ଚଳିତ ବର୍ଷ ବଳକା ହେବ ମୌସୁମୀ ବର୍ଷା: ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା ନେଇ ଆସୁଛି ଦକ୍ଷିଣ ପଶ୍ଚିମ ମୌସୁମୀ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଏହି ମଡେଲ୍ ଅନୁଯାୟୀ ଆକଳନ ୫% କମ କିମ୍ବା ଅଧିକ ହୋଇପାରେ।

ଆକଳନ ଅନୁଯାୟୀ (ଜୁନ୍ ରୁ ସେପ୍ଟେମ୍ବର) ସମଗ୍ର ଦେଶରେ ସମୁଦାୟ ବୃଷ୍ଟିପାତ ୮୭ ସେମି ହାରାହାରି ୧୦୬ ପ୍ରତିଶତ ରହିବ। ୯୬-୧୦୪% ମଧ୍ୟରେ ବର୍ଷା ହେଲେ ଏହାକୁ ସ୍ୱାଭାବିକ ବୋଲି କୁହାଯାଏ। ମଇ ୨୦୨୪ ର ଶେଷ ସପ୍ତାହରେ ମୌସୁମୀ ବର୍ଷା ପାଇଁ ପରବର୍ତ୍ତୀ ପୂର୍ବାନୁମାନ ଜାରି କରିବ।

Share