Categories: ଖେଳ

ମଣ୍ଟେଗ୍ରୋ ବକ୍ସିଂ ମିଟ୍‌: ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଲେ ପଠାନ୍‌

ନୂଆଦିଲ୍ଲୀ, ୨୧ା୨(ପି.ଟି.)- ମଣ୍ଟେନିଗ୍ରୋସ୍ଥିତ ବଡ୍‌ଭାଠାରେ ଚାଲିଥିବା ୩୦ତମ ଆଡ୍ରିଆଟିକ୍‌ ପର୍ଲ ଟୁର୍ନାମେଣ୍ଟରେ ଭାରତର ମହିଳା ବକ୍ସରମାନେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ଅଲ୍‌ଫିୟା ପଠାନ (୮୧+କେଜି) ଦେଶ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଆଣିଦେଇଛନ୍ତି। ବେବିରୋଜିସାନା ଚାନୁ (୫୧କେଜି), ବିନ୍‌କା (୬୦କେଜି), ଅରୁନ୍ଧତୀ (୬୯କେଜି) ଓ ସାନାମାଚା ଚାନୁ (୭୫କେଜି) ସେମାନଙ୍କ କାଟେଗୋରିରେ ଫାଇନାଲରେ ପ୍ରବେଶ କରିଛନ୍ତି। ଚମତ୍କାର ଫିଟ୍‌ନେସ୍‌ ଓ ଫର୍ମରେ ଥିବା ୨୦୧୯ ଏସିଆନ ଜୁନିୟର ଗଲର୍‌ସ ଚାମ୍ପିୟନ ଅଲ୍‌ଫିୟା ମଲଡୋଭାର ଡାରିଆ କୋଜୋରେଭ୍‌ଙ୍କ ବିପକ୍ଷ ମୁକାବିଲାକୁ ୫-୦ରେ ସହଜରେ ଜିତିନେଇଥିଲେ। ବାଉଟରେ ସେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ। ନାଗପୁରର ଅଲ୍‌ଫିୟା କୋଜୋରେଭଙ୍କୁ କୌଣସି ସୁଯୋଗ ନ ଦେଇ ପଞ୍ଚ୍‌ ପରେ ପଞ୍ଚ ମାରିଚାଲିଥିଲେ।

Share