Posted inଫୁରସତ

ମନସୁନ୍‌ ଡେଷ୍ଟିନେଶନ

ବର୍ଷାରେ ଭିଜି ଭିଜି ବୁଲିବାରେ ଥାଏ ଏକ ଅପୂର୍ବ ଆନନ୍ଦ। ସେଥିପାଇଁ ବର୍ଷାଦିନ ଆସିଲେ କେତେକ ପର୍ଯ୍ୟଟକ ଏମିତି କିଛି ସ୍ଥାନକୁ ବୁଲିଯିବାକୁ ଚାହାନ୍ତି; ଯେଉଁଠାରେ ବର୍ଷାର ଅପୂର୍ବ ଶୋଭାକୁ ଉପଭୋଗ କରିବା ସହ ଭିଜି ଭିଜି ବୁଲିବାର ମଜା ନେଇ ହେଉଥିବ। ତେଣୁ ଏଠାରେ ସେମିତି କେତୋଟି ମନସୁନ୍‌ ଡେଷ୍ଟିନେଶନ ସମ୍ପର୍କରେ ଉଲ୍ଲେଖ କରାଗଲା:

*ଚେରାପୁଞ୍ଜି: ପ୍ରାକୃତିକ ବୈଭବରେ ଭରା ଚେରାପୁଞ୍ଜି ହେଉଛି ଏମିତି ଏକ ସ୍ଥାନ, ଯେଉଁଠାରେ ଅଧିକ ମାତ୍ରାରେ ବର୍ଷା ହେଉଥିବାର ନଜିର ଦେଖିବାକୁ ମିଳିଥାଏ। ଖାସ୍‌କରି ବର୍ଷାପ୍ରିୟ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ମନୋରମ ସ୍ଥାନ କହିଲେ ଚଳେ। ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ସ୍ଥାନ ହେଉଛି ଚେରାପୁଞ୍ଜି। ଏହା ସ୍ଥାନୀୟ ଅଞ୍ଚଳରେ ସୋହରା ନାମରେ ମଧ୍ୟ ପରିଚିତ। ଅଧିକ ମାତ୍ରାରେ ବର୍ଷା ହେଉଥିବାର ଭିନ୍ନ ଏକ ରେକର୍ଡ ରହିଛି ଏହା ନାଁରେ। ସେଥିପାଇଁ ଏହି ସ୍ଥାନକୁ ଅନେକେ ପୃଥିବୀର ଏକ ଆଦର୍‌ରତାପୂର୍ଣ୍ଣ ସ୍ଥାନ ଭାବେ ଗଣନା କରିଥାନ୍ତି। ତେବେ ଏଠାରେ କେବଳ ଅଧିକ ମାତ୍ରାରେ ବର୍ଷା ହୁଏ ତାହା ନୁହେଁ, ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏଠି ରହିଛି ଅନେକ ସୁନ୍ଦର ସୁନ୍ଦର ପର୍ଯ୍ୟଟନସ୍ଥଳୀ। ଯେମିତି କି: ପାହାଡ଼ି ଇଲାକା, ନୋହକାଲିକାଈ ଝରଣା, ସେଭେନ୍‌ ସିଷ୍ଟର୍ସ ଫଲ୍ସ ତଥା ଏକାଧିକ ଗୁମ୍ଫାର ସମ୍ଭାର ଇତ୍ୟାଦି। ଖାସ୍‌ ସେଥିପାଇଁ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳିଥାଏ।

* ମୌସିନ୍‌ରାମ: ବର୍ଷାରେ ଭିଜିବାକୁ ଭଲ ପାଉଥିବା ପର୍ଯ୍ୟଟକଙ୍କ ପାଇଁ ମୌସିନ୍‌ରାମ ବି ଏକ ସ୍ବର୍ଗୀୟ ସ୍ଥାନ ସଦୃଶ। କାରଣ ଚେରାପୁଞ୍ଜି ପରି ଏହା ମଧ୍ୟ ହେଉଛି ଭାରତର ଏମିତି ଏକ ସ୍ଥାନ, ଯେଉଁଠାରେ ଅଧିକ ମାତ୍ରାରେ ବର୍ଷା ହୋଇଥାଏ। ସେଇଥିପାଇଁ ଏହାକୁ ବି ଭାରତର ତଥା ବିଶ୍ୱର ଅନ୍ୟତମ ଆର୍ଦ୍ରତାପୂର୍ଣ୍ଣ ସ୍ଥାନ ଭାବେ ବିବେଚନା କରାଯାଇଥାଏ। ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲାର ଅନ୍ୟ ଏକ ସ୍ଥାନ ହେଉଛି ମୌସିନ୍‌ରାମ। ଏହା ଭାରତର ତଥା ପୃଥିବୀର ଏକ ଆର୍ଦ୍ର ସ୍ଥାନ ଭାବେ ପରିଚିତ। କାରଣ ଏଠାରେ ପ୍ରତିବର୍ଷ ହାରାହାରି ୧୧,୮୭୨ ମିଲିମିଟର ବର୍ଷା ହେଉଥିବାର ରେକର୍ଡ ରହିଛି। ଆଶ୍ଚର୍ଯ୍ୟର କଥା ହେଉଛି ବର୍ଷର ଅଧିକାଂଶ ସମୟ ଏଠାକାର ଆକାଶ ମେଘାଚ୍ଛନ୍ନ ରହିଥାଏ। ତା’ଛଡ଼ା ସବୁ ସମୟ ଏଠାରେ ପାଗ ଆର୍ଦ୍ର ରହୁଥିବାରୁ ଘର ବାହାରେ କାମ କରୁଥିବା ଶ୍ରମିକମାନେ ଅଚାନକ ବର୍ଷାରୁ ରକ୍ଷା ପାଇବା ପାଇଁ ନିଜ ମୁଣ୍ଡ ଏବଂ ପିଠି ଉପରେ କଦଳୀପତ୍ର ଓ ବାଉଁଶରୁ ତିଆରି ଏକ ସ୍ବତନ୍ତ୍ର ପଖିଆକୁ ଘୋଡ଼ାଇ କାମ କରିଥାନ୍ତି। ତେବେ ଏଠାରେ ଅନେକ ଝରଣା ଓ ଗୁମ୍ଫା ଦେଖିବାକୁ ମିଳେ। ମୌଜିମ୍‌ବୁଇଁ ହେଉଛି ଏଠାକାର ଏମିତି ଏକ ଗୁମ୍ଫା, ଯାହାର ଚଟାଣରୁ ବର୍ଚ୍ଛା ପରି ଉଠିଥିବା କ୍ୟାଲ୍‌ସିୟମ୍‌ କାର୍ବୋନେଟ୍‌ର କେତୋଟି ଖଣ୍ଡ ଦେଖିବାକୁ ମିଳିଥାଏ; ଯାହା ଦେଖିବାକୁ ବେଶ୍‌ ଅଜବ ଲାଗିଥାଏ।

* ଅମ୍ବୋଲି: ଦକ୍ଷିଣ ମହାରାଷ୍ଟ୍ରର ଏହା ହେଉଛି ଏକ ଶୈଳନିବାସ। ତା’ସତ୍ତ୍ୱେ ବି ଏଠାକାର ଜଳବାୟୁ ବର୍ଷସାରା ଖୁବ୍‌ ଅନୁକୂଳ ରହିଥାଏ, ଯଦ୍ଦ୍ବାରା ବର୍ଷକଯାକ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ। ଖାସ୍‌କରି ବର୍ଷା ଟିକେ ଏଠାରେ ଅଧିକ ହୋଇଥାଏ। ଆଉ ଏଠାକାର ବର୍ଷାକାଳୀନ ସୁନ୍ଦର ଦୃଶ୍ୟ ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ସେଥିପାଇଁ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ର ତରଫରୁ ମତ ଦିଆଯାଏ ଯେ, ଅମ୍ବୋଲିକୁ ବୁଲିଯିବା ପାଇଁ ଜୁନ୍‌ରୁ ସେପ୍ଟେମ୍ବର ହେଉଛି ସବୁଠୁ ଭଲ ସମୟ। ବର୍ଷାଦିନେ ଏଠାରେ ଭିଜି ଭିଜି ସ୍ଥାନୀୟ ଅମ୍ବୋଲି ଜଳପ୍ରପାତ, ମହାଦେବଗଡ଼, ହିରଣ୍ୟକେଶ୍ୱର ମନ୍ଦିର, ସନ୍‌ସେଟ୍‌ ପଏଣ୍ଟ, ନାନଗରତା ଜଳପ୍ରପାତ ଇତ୍ୟାଦି ସ୍ଥାନ ବୁଲି ଦେଖିବାରେ ଥାଏ ଏକ ଅପୂର୍ବ ଆନନ୍ଦ।

* କର୍ଜତ : ମହାରାଷ୍ଟ୍ରର ଅନ୍ୟ ଏକ ଆକର୍ଷଣୀୟ ମନ୍‌ସୁନ୍‌ ଡେଷ୍ଟିନେଶନ ହେଉଛି କର୍ଜତ। ସବୁଜ ସୁନ୍ଦର ପରିବେଶ, ନଦୀ, ଝରଣା ପାଇଁ ଏହାର ରହିଛି ବେଶ୍‌ ଲୋକପ୍ରିୟତା। ରିମ୍‌ଝିମ୍‌ ବର୍ଷା ସାଙ୍ଗକୁ ଏଠାକାର ପାହାଡ଼, ପର୍ବତ ବି ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ଏହାଛଡ଼ା ଏହାର ନିକଟତମ ଅଞ୍ଚଳରେ ଅନେକ ଆଧ୍ୟାତ୍ମିକ ତଥା ଐତିହାସିକ ପର୍ଯ୍ୟଟନସ୍ଥଳୀ ବି ଦେଖିବାକୁ ମିଳିଥାଏ; ତନ୍ମଧ୍ୟରୁ କୋଥଲିଗଡ଼ ଦୁର୍ଗ, ଉହ୍ଲାସ ଉପତ୍ୟକା, କୋଣ୍ଡାନା ଗୁମ୍ଫା, କୋଣ୍ଡେଶ୍ୱର ମନ୍ଦିର ଇତ୍ୟାଦି ଅନ୍ୟତମ।

କେବଳ ଏହି ସବୁ ସ୍ଥାନ ନୁହେଁ, ଭାରତରେ ଆହୁରି ଏମିତି ଅନେକ ସ୍ଥାନ ରହିଛି ଯେଉଁଠାକୁ ବର୍ଷାଦିନେ ବୁଲିଗଲେ ବୁଲିବାର ମଜା ଦ୍ୱିଗୁଣିତ ହୋଇଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri