ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋ ଆବଶ୍ୟକ ସେବା ଯୋଗାଇବାରେ ସମର୍ଥ ହୋଇ ନ ଥିବାରୁ ବିମାନଯାତ୍ରାରେ ଅସ୍ବାଭାବିକତା ଦେଖାଦେଇଛି। ପ୍ରଥମେ ୧,୦୦୦ ବିମାନ, ପରେ ୮୦୦ ଓ ତା’ପରେ ୬୫୦ ଏହିପରି ଇଣ୍ଡିଗୋ ବିମାନ ବାତିଲ ବା ବିଳମ୍ବରେ ଚାଲିବା ଯୋଗୁ ଅନେକ ଲକ୍ଷ ଯାତ୍ରୀ ବିମାନବନ୍ଦରରେ ପଡ଼ିରହି ହନ୍ତସନ୍ତ ହେଉଛନ୍ତି। ଏଠାରେ ମନେରଖିବାକୁ ହେବ ଯେ ଏହି ବିଭ୍ରାଟ ପଛରେ ବହୁ ସମସ୍ୟା ରହିଛି। ୨୦୨୪ ଆରମ୍ଭରେ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ଜାରି କରାଯାଇଥିଲା, ଯେଉଁଥିରେ ଉଲ୍ଲେଖ ଥିଲା ଯେ ଉଡ଼ାଜାହାଜ ପାଇଲଟ ଓ କର୍ମଚାରୀଙ୍କୁ ସପ୍ତାହକୁ ୩୬ ଘଣ୍ଟା ପରିବର୍ତ୍ତେ ୪୮ ଘଣ୍ଟା ବିଶ୍ରାମ ଦିଆଯିବ। ଏହାର ଅର୍ଥ ହେଲା ୧୨ ଘଣ୍ଟା ବୃଦ୍ଧି ହେବା ଫଳରେ ପ୍ରାୟ ୨୫ ପ୍ରତିଶତ ଉଡ଼ାଣ କମିଗଲା। ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ପ୍ରାୟ ୬୦ ପ୍ରତିଶତ ଇଣ୍ଡିଗୋ ଏକାକୀ ମାଡ଼ିବସିଛି। ୪୮ ଘଣ୍ଟା ବିଶ୍ରାମ ହେଉଛି ସାଧାରଣତଃ ଏକ ବିଶ୍ୱ ମାନଦଣ୍ଡ। କିନ୍ତୁ ବ୍ୟବସାୟିକ ଲାଭକୁ ଅଧିକ କରିବା ପାଇଁ ସବୁ ଉଡ଼ାଜାହାଜ କମ୍ପାନୀ ଜୀବନମୂର୍ଚ୍ଛା ଚେଷ୍ଟା କରିଆସୁଛନ୍ତି। ସେଥିପାଇଁ ହୁଏତ ଇଣ୍ଡିଗୋ କମ୍ପାନୀ କୌଣସି ନୂଆ ପାଇଲଟ କିମ୍ବା ସହ-ପାଇଲଟ ନିଯୁକ୍ତି ଦେଇ ଏହି ବ୍ୟବସ୍ଥା ପାଇଁ ୨ ବର୍ଷ ସମୟ ଥିବା ସତ୍ତ୍ୱେ ନିଜକୁ ପ୍ରସ୍ତୁତ କଲାନାହିଁ। ସେହି କମ୍ପାନୀର କର୍ମଚାରୀ ସଂଘର ପ୍ରକାଶିତ ବିବୃତିରୁ ବୁଝାପଡୁଛି ଯେ, ଇଣ୍ଡିଗୋ ଜାଣିଶୁଣି ଏହି ପରସ୍ଥିତି ସୃଷ୍ଟି କଲା; ଯାହାଫଳରେ ସାଧାରଣ ଯାତ୍ରୀ ହଇରାଣ ହେବେ, ବିଭିନ୍ନ ବିମାନ ବନ୍ଦରରେ ତୁମୁଳକାଣ୍ଡ ଘଟିବ ଏବଂ ସେଭଳି ଚାପ ସମ୍ମୁଖରେ ସରକାର ଆଣ୍ଠେଇବାକୁ ବାଧ୍ୟ ହେବେ। ତାହା ହିଁ ଘଟିଲା। ଦେଖିବାକୁ ଗଲେ ଇଣ୍ଡିଗୋ ଏକପ୍ରକାର ସରକାରଙ୍କ ବେକ ମୋଡ଼ି ବିଜୟ ନେଇପାରିଲା। ସରକାର ତାଙ୍କ ୩୬ ଘଣ୍ଟାରୁ ୪୮ ଘଣ୍ଟା ବୃଦ୍ଧି ନିୟମାବଳୀକୁ ଇଣ୍ଡିଗୋ କମ୍ପାନୀ ପାଇଁକି ଫେରସ୍ତ ନେବାକୁ ବାଧ୍ୟ ହେଲେ। ଏହି ପରାଜୟ ପାଇଁ କେନ୍ଦ୍ର ସରକାର ଖୋଦ୍‌ ଦାୟୀ। ଭାରତରେ କିଛିବର୍ଷ ଧରି ଯେଉଁଭଳି ମନୋପଲିଷ୍ଟିକ ବା ଡୋପଲିଷ୍ଟିକ ନୀତି କାର୍ଯ୍ୟକାରୀ କରାଯାଉଛି, ସେଥିରୁ ପ୍ରତ୍ୟେକ କ୍ଷେତ୍ରରେ ଗୋଟିଏ କିମ୍ବା ଦୁଇଟି ଖେଳାଳି ବଞ୍ଚି ରହିବାର ସୁଯୋଗ ପାଉଛନ୍ତି। ବିଶେଷକରି ଜନସାଧାରଣଙ୍କ ସେବାରେ ସିଧାସଳଖ ନିୟୋଜିତ ବ୍ୟବସାୟିକ ସଂସ୍ଥାଗୁଡ଼ିକର ଯେତେ ଅଧିକ ସଂଖ୍ୟା ରହିବ, ଦେଶର ଜନସାଧାରଣ ସେତିକି ଅଧିକ ଉଚ୍ଚକୋଟୀର ସେବା ପାଇବା ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇବେ। ଉଦାହରଣ ସ୍ବରୂପ, ଆମେରିକା ଓ ୟୁରୋପର ଅନେକ ଦେଶରେ ଏଭଳି ଗୋଟିଏ କିମ୍ବା ଦୁଇଟି କମ୍ପାନୀକୁ ସମ୍ପୂର୍ଣ୍ଣ ବଜାର ଧରାଇ ଦିଆଯାଏ ନାହିଁ। ଭାରତରେ ଏୟାର ଏସିଆ, କିଙ୍ଗ୍‌ଫିଶର, ଜେଟ୍‌ ଏୟାରଓ୍ବେଜ୍‌, ଗୋ ଏୟାର, ସ୍ପାଇସ୍‌ ଜେଟ୍‌ ଭଳି ଅନେକ ମଧ୍ୟମ ଓ କ୍ଷୁଦ୍ର ବିମାନ କମ୍ପାନୀ ଇତିମଧ୍ୟରେ ଦୋକାନ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ବିଜୟ ମାଲ୍ୟାଙ୍କ ଭଳି କେତେକ ଲୋକ ନେଇଥିବା ଋଣ ସମ୍ପୂର୍ଣ୍ଣ ଭାବେ ପଇଠ କରିଦେବେ ବୋଲି ବାରମ୍ବାର ଦୋହରାଉଥିବା ସତ୍ତ୍ୱେ କେନ୍ଦ୍ର ସରକାର ତାଙ୍କର ରାଜନୈତିକ ଦ୍ୱେଷ ଯୋଗୁ ତାଙ୍କୁ ଦେଶକୁ ଫେରିଲା ମାତ୍ରେ ଗିରଫ କରିବେ ବୋଲି ଧମକାଇ କରି ରଖିଛନ୍ତି। ସେହିଭଳି ଅନ୍ତର୍ଜାତୀୟ ସ୍ତରରେ ଏଟିଏଫ୍‌ (ଏଭିଏଶନ ଟର୍ବାଇନ ଫୁଏଲ୍‌) ଦରକୁ ଭାରତରେ ସର୍ବୋଚ୍ଚରେ ରଖାଯାଇଛି। ଏହା ଫଳରେ କ୍ଷୁଦ୍ର କମ୍ପାନୀ ଉଧେଇବାରେ ସଫଳ ହେଉନାହାନ୍ତି। ଅନ୍ୟପଟେ ବଜାର ଚାହିଦାକୁ ଦେଖି ଟିକେଟ ଦର ନିର୍ଦ୍ଧାରଣ କରିବାର କ୍ଷମତା ସିଧାସଳଖ କମ୍ପାନୀମାନଙ୍କ ହାତରେ ଛାଡ଼ିଦେବା ଫଳରେ ଆଜି ଭାରତରେ ଶସ୍ତା ଟିକେଟ ବିକ୍ରି କରୁଥିବା ବିମାନ କମ୍ପାନୀ ନାହିଁ। ଅନ୍ୟ ଦେଶରେ ଯଥା- ସିଙ୍ଗାପୁର, ଇଣ୍ଡୋନେସିଆ ସେମାନଙ୍କ ଜାତୀୟ ବିମାନ କମ୍ପାନୀକୁ ଏକ କୂଟନୈତିକ ଅସ୍ତ୍ର ଭାବେ ବଞ୍ଚାଇ ରଖିଛନ୍ତି। ଏପରିକି ପାକିସ୍ତାନ ମଧ୍ୟ ଅନ୍ତର୍ଜାତୀୟ ଏୟାରଲାଇନ୍ସକୁ ବଞ୍ଚାଇ ସରକାରୀ କମ୍ପାନୀ ଭାବେ ରଖିପାରିଛି। ଭାରତ ତା’ର ଘରୋଇକରଣ ନୀତିରେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀକୁ ମଧ୍ୟ ବିକିଦେବା ଫଳରେ ତାହାର ମାନ ହ୍ରାସ ପାଇଛି।
ଏଭଳି ଡାଲମା ଭିତରେ ଏୟାର ବସ୍‌-ଏ୩୨୦ ପରିବାକୁ ମିଶାଇ ଦିଆଯାଇଛି। ଇଣ୍ଡିଗୋ ସମେତ ଅନ୍ୟ ବହୁ କମ୍ପାନୀ ଏୟାର୍‌ବସ୍‌ ବିମାନ ବ୍ୟବହାର କରନ୍ତି, ଯାହାର ଗୁରୁତ୍ୱପୂର୍ଣ୍ଣ ଯାନ୍ତ୍ରିକ ତ୍ରୁଟି ଧରାପଡ଼ିଛି। ତତ୍‌ସହିତ କ୍ରିସ୍‌ମାସ ଓ ନୂଆବର୍ଷର ଆସିବାକୁ ଥିବା ଛୁଟି ଯୋଗୁ ଯାତ୍ରୀ ସଂଖ୍ୟା ଅଭୂତପୂର୍ବ ଭାବେ ବଢ଼ିଯାଇଛି। ଏବକାର ଚାଲିଥିବା ଇଣ୍ଡିଗୋ ସମସ୍ୟା ପାଇଁ ସେହି କମ୍ପାନୀର କର୍ତ୍ତୃପକ୍ଷ ନିଶ୍ଚିତ ଦାୟୀ। ତାଙ୍କୁ ଚେତାଇ ଦେବାପାଇଁ ଯେଉଁ ଚିଠି ଡିଜିସିଏ ତରଫରୁ ପଠାଯାଇଛି, ତାହା ଅନ୍ୟ ଏକ ଦୁର୍ବଳତା ପ୍ରମାଣ କରୁଛି। କମ୍ପାନୀର ସିଇଓଙ୍କ ନାମ ଉଲ୍ଲେଖ କରିବା ପାଇଁ ସମ୍ପୃକ୍ତ ଅଫିସରଙ୍କର ଦମ୍ଭ ନ ଥିବା ସେହି ଚିଠିରୁ ଜଣାପଡୁଛି। ତତ୍‌ସହିତ ଏଭଳି ବିଭ୍ରାଟ ପାଇଁ କମ୍ପାନୀକୁ କେଉଁ ପ୍ରକାରର ଶାସ୍ତି ଦିଆଯିବ ତାହା ମଧ୍ୟ ଚିଠିରେ ଉଲ୍ଲେଖ କରିବାର ଶକ୍ତି ସରକାରଙ୍କ ପାଖରେ ନାହିଁ ବୋଲି ପ୍ରମାଣିତ ହେଉଛି। ଏଥିରୁ ବୁଝାପଡୁଛି ଯେ ପ୍ରବଳ ମାତ୍ରାର ଦୁର୍ନୀତି ଯୋଗୁ ଆଜିର ଭାରତୀୟ ବିମାନ ଚଳାଚଳ ବ୍ୟବସାୟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଲାଣି। ଯଦି ଏହିଭଳି ବ୍ୟବସାୟିକ ନୀତି ବିମାନବନ୍ଦର, ସାମୁଦ୍ରିକ ବନ୍ଦର, ସଡ଼କ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ଏବଂ ଟେଲିକମ କ୍ଷେତ୍ର ଭଳି ଅତ୍ୟାବଶ୍ୟକ ବ୍ୟବସାୟରେ ଗୋଟେ କିମ୍ବା ଦୁଇଟି କମ୍ପାନୀକୁ ବଞ୍ଚି ରହିବାର ମନ୍ଦ ଉଦ୍ଦେଶ୍ୟ ରଖି ସରକାର କାର୍ଯ୍ୟ କରନ୍ତି, ତାହା ଦେଶ ପାଇଁ ଅତ୍ୟନ୍ତ କ୍ଷତିକାରକ ହେବ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?