୯ ମାସ ଶିଶୁକନ୍ୟାର ଜନ୍ମରୁ ନାହିଁ ଖାଦ୍ୟନଳୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ

ବଲାଙ୍ଗୀର,୧୪ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ବିନ୍ଧାପାଲି ଗାଁର ସରୋଜ ସାହୁଙ୍କ ଘରେ ପ୍ରାୟ ୯ ମାସ ତଳେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। ଉକ୍ତ ଶିଶୁକନ୍ୟା ଆରତୀ (୯ମାସ)ଙ୍କ ଖାଦ୍ୟନଳୀ ନଥିବା ଜଣାପଡିବା ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଏକ କୃତ୍ରିମ ଖାଦ୍ୟନଳୀ ଲଗାଯାଇ ତାଙ୍କ ଜୀବନ ବଞ୍ଚାଯାଇଥିଲା। ତେବେ କୃତ୍ରିମ ଖାଦ୍ୟନଳୀଟି ଶରୀର ବାହାରେ ଲଗାଯାଇଛି। ଶିଶୁକନ୍ୟାକୁ ବଞ୍ଚାଇବାକୁ ହେଲେ ଆଉ ଏକ ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି ବୋଲି ଡାକ୍ତରମାନେ କହିଥିଲେ। ଶିଶୁକନ୍ୟାକୁ ୧୨ ମାସ ହେଲା ପରେ ଅସ୍ତ୍ରୋପଚାର କରାଯାଇ ଶରୀରରେ କୃତ୍ରିମ ଖାଦ୍ୟନଳୀକୁ ପ୍ରତିରୋପଣ କରାଯିବ। ତେବେ ଶରୀରରେ କୃତ୍ରିମ ଖାଦ୍ୟନଳୀ ପ୍ରତିରୋପଣ ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ଲଗାଯାଇଥିବା ଖାଦ୍ୟନଳୀକୁ ସଫା କରାଯିବ ଓ ପ୍ରତି ମାସରେ କଟକସ୍ଥିତ ଶିଶୁଭବନକୁ ଆସିବାକୁ ପଡ଼ିବ ବୋଲି ସେଠାକାର ବିଶେଷଜ୍ଞ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ତେବେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ସରୋଜ ନିଜ ଝିଅକୁ କଟକ ୬ ଥର ନେବା ପରେ ଅର୍ଥାଭାବରୁ ଆଉ ନେଇ ପାରି ନ ଥିଲେ। ଏହା ଜାଣିବା ପରେ ଆଗଲପୁର ମାହେଶ୍ୱରୀ ସଙ୍ଗଠନ ସ୍ବେଚ୍ଛାସେବୀ ସନ୍ୟାସୀ ମେହେର ଓ ଅନ୍ୟ ସଦସ୍ୟ ସରୋଜଙ୍କ ଝିଅକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଆଣି ଚିକିତ୍ସା କରାଉଛନ୍ତି। ଇତିମଧ୍ୟରେ ସରୋଜ ମଧ୍ୟ ବହୁ ଧାର ଉଧାର କରି ଋଣଗ୍ରସ୍ତ ବି ହୋଇଯାଇଛନ୍ତି। ଝିଅର ବିରଳ ଅସ୍ତ୍ରୋପଚାର ପାଇଁ ଆଉ ୩ ମାସ ସମୟ ରହିଛି। ଏଥିପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି। ଝିଅର ଚିକିତ୍ସା କରି ଏଇ ଦମ୍ପତି ସର୍ବସ୍ବାନ୍ତ ହୋଇପଡିଛନ୍ତି। ଆଗକୁ ଚିକିତ୍ସା କରିବାକୁ ପାଖରେ ଅର୍ଥ ନାହିଁ। ଏଣୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡିଛନ୍ତି ଏଇ ଗରିବ ଦମ୍ପତି। ଝିଅର ଅସ୍ତ୍ରୋପଚାର ପାଇଁ ସବୁ ପ୍ରକାର ସହାୟତା ପ୍ରଦାନ କରିବାକୁ ସାହୁ ଦମ୍ପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକୁଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍‌ରେ ବି ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ…

ଶ୍ମଶାନଘାଟ ଯିବାକୁ ମିଳିଲାନି ରାସ୍ତା, ରୋଡ୍ ଉପରେ ଅନ୍ତିମ ସଂସ୍କାର କଲେ ପରିବାର

ପାଟନା,୩୦ା୧: ବିହାରର ବୈଶାଳୀରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ସୁରକ୍ଷିତ ରାସ୍ତା ନ ପାଇ କ୍ରୋଧିତ ମହାଦଳିତ ପରିବାର ରାସ୍ତାରେ ଜଣେ ବୃଦ୍ଧା ମହିଳାଙ୍କ…

ମନ୍ତ୍ରୀଙ୍କ ବାସଭବନରେ ସହାୟକଙ୍କ ମୃତ୍ୟୁ, ସପରିବାର ସହ…

ଭୁବନେଶ୍ୱର,୩୦ା୧: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ସହାୟକ ଶଙ୍କର୍ଷଣ ନାଗଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବଲାଙ୍ଗୀର ଜିଲାର। ବିଦ୍ୟୁତ ଆଘାତରେ ସହାୟକଙ୍କ…

ଘରେ ପଶି ଚୋରି କରୁଥିଲେ ବାପପୁଅ, ଅଭିଯୁକ୍ତଙ୍କୁ ଧରି ସିନ୍‌ ରିକ୍ରିଏଶନ କଲା ଟାଉନ ପୋଲିସ

ବଲାଙ୍ଗୀର, ୩୦।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସିରିଜ ଚୋରି ଓ ଲୁଟ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବାପପୁଅଙ୍କୁ ବଲାଙ୍ଗୀର ଟାଉନ ଥାନା ପୋଲିସ ଗିରଫ କରି…

Featured Video Play Icon

‘ପାଠ ନ ପଢ଼ାଇ ପର୍ସନାଲ କଥା କୁହନ୍ତି ସରୋଜ୍ ସାର୍: ବି-ଏଡ଼୍ ବିଭାଗର ପ୍ରିନ୍ସପାଲ…

ଉତ୍କଳ ବିଶ୍ବଦିଦୟାଳୟ ‘ପାଠ ନପଢ଼ାଇ ପର୍ସନାଲ କଥା କୁହନ୍ତି ସରୋଜ୍ ସାର୍ । ଏମିତି କିଛି ଅଭିଯୋଗ ଉତ୍କଳ ବିଶ୍ବବିଦ୍ୟାଳୟ ବି-ଏଡ଼୍ ବିଭାଗର ପ୍ରିନ୍ସପାଲ ସରୋଜ ସାହୁଙ୍କ…

ଆକ୍ଟିଭ୍‌ ହେଲା ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ, ଜାଣନ୍ତୁ କାହିଁକି ହୋଇଥିଲା ଡିଆକ୍ଟିଭେଟ୍‌

ନୂଆଦିଲ୍ଲୀ,୩୦।୧: ହଠାତ୍‌ ଗାଏବ ହୋଇଯାଇଥିବା ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣିଥରେ ଆକ୍ଟିଭ୍‌ ହୋଇଛି। କୋହଲି ତାଙ୍କ ଆକାଉଣ୍ଟ ଡିଆଆଷ୍ଟିଭେଟ୍‌ କରିଦେଇଥିବା ପ୍ରଶଂସକ ଭାବୁଥିଲେ। କିନ୍ତୁ ଏହା…

ମହେନ୍ଦ୍ର ସିଂହ ଧୋନିଙ୍କୁ ହଠାତ ଭେଟିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ରାଜନୈତିକ ମହଲରେ ଖୁବ ଚର୍ଚ୍ଚା

ରାଞ୍ଚି,୩୦।୧: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ହଠାତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମୁଖ୍ୟମନ୍ତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ…

ଜେଲ୍ ଭିତରେ ପ୍ରେମିକର ଜନ୍ମଦିନ ପାଳନ: ଭାଇରାଲ ହେଲା ଯୁବତୀଙ୍କ ‘ରିଲ୍ସ’

ନୂଆଦିଲ୍ଲୀ,୩୦।୧: ଛତିଶଗଡ଼ର ସବୁଠାରୁ ସୁରକ୍ଷିତ ଜେଲ୍‌ରୁ ଏକ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ଯୁବତୀ ଜେଲ୍ ଭିତରେ ପଶି ନିଜ ପ୍ରେମିକକୁ ଭେଟିବା ସହ ସେଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri