ଆବାସ ଯୋଜନାରେ ଘର ଦେବାକୁ କହି ଟଙ୍କା ହଡ଼ପ

ବାହାନଗା, ୩ା୨(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ତାହାରପୁର ଗ୍ରାମର କିଛି ଲେବର କାର୍ଡଧାରୀଙ୍କୁ ଆବାସ ଯୋଜନାରେ ଘର କରିଦେବାକୁ କହି ଜଣେ ବ୍ୟକ୍ତି କିଛି ଲୋକଙ୍କଠାରୁ ୩୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ୨ବର୍ଷ ଧରି ହଡପ କରିନେଇଥିବା ବୁଧବାର ଖନ୍ତାପଡା ଥାନାରେ ଅଭିଯୋଗ ହୋଇଛି। ତାହାରପୁର ଗ୍ରାମର ସୁଶାନ୍ତ ମହାନ୍ତି ସେହି ଗ୍ରାମର ଲେବରକାର୍ଡଧାରୀମାନଙ୍କୁ ସେମାନଙ୍କ ଲେବରକାର୍ଡ ମାଧ୍ୟମରେ ସରକାରଙ୍କ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ କହି ୫ହଜାର ୩ଶହ ଟଙ୍କା ଲେଖାଏଁ ମୋଟ ୩୦ହଜାରରୁ ଅଧିକ ଟଙ୍କା ନେଇଯାଇଛନ୍ତି। ଦୀର୍ଘଦିନ ଧରି କୌଣସି ଘର ନ ମିଳିବାରୁ ସୁଶାନ୍ତଙ୍କୁ ଟଙ୍କା ଦେଇଥିବା ଦିଲୀପ ରାୟ, ଉମେଶ ରାଉତ, ମନୋରମା ରାଉତ ଓ ଗୋଲାପ ରାୟ ପ୍ରମୁଖ ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ଧମକଚମକ ଦେବା ସହିତ ମିଥ୍ୟା କେସ୍‌ରେ ଫସାଇ ଦେବାକୁ କହି ଡରାଉଥିବା ମହିଳା ଓ ପୁରୁଷମାନେ ବୁଧବାର ଅଭିଯୋଗରେ ଦର୍ଶାଇଛନ୍ତି। ଖନ୍ତାପଡା ଥାନା ପୋଲିସ୍‌ ଅଭିଯୋଗ ପାଇବା ପରେ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଘର ଅଞ୍ଚଳରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ବାପା

ଧାମନଗର, ୧।୬ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ କଲ୍ୟାଣୀନଗରୀ ନିକଟ ରେବ ନଦୀ କୂଳରେ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ...

ମହାମନ୍ତ୍ର ଲେଖି ଇଣ୍ଡିଆ ବୁକ୍‌ ଅଫ୍‌ ରେର୍କଡ୍ସରେ ସ୍ଥାନ

ସିମୁଳିଆ, ୨୨।୨(ଡି.ଏନ.ଏ.):ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ପଣ୍ଡୁ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ପ୍ରଭାସଚନ୍ଦ୍ର ଗିରି (୬୭) ୩ହଜାର ଘଣ୍ଟାରେ ୬ହଜାର ପୃଷ୍ଠାରେ ୧ଲକ୍ଷ ୯୪ହଜାର ୫୨୪...

ସରଡିହାରେ ହାତୀପଲଙ୍କ ଉତ୍ପାତ

ବସ୍ତା, ୨୬ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକରେ ହାତୀପଲ ଉପଦ୍ରବ ଚଳାଇଛନ୍ତି। ୪ଦିନ ପୂର୍ବରୁ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ଗ୍ରାମରେ ହାତୀପଲ ଉତ୍ପାତ କରିବା ସହିତ ବ୍ୟାପକ...

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୩ ଅଭିଯୁକ୍ତ ଗିରଫ

ବାଲେଶର ଅଫିସ, ୭।୧୧: ରାଜ୍ୟରେ ନିଶା ବେପାର ଥମିବାର ନାଁ ନେଉନି। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ନିଶା ସାମଗ୍ରୀ ସହ ଅଭିଯୁକ୍ତ ମଧ୍ୟ...

ବୈତରଣୀରେ ଜଳସ୍ତର ବୃଦ୍ଧି

ଭଣ୍ଡାରିପୋଖରୀ, ୨ା୭(ଡି.ଏନ୍‌.ଏ.)- ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି। ନଦୀ ଉପରମୁଣ୍ଡରେ ଆଖୁଆପଦାଠାରେ ୩୪.୦ ମି.ମି.,...

ପ୍ରେମ ବ୍ୟାପାରରୁ ଯୁବକଙ୍କ ଜୀବନ ଗଲା: ୨ ଗିରଫ

ବାଲେଶ୍ୱର ଅଫିସ,୧୪।୫-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଗୋଶାଳପଦାର ଜଣେ ଯୁବକଙ୍କୁ ପ୍ରେମ ବ୍ୟାପାର ପାଇଁ ହତ୍ୟା କରାଯାଇ ବୁଢ଼ାବଳଙ୍ଗ ନଦୀରେ ଫୋପାଡ଼ି ଦିଆଯାଇଛି। ପୋଲିସ...

ମାଛ ଧରୁଥିବା ବେଳେ ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ବାହାନଗା, ୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଷଠୀ ଗ୍ରାମର ଜଣେ ଯୁବକ ମାଛ ଧରୁଥିବା ବେଳେ ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ଘଟିଛି। ସେ...

ଡାକ୍ତର ନିଯୁକ୍ତି ପାଇଁ ୪୦ କି.ମି. ଚାଲିଲେ

ଭଦ୍ରକ ଅଫିସ, ୧୬।୧- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳର କେତେକ ଯୁବଗୋଷ୍ଠୀ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଗୁରୁବାର...

Advertisement
Archives

Model This Week