ମନ୍‌ସୁନ୍‌ ଆଉଟ୍‌ଫିଟ୍‌

କ’ଣ ପିନ୍ଧିବି, କ’ଣ ପିନ୍ଧିବି.. ବର୍ଷାଦିନେ ଅଧିକାଂଶ ଯୁବପିଢ଼ିଙ୍କର ଏହା ଏକ ବଡ଼ ସମସ୍ୟା। ଗୋଟେ ପଟେ ଡ୍ରେସ୍‌ ଷ୍ଟାଇଲିଶ୍‌ ହୋଇଥିବ ଓ ଆଉ ଗୋଟେ ପଟେ ତା’ ସହ ଆସେସରିଜ୍‌ ବି ମ୍ୟାଚିଂ ଦରକାର। ହେଲେ ବର୍ଷାଦିନେ କେବେ ପାଣି କାଦୁଅ ଲାଗି ଡ୍ରେସ୍‌ ଖରାପ ହୋଇଯିବାର ତ ଆଉ କେତେବେଳେ ଓଦା ହୋଇଗଲେ ଶୀଘ୍ର ନ ଶୁଖି ଥଣ୍ଡା, କାଶ ଭଳି ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଟେନ୍‌ଶନ୍‌। ଆଉ ପୁଣି ଭଲ ଡ୍ରେସ୍‌ ପିନ୍ଧି ବାହାରକୁ ଗଲେ ପର୍ସନାଲିଟି ଡାଉନ ହେବାର ଭୟ। ଏମିତିରେ ମାର୍କେଟ୍‌ରେ ମିଳୁଥିବା ବିଭିନ୍ନ ଡିଜାଇନ୍‌ର ରେନିଡେ ପୋଷାକ ଓ ଓ୍ବାଟରପ୍ରୁପ୍‌ ଆସେସରିଜ ସାଜିଛି ସେମାନଙ୍କ ପାଇଁ ଲାଟେଷ୍ଟ ମନ୍‌ସୁନ୍‌ ଫ୍ୟାଶନ…
ବର୍ତ୍ତମାନ ଗ୍ରାହକଙ୍କ ଡିମାଣ୍ଡକୁ ଆଖିଆଗରେ ରଖି ବିଭିନ୍ନ ସିଜନ୍‌ରେ ସ୍ବାସ୍ଥ୍ୟ ସହିତ ଫ୍ୟାଶନ୍‌ଟ୍ରେଣ୍ଡକୁ ଖାପ ଖୁଆଇଲା ଭଳି ଆଉଟ୍‌ଫିଟ୍‌ ପ୍ରସ୍ତୁତ କରୁଛନ୍ତି ଅଧିକାଂଶ କମ୍ପାନି।, ଯାହାକି ସବୁବର୍ଗର ଗ୍ରାହକଙ୍କୁ ସୁହାଇଲା ଭଳି ଦାମ୍‌ରେ ମଧ୍ୟ ମିଳିପାରୁଛି। ତେବେ ଛୋଟବଡ ଦୋକନା, ମଲ୍‌ ଠାରୁ ଆରମ୍ଭ କରି ଅନ୍‌ଲାଇନ ଶପିଂ ସାଇଟ୍‌ଗୁଡିକରେ ଖୁବ୍‌ ସହଜରେ ଏଭଳି ଓ୍ବାଟରପ୍ରୁଫ୍‌ ଆଉଟ୍‌ଫିଟ୍‌ ମିଳିପାରୁଥିବାରୁ ବର୍ଷାରେ ବି ଯୁବପିଢ଼ିଙ୍କ ମନ୍‌ସୁନ୍‌ ଫ୍ୟାଶନ୍‌ ଅପ୍‌ଡେଟ୍‌ ରହିପାରୁଛି…
ରେନି ଡେ’ ଡ୍ରେସ୍‌ର ବଢ଼ୁଛି ଡିମାଣ୍ଡ:
ସମୟରେ କଟନ୍‌, ଜିନ୍ସ ଭଳି ହେଭି ପୋଷାକ ସହଜରେ ଶୁଖି ନ ଥାଏ। ଏଣେ ପାଟ, ମଠା ଭଳି ଫ୍ୟାବ୍ରିକ୍‌ରେ ପ୍ରସ୍ତୁତ ଡ୍ରେସ୍‌ ନଷ୍ଟ ହୋଇଯିବାର ଆଶଙ୍କା ଥାଏ। ତେଣୁ ଫ୍ୟାଶନେବଲ୍‌ ଲାଗିବା ସହ ପାଣି କାଦୁଅ ସଂସ୍ପର୍ଶରେ ଆସିଲେ ଖରାପ ନ ହେବା ଭଳି ବିଭିନ୍ନ ମନ୍‌ସୁନ୍‌ ଡ୍ରେସ୍‌ କଲେକ୍ସନ ଏବେ ମାର୍କେଟ୍‌ରେ ଉପଲବ୍ଧ। ଉଭୟ ପୁଅ ଏବଂ ଝିଅମାନଙ୍କ ଲାଗି ବିଭିନ୍ନ ଫେବ୍ରିକ୍‌ କମ୍ପାନି ପକ୍ଷରୁ ଓଦା ହେଲେ ସହଜରେ ଶୁଖିପାରୁଥିବା ନିୟନ୍‌, ସିଫନ୍‌, ଜର୍‌ଜେଟ୍‌, ଲାଇଟ୍‌ କଟନ୍‌, ନାଇଲନ୍‌ ଭଳି ଫେବ୍ରିକ୍‌ର ଡ୍ରେସ୍‌ ପ୍ରସ୍ତୁତ କରାଯାଉଛି।
ଦାଗ ଜଣା ନ ପଡ଼ିବା ଲାଗି ଲାଇଟ୍‌ କଲର ବଦଳରେ ଏଦିନେ ବ୍ରାଇଟ୍‌ ଏବଂ ବୋଲ୍ଡ କଲର ଡ୍ରେସ୍‌ର ଡିମାଣ୍ଡ ବେଶି ରହୁଥିବା ଦେଖିବାକୁ ମିଳୁଛି।
ମନ୍‌ସୁନ୍‌ ଫ୍ୟାଶନ୍‌ରେ କ୍ୟାପ୍ରି, ସ୍କର୍ଟ, ମିଡି, ଓ୍ବାନ୍‌ପିସ୍‌, ର଼୍ୟାପ୍‌ ଆରାଉଣ୍ଡ, ଶର୍ଟ ପ୍ୟାଣ୍ଟ୍‌, ଫ୍ରକ୍‌ ଭଳି ପୋଷାକ ଅଧିକ ପସନ୍ଦ କରୁଛନ୍ତି।
ଜିନ୍ସ ପରିବର୍ତ୍ତେ ସହଜରେ ଶୁଖିପାରୁଥିବା ଓ୍ବାଟର ରେପେଲେଣ୍ଟ ଜିନ୍ସ ସହ ଲାଇଟ୍‌ ଫ୍ୟାବ୍ରିକ୍‌ରେ ପ୍ରସ୍ତୁତ ଶାର୍ଟ, ଟି’ଶାର୍ଟ ଆଦି ବ୍ୟବହାର କରୁଛନ୍ତି। ଏହା ବ୍ୟତୀତ ବିଭିନ୍ନ ଶର୍ଟ ପ୍ୟାଣ୍ଟ, ବରମୁଡା ପ୍ୟାଣ୍ଟ ଉପଲବ୍ଧ, ଯାହାକୁ ଉଭୟ ଯୁବତୀ ଏବଂ ଯୁବକ ବହୁଳ ବ୍ୟବହାର କରିପାରବେ।
ଓ୍ବାଟରପ୍ରୁଫ୍‌ ଫୁଟ୍‌ଓ୍ବେର ଦେଉଛି ଆଇକ୍ୟାଚି ଲୁକ୍‌: ଅଧିକାଂଶ ଯୁବତୀ ଯୁବକ ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଡ୍ରେସ୍‌ ସହିତ ମ୍ୟାଚିଂ ବିଭିନ୍ନ ପ୍ରକାରର ଫୁଟ୍‌ଓ୍ବେର୍‌ କଲେକ୍ସନ ରଖିଥା’ନ୍ତି। ହେଲେ ବର୍ଷାଦିନେ ଲେଦର, କାନ୍‌ଭାସ୍‌ ଭଳି ଶୁଜ୍‌ ନଷ୍ଟ ହୋଇଯାଏ। ତେଣୁ ଏବେ ମାର୍କେଟ୍‌ରେ ମିଳୁଥିବା ଭଳିକି ଭଳି ଓ୍ବାଟରପ୍ରୁଫ୍‌ ଫୁଟ୍‌ଓ୍ବେର ପାଲଟିଛି ସେମାନଙ୍କ ପ୍ରଥମ ପସନ୍ଦ।
ଫ୍ଲିପ୍‌ ଫ୍ଲପ୍‌, ଫଙ୍କି ଗନ୍‌ ବୁଟ୍‌, ଜେଲି ପ୍ଲେଟ୍ସ, ରବର ସ୍ୟାଣ୍ଡେଲ୍‌ ଆଦି ଓ୍ବାଟରପ୍ରୁଫ୍‌ ଚପଲ ଯୁବତୀମାନେ ନିଜ ମନ୍‌ସୁନ୍‌ ଆଉଟ୍‌ଫିଟ୍‌ରେ ସାମିଲ କରୁଛନ୍ତି। ଏମିତିକି ସଫ୍ଟ ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ ସ୍ନିକର୍ସ ବି ଏବେ ଅଳ୍ପ ଦାମ୍‌ରେ ମାର୍କେଟ୍‌ରେ ମିଳୁଥିବାରୁ ଏଥିପ୍ରତି ଅଧିକାଂଶଙ୍କ କ୍ରେଜ୍‌ ବଢୁଥିବାର ଦେଖିବାକୁ ମିଳୁଛି।
ଲେଦର, କାନ୍‌ଭାସ୍‌ ଭଳି ଜୋତା ପାଣି ସଂସ୍ପର୍ଶରେ ଆସି ଶୀଘ୍ର ନଷ୍ଟ ହୋଇଯାଏ। ତେଣୁ ରବର ସୋଲ୍‌ ଫୁଟ୍‌ଓ୍ବେର ବ୍ୟବହାର କରୁଛନ୍ତି। ରବର ଏବଂ ସଫ୍ଟ ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ ଚପଲଗୁଡ଼ିକର ବିଭିନ୍ନ ଆକର୍ଷଣୀୟ ଡିଜାଇନ ବର୍ତ୍ତମାନ ଯୁବପିଢ଼ିଙ୍କୁ ଅଧିକ ଆକୃଷ୍ଟ କରୁଛି।
ଫ୍ୟାଶନ୍‌ ଷ୍ଟେଟ୍‌ମେଣ୍ଟ ପାଲଟିଛି ଓ୍ବାଟରପ୍ରୁଫ୍‌ ଆସେସରିଜ୍‌ :
ଡ୍ରେସ୍‌ ସହିତ ମ୍ୟାଚିଂ ଆସେସରିଜ୍‌ ପିନ୍ଧିଲେ ଏହା ଅଧିକ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ। ଆଉ ଏହାକୁ ନେଇ ଯୁବପିଢ଼ିଙ୍କ ଭିତରେ ଅଧିକ କ୍ରେଜ୍‌ ରହିଥାଏ। ବର୍ଷାଦିନ ବର୍ତ୍ତମାନ ବିଭିନ୍ନ ନାମୀଦାମୀ କମ୍ପାନୀର ବିଭିନ୍ନ ଓ୍ବାଟରପ୍ରୁଫ୍‌ ଆସେସରିଜ୍‌ ମାର୍କେଟ୍‌ରେ ମିଳୁଛି। ବିଶେଷକରି ନାଇଲନ୍‌ ଏବଂ ସଫ୍ଟ ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ ଆକର୍ଷଣୀୟ ଡିଜାଇନର ଓ୍ବାଯରପ୍ରୁଫ୍‌ ବ୍ୟାଗ୍‌ର ଚାହିଦା ବେଶି ରହୁଛି।
ସେହିପରି ବର୍ଷାଦିନ ପାଇଁ ସ୍ପେଶାଲ ଡିଜାଇନ କରାଯାଇଥିବା ଲାଟେଷ୍ଟ ରିଷ୍ଟଓ୍ବାଚ୍‌ ମଧ୍ୟ ଯୁବପିଢ଼ିଙ୍କ ମନ୍‌ସୁନ୍‌ ଫ୍ୟାଶନରେ ଖୁବ୍‌ ଡିମାଣ୍ଡରେ ରହିଛି। ଏହା କମ୍‌ଦାମ୍‌ରେ ମଧ୍ୟ ଉପଲବ୍ଧ ଥିବାରୁ ସମସ୍ତେ ଏହାକୁ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି।
ସହ ମ୍ୟାଚିଂ ଜୁଏଲେରୀ ବିନା ଯୁବପିଢିଙ୍କର ଫ୍ୟାଶନ୍‌ ଅଧୁରା। ତେଣୁ ବର୍ଷାଦିନ ପାଇଁ ସେମାନେ ଭଳିକି ଭଳି ଓ୍ବାଟରପ୍ରୁଫ୍‌ ଲାଇଟ୍‌ଓ୍ବେଟ୍‌ ନନ୍‌ମେଟାଲିକ୍‌ ଜୁଏଲେରି ବ୍ୟବହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?