ଘାରିଲା ମଙ୍କିପକ୍ସ ସଂକ୍ରମଣ ଚିନ୍ତା

ଢେଙ୍କାନାଳ ଅଫିସ, ୨୭।୭ – ମଙ୍କିପକ୍ସକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଗ୍ଲୋବାଲ୍‌ ହେଲ୍‌ଥ ଏମର୍ଜେନ୍ସି ଭାବେ ଘୋଷଣା କରାଯିବା ପରେ ଏହାକୁ ନେଇ ରାଜ୍ୟ ସରକାର ସତର୍କ ହୋଇ ଉଠିଛନ୍ତି। ଏହି ମାରାତ୍ମକ ସଂକ୍ରାମକ ରୋଗ ସଂକ୍ରମଣ ପ୍ରତି ତୀକ୍ଷ୍ଣ ନଜର ରଖିବାକୁ ଜିଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ତଦନୁଯାୟୀ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ୱାନ ଭିଡିଓ କନଫରେନ୍ସ ହଲ୍‌ରେ ମଙ୍ଗଳବାର ମଙ୍କିପକ୍ସ ସଂକ୍ରମଣରୁ ସୁରକ୍ଷା, କୋଭିଡ୍‌ ପରିଚାଳନାର ସମୀକ୍ଷା କରାଯିବା ସହ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରାଯାଇଛି।
ବିଦେଶ ଫେରନ୍ତା ମଙ୍କିଫକ୍ସ ଭୂତାଣୁ ବାହକ ହୋଇପାରନ୍ତି। ତେଣୁ ବାହାର ଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ ଜିଲାପାଳ ସରୋଜ କୁମାର ସେଠୀ ପରାମର୍ଶ ଦେଇଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଝାଡ଼ାବାନ୍ତି ସହ କୋଭିଡ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ଢେଙ୍କାନାଳ ଜିଲାର ସମ୍ଭାବ୍ୟ ପ୍ରଭାବିତ ସ୍ଥାନଗୁଡ଼ିକ ଉପରେ ସତର୍କ ଦୃଷ୍ଟି ରଖିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଝାଡ଼ାବାନ୍ତିପ୍ରବଣ ଅଞ୍ଚଳରେ ଆଶା, ଅଙ୍ଗନୱାଡି କର୍ମୀ, ସ୍ବାସ୍ଥ୍ୟ କର୍ମୀଙ୍କ ପାଖରେ ଜରୁରିକାଳୀନ ଔଷଧ ମହଜୁଦ ରଖିବା, ପାନୀୟ ଜଳ ଉତ୍ସଗୁଡ଼ିକୁ ନିୟମିତ ବ୍ୟବଧାନରେ ବିଶୋଧନ କରିବାକୁ କୁହାଯାଇଛି।
କଙ୍କଡ଼ାହାଡ଼, ପରଜଙ୍ଗ ବ୍ଲକ ଅଞ୍ଚଳରେ ସାପକାମୁଡ଼ା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାପ କାମୁଡ଼ିଲେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ନ ହୋଇ ଡାକ୍ତରଖାନା ଆସିବାକୁ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ସଚେତନ କରିବା ଲାଗି ବିହିତ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ସ୍କୁଲ, କଲେଜରେ ମାସ୍କ ପରିଧାନ, ଟିକାକରଣ କାର୍ଯ୍ୟକ୍ରମ ତ୍ୱରାନ୍ବିତ କରିବା, ଭିତ୍ତିଭୂମି ବିଷୟରେ ସବିଶେଷ ବିବରଣୀ ପ୍ରଦାନ, ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ତାଲିକାଭୁକ୍ତ କରିବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଗମ ଅଞ୍ଚଳର ଶିଶୁଙ୍କୁ ସୁଷମ ଖାଦ୍ୟ ଯୋଗାଣ ଏବଂ ଶିକ୍ଷାଦାନ ପାଇଁ ନୂତନ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ଦେବାକୁ ପରାମର୍ଶ ଦିଆଯାଇଛି।
ଜିଲାରେ କୋଭିଡ୍‌ ସଂକ୍ରମଣ ବଢ଼ିଲେ ରୋଗୀଙ୍କ ଚିକିତ୍ସା ଲାଗି କୋଭିଡ୍‌ ଚିକିତ୍ସାଳୟ ଓ ରାପିଡ୍‌ ରେସପନ୍ସ ଟିମ ପ୍ରସ୍ତୁତ ରହିଛି। ତଥାପି ଯଥାସମ୍ଭବ ସଂକ୍ରମଣ ଏଡ଼ାଇବା ଲାଗି ସତର୍କତା ଅବଲମ୍ବନ କରିବାକୁ ଜିଲାପାଳ ଜିଲାବାସୀଙ୍କୁ ନିବେଦନ କରିଛନ୍ତି। ବାସିଖାଦ୍ୟ, ଦୂଷିତ ପାନୀୟ ଜଳ ବ୍ୟବହାର ନ କରିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ ପରାମର୍ଶ ଦେଇଛନ୍ତି ା
ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ, ଆପାତକାଳୀନ ଅଧିକାରୀ ସ୍ନିଗ୍ଧାଛାୟା ମହାପାତ୍ର, ଓସ୍‌ଡମା ଅଧିକାରୀ ସଙ୍ଗୀତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଚିଙ୍ଗୁଡ଼ିଘେରି ଫସଲ ଉଜାଡୁଛି

ରାଜକନିକା, ୧ା୩(ଡି.ଏନ୍‌.ଏ.): ଗଁାଠାରୁ ସହର ଏବେ ଲାଭାନ୍ବିତ ଚାଷ କରିବାକୁ ଆଗ୍ରହ ପ୍ରକାଶ ପାଉଛି। ଚାଷୀମାନେ ଏବେ ଚିଙ୍ଗୁଡ଼ି ଚାଷକୁ ପ୍ରାଧ୍ୟାନ୍ୟ ଦେଉଛନ୍ତି। ହେଲେ ଚିଙ୍ଗୁଡ଼ି...

୩୦ହଜାର ଟଙ୍କାରେ ୧୫ଦିନର ଶିଶୁ ବିକ୍ରି

ସୋର,୪।୧୨(ଡି.ଏନ୍‌.ଏ.):  ବାଲେଶ୍ୱର ଜିଲା ସୋର ମ୍ୟୁନିସିପାଲିଟି ଅଞ୍ଚଳରେ ୩୦ହଜାର ଟଙ୍କାରେ ଏକ ନବଜାତ ଶିଶୁ ବିକ୍ରି ନେଇ ଅଭିଯୋଗ ହୋଇଛି। ଖବରପାଇ ଚାଇଲ୍ଡଲାଇନ ପକ୍ଷରୁ ଚଢ଼ାଉ...

ରାଉରକେଲା ଏନ୍‌ଆଇଟି ଛାତ୍ରଙ୍କ ଗବେଷଣା: କରୋନା ଆକ୍ରାନ୍ତ ସଂକ୍ରାନ୍ତରେ ସୂଚନା ଦେବ ଆପ୍‌

ରାଉରକେଲା ଅଫିସ,୧୫।୩: କରୋନା ଭାଇରସ ନେଇ ବିଶ୍ୱବ୍ୟାପୀ ଭୟର ବାତାବରଣ ସୃଷ୍ଟି ହୋଇଛି ା ଏହି ପରିପ୍ରେକ୍ଷୀରେ ରାଉରକେଲାସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି(ଏନଆଇଟି)ର ଜଣେ...

ଗାଁରେ ଚୋରା ମଦ ବିକି ଯୁବକ ଗିରଫ

ଖୁଣ୍ଟୁଣୀ,୨୪।୧୨(ଡି.ଏନ୍‌.ଏ.)- ଗାଁ ଭିତରେ ଚୋରା ଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ଗୁରୁଡିଝାଟିଆ ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ...

ତାସ ଖେଳକୁ ନେଇ ଆକ୍ରମଣ, ୩ ଗିରଫ

ଦିଗପହଣ୍ଡି,୧୦ା୧୧(ଡି.ଏନ.ଏ.)-ଦିଗପହଣ୍ଡି ଥାନା ନୂଆ ପେଣ୍ଡୁରାବାଡି ଗାଁରେ ତାସ ଖେଳକୁ କେନ୍ଦ୍ରକରି ଗ୍ରାମର ସୁଶାନ୍ତ ବେହେରାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସୁଶାନ୍ତଙ୍କ ଏତଲାକ୍ରମେ ପୋଲିସ ନଂ....

ଚାଉଳ ରିସାଇକ୍ଲିଂକୁ ପ୍ରୋତ୍ସାହନ

ଯାଜପୁର ଅଫିସ,୩୧ା୧: ଧାନ ସଂଗ୍ରହ ଓ ଚାଉଳ ଦାଖଲ ପ୍ରକ୍ରିୟାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଏକାଧିକ ନିର୍ଦ୍ଦେଶକୁ ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ)ମାନେ ଅବମାନନା କରୁଛନ୍ତି। ଚାଉଳ ରିସାଇକ୍ଲିଂ...

ଫାଟିଲା ପଛ ଚକା; ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍‌

ଫୁଲନଖରା,୨୮।୪(ଡି.ଏନ୍‌.ଏ.): କଟକ-ଭୁବନେଶ୍ୱର ୧୬ନଂ ଜାତୀୟ ରାଜପଥସ୍ଥିତ ଫୁଲନଖରା ଓଭର ବ୍ରିଜ଼ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୁବନେଶ୍ୱରର ସାଲିଆସାହି...

ବାସିଭାତକୁ କେନ୍ଦ୍ରକରି ଉତ୍ତେଜନା

ରୂପ୍‌ସା, ୨୭।୫ (ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଗଡପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା ସ୍କୁଲ ବାତ୍ୟା ଆଶ୍ରୟସ୍ଥଳୀରେ ବୁଧବାର ଉତ୍ତେଜନା ଦେଖାଦେଇଛି। ଏଠାରେ ଆଶ୍ରୟ ନେଇଥିବା...

Advertisement
Archives

Model This Week