୯ ମାସ ଶିଶୁକନ୍ୟାର ଜନ୍ମରୁ ନାହିଁ ଖାଦ୍ୟନଳୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ

ବଲାଙ୍ଗୀର,୧୪ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ବିନ୍ଧାପାଲି ଗାଁର ସରୋଜ ସାହୁଙ୍କ ଘରେ ପ୍ରାୟ ୯ ମାସ ତଳେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। ଉକ୍ତ ଶିଶୁକନ୍ୟା ଆରତୀ (୯ମାସ)ଙ୍କ ଖାଦ୍ୟନଳୀ ନଥିବା ଜଣାପଡିବା ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଏକ କୃତ୍ରିମ ଖାଦ୍ୟନଳୀ ଲଗାଯାଇ ତାଙ୍କ ଜୀବନ ବଞ୍ଚାଯାଇଥିଲା। ତେବେ କୃତ୍ରିମ ଖାଦ୍ୟନଳୀଟି ଶରୀର ବାହାରେ ଲଗାଯାଇଛି। ଶିଶୁକନ୍ୟାକୁ ବଞ୍ଚାଇବାକୁ ହେଲେ ଆଉ ଏକ ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି ବୋଲି ଡାକ୍ତରମାନେ କହିଥିଲେ। ଶିଶୁକନ୍ୟାକୁ ୧୨ ମାସ ହେଲା ପରେ ଅସ୍ତ୍ରୋପଚାର କରାଯାଇ ଶରୀରରେ କୃତ୍ରିମ ଖାଦ୍ୟନଳୀକୁ ପ୍ରତିରୋପଣ କରାଯିବ। ତେବେ ଶରୀରରେ କୃତ୍ରିମ ଖାଦ୍ୟନଳୀ ପ୍ରତିରୋପଣ ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ଲଗାଯାଇଥିବା ଖାଦ୍ୟନଳୀକୁ ସଫା କରାଯିବ ଓ ପ୍ରତି ମାସରେ କଟକସ୍ଥିତ ଶିଶୁଭବନକୁ ଆସିବାକୁ ପଡ଼ିବ ବୋଲି ସେଠାକାର ବିଶେଷଜ୍ଞ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ତେବେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ସରୋଜ ନିଜ ଝିଅକୁ କଟକ ୬ ଥର ନେବା ପରେ ଅର୍ଥାଭାବରୁ ଆଉ ନେଇ ପାରି ନ ଥିଲେ। ଏହା ଜାଣିବା ପରେ ଆଗଲପୁର ମାହେଶ୍ୱରୀ ସଙ୍ଗଠନ ସ୍ବେଚ୍ଛାସେବୀ ସନ୍ୟାସୀ ମେହେର ଓ ଅନ୍ୟ ସଦସ୍ୟ ସରୋଜଙ୍କ ଝିଅକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଆଣି ଚିକିତ୍ସା କରାଉଛନ୍ତି। ଇତିମଧ୍ୟରେ ସରୋଜ ମଧ୍ୟ ବହୁ ଧାର ଉଧାର କରି ଋଣଗ୍ରସ୍ତ ବି ହୋଇଯାଇଛନ୍ତି। ଝିଅର ବିରଳ ଅସ୍ତ୍ରୋପଚାର ପାଇଁ ଆଉ ୩ ମାସ ସମୟ ରହିଛି। ଏଥିପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି। ଝିଅର ଚିକିତ୍ସା କରି ଏଇ ଦମ୍ପତି ସର୍ବସ୍ବାନ୍ତ ହୋଇପଡିଛନ୍ତି। ଆଗକୁ ଚିକିତ୍ସା କରିବାକୁ ପାଖରେ ଅର୍ଥ ନାହିଁ। ଏଣୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡିଛନ୍ତି ଏଇ ଗରିବ ଦମ୍ପତି। ଝିଅର ଅସ୍ତ୍ରୋପଚାର ପାଇଁ ସବୁ ପ୍ରକାର ସହାୟତା ପ୍ରଦାନ କରିବାକୁ ସାହୁ ଦମ୍ପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକୁଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକ ଦିବସ ପାଳନ କଲେ ଟାଟା ପାୱାର ସେକ୍ସନ କର୍ମଚାରୀ, ସମାନ କାମକୁ ସମାନ ଦରମା ଦାବି କରି…

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭେଜିପୁଟ ଟାଟା ପାୱାର ସେକ୍ସନ କର୍ମଚାରୀ ଶୁକ୍ରବାର ଶ୍ରମିକ ଦିବସ ପାଳନ କରିଛନ୍ତି। ଲାଇନମ୍ୟାନ ବିନୋଦ କୁମାର ସାହୁ, ରାଜା…

୭ ତାରିଖ ଯାଏ କାଳବୈଶାଖୀ, ଅଶାନ୍ତ ରହିବ ସମୁଦ୍ର

ଭୁବନେଶ୍ୱର,୧ା୫: ରାଜ୍ୟରେ ୭ ତାରିଖ ଯାଏ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି। ଶନିବାର ୨୩ ଜିଲା ବିଜୁଳି,…

କାଳବୈଶାଖୀ ତାଣ୍ଡବରେ ଏକାଧିକ ଘର ଭାଙ୍ଗିଲା, ୩୬ ଘଣ୍ଟା ପରେ ବି ଅନ୍ଧାରରେ ସିମନବାଡ଼ି ଫିଡର

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରର ୮ ପଞ୍ଚାୟତ ଦୀର୍ଘ ୩୬ ଘଣ୍ଟା ବିତିଲା ଅନ୍ଧାରରେ ରହିଛନ୍ତି। ଗୁରୁବାର ସକାଳୁ ବିଦ୍ୟୁତ ଅଚଳ…

‘ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବ୍ୟାକରଣ, ଧର୍ମଶାସ୍ତ୍ର ଶିକ୍ଷାଦାନ ଅତୁଳନୀୟ’

ମହାକାଳପଡ଼ା,୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଗାଁ ଲୁଣିମାଠିଆ ଆଦିବାସୀ ଖେଳପଡ଼ିଆଠାରେ ପଣ୍ତିତ ରଘୁନାଥ ମୁର୍ମୁଙ୍କ ୧୨୧ ବାର୍ଷିକ…

‘ମମତା ଯାହା କରିଛନ୍ତି ଏକଦମ୍‌ ଠିକ୍‌ କରିଛନ୍ତି’, କିଏ ଆଉ କାହିଁକି କହିଲେ ଏମିତି? ଜାଣନ୍ତୁ…

କୋଲକାତା,୧।୫: ଗତକାଲି ରାତିରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ‘ଷ୍ଟ୍ରଙ୍ଗ ରୁମ’ ପରିଦର୍ଶନ କରିବା ପରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଥିଲା। ଗୁରୁବାର,…

ପଶ୍ଚିମବଙ୍ଗ ନିର୍ବାଚନ ଡ୍ୟୁଟିବେଳେ ଓଡ଼ିଆ ଯବାନଙ୍କ ଜୀବନ ଗଲା, ଆଜି ଗାଁରେ ମରଶରୀର ପହଞ୍ଚିବା ପରେ…

ଆନନ୍ଦପୁର,୧ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ପୁଟୁଝରି ଗାଁର ବିଏସ୍‌ଏଫ୍‌ ଯବାନ ଅଜୟ କୁମାର ସୋରେନ (୩୭) ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ନିର୍ବାଚନ ଡ୍ୟୁଟି…

ବଂଶଧାରା ଉପରମୁଣ୍ଡରେ ଆନିକଟ ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର, ନିର୍ଭର ପ୍ରତିଶ୍ରୁତି ଦେଇ…

ଗୁଣପୁର,୧ା୫(ସୁଜାତା ପାଢ଼ୀ): ବଂଶଧାରା ନଦୀ ଉପରମୁଣ୍ଡରେ ଆନିକଟ ନିର୍ମାଣ ପାଇଁ ବଂଶଧାରା ଅବବାହିକା ସୁରକ୍ଷା ସମିତି ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ାଗସ୍ତରେ ଥିବା କେନ୍ଦ୍ର ଗ୍ରାମୀଣ ଉନ୍ନୟନ…

ଆମେରିକା ସହିତ ଉତ୍ତେଜନା ମଧ୍ୟରେ ଇରାନରେ ବଡ଼ ଧରଣର ଫାଟ! ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ହରାଇବେ ପଦ

ତେହରାନ,୧।୫: ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ଭିତରେ ସବୁକିଛି ଠିକ ଠାକ ଚାଲିଛି କି ନାହିଁ? ଏହାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri