରିବେ ଚିନ୍ତା କରି ପାରିଲେ ନାହିଁ। କିଛି ଦିନ ବିତିଗଲା ପରେ ରାଜା ରାଜ୍ୟର ଏକ ନିକଟସ୍ଥ ପାହାଡ଼ରେ ବାସ କରୁଥିବା ଜଣେ ସନ୍ନ୍ୟାସୀଠାରୁ ଉପଦେଶ ନେବାକୁ ମନସ୍ଥ କଲେ। ପରଦିନ ସକାଳୁ ରାଜା ସନ୍ନ୍ୟାସୀ ରହିଥିବା ଗୁମ୍ଫାକୁ ଗଲେ। ଗୁମ୍ଫାରେ ପହଞ୍ଚତ୍ ସନ୍ନ୍ୟାସୀକୁ ସାଷ୍ଟାଙ୍ଗେ ପ୍ରଣାମ କଲେ। ରାଜା ତାଙ୍କର ସମସ୍ତ ଚିନ୍ତାର ବ୍ୟଥା ସନ୍ନ୍ୟାସୀଙ୍କ ଆଗରେ ବଖାଣିଲେ। କହିଲେ, ହେ ସନ୍ଥ ! ମୋର ଦେଶକୁ ପଡୋଶୀ ଦେଶର ରାଜା ଆକ୍ରମଣ କରିବ ବୋଲି ପ୍ରସ୍ତୁତ ହେଲାଣି। ମୁଁ ମୋର ଏ ସ୍ବଳ୍ପ ସୈନ୍ୟ ବଳରେ ଯୁଦ୍ଧରେ ଜୟ କରିପାରିବିକି ନାହିଁ, ମୋତେ ଉପାୟ ବତାଅ’। ସନ୍ଥ ରାଜାଙ୍କ ଠାରୁ ଏ ପ୍ରକାର ହତତ୍ସୋହ କଥା ଶୁଣି ରାଜାକୁ ସ୍ବାନ୍ତନା ଦେଇ ଆସନ ଗ୍ରହଣ କରିବା ପାଇଁ କହିଲେ। ତାପରେ ସନ୍ଥ ସନ୍ନ୍ୟାସୀ ଗୋଟିଏ ମୁଦ୍ରା ବାହାର କଲେ ଏବଂ ରାଜାଙ୍କୁ କହିଲେ ହେ ରାଜନ ! ଏ ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଫଳକ ଅଛି ଏବଂ ଅନ୍ୟପଟରେ ଠାକୁରଙ୍କ ମୂର୍ତ୍ତିି ଅଛି। ମୁଁ ବର୍ତ୍ତମାନ ମୁଦ୍ରାଟିକୁ ଉପରକୁ ଫିଙ୍ଗିବି, ମୁଦ୍ରାଟି ତଳେ ପଡ଼ି ଯଦି ଫଳକ ପାର୍ଶ୍ୱ ଦେଖାଯିବ, ତା ହେଲେ ଆପଣ ନିଶ୍ଚୟ ଯୁଦ୍ଧରେ ଜିତିବେ। ଏହା କହି ସନ୍ଥ ମୁଦ୍ରା ଉପରକୁ ଫିଙ୍ଗିଲେ। ତଳେ ପଡ଼ିଲା ବେଳକୁ ମୁଦ୍ରାର ଫଳକ ପାର୍ଶ୍ୱ ଦେଖାଗଲା। ସନ୍ଥ ରାଜାଙ୍କୁ ନିଶ୍ଚୟ ଯୁଦ୍ଧରେ ବିଜୟ ଲାଭ କରିବ ବୋଲି ଆଶ୍ୱାସନା ଦେଲେ। ସେଠାରୁ ରାଜା ଆସି ଯୁଦ୍ଧରେ ମଜିଗଲେ ଏବଂ ଶେଷରେ ଜୟଲାଭ କଲେ। ରାଜାଙ୍କର ଆନନ୍ଦର ସୀମା ରହିଲା ନାହିଁ। ଏଥର ରଜା ନିଜେ ଯାଇ ସନ୍ଥଙ୍କୁ ଦେଖାକରି ବିଜୟର ଶୁଭ ଖବର ଦେଲେ। ସନ୍ଥ କହିଲେ ହେ ରାଜାନ ମୁଁ ଯେଉଁ ମୁଦ୍ରାଟି ପକାଇଥିଲି, ତାହାର ଦୁଇପାର୍ଶ୍ୱରେ ଫଳକ ଥିଲା। କୌଣସି ଦେବାଦେବୀଙ୍କର ମୂର୍ତ୍ତି ନ ଥିଲା। ମୁଁ ଆପଣଙ୍କର ମନୋବଳ ବଢ଼ାଇବା ପାଇଁ ଏ ସବୁ କରିଥିଲି। ତାହାହିଁ ଫଳପ୍ରଦ ହେଲା।
ମୋ: ୯୯୩୮୧୮୧୩୦୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri