Posted inଜାତୀୟ

ଅଡୁଆରେ ଉଦୟନିଧି, ଡ୍ରଗ୍ସ ସ୍ମଗଲିଂ ମାମଲାରେ ଇଡି ଦାଖଲ କଲା ମନି ଲଣ୍ଡରିଂ କେସ

ନୂଆଦିଲ୍ଲୀ,୧୦।୩: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ମନ୍ତ୍ରୀ ପୁଅ ଉଦୟନିଧିଙ୍କ ସମସ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ଟଙ୍କା ହେରଫେର ବା ମନି ଲଣ୍ଡରିଂ ମାମଲା ରୁଜୁ କରିଛି। କେନ୍ଦ୍ରୀୟ ଏଜେନ୍ସି ମଧ୍ୟ ଉଦୟନିଧିଙ୍କୁ ପଚରାଉଚରା କରିପାରିବ।
ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସ ପ୍ରାୟ ଦୁଇ ହଜାର କୋଟି ଟଙ୍କା ମୂଲ୍ୟର ଆନ୍ତର୍ଜାତୀୟ ଡ୍ରଗ୍ସ ର଼୍ୟାକେଟ ମାମଲାରେ ଜାଫର ସାଦିକଙ୍କୁ ଗିରଫ କରିଛି। ଜାଫର ଜଣେ ତାମିଲ ଫିଲ୍ମ ନିର୍ମାତା ଏବଂ ଅନେକ ଫିଲ୍ମ ନିର୍ମାଣ କରିଛନ୍ତି । ସୂଚନାନୁସାରେ, ଜାଫର ସାଦିକ ଏନସିବିକୁ ପଚରାଉଚରା ବେଳେ କହିଛନ୍ତି ଯେ ସେ ଡିଏମକେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ୭ଲକ୍ଷ ଟଙ୍କା ଦେଇଛନ୍ତି। ଏନସିବି ପଚରାଉଚରା ବେଳେ ଜାଫର କହିଛନ୍ତି ଯେ ଗତ ବର୍ଷ ସେ ଉଦୟନିଧିଙ୍କୁ ବନ୍ୟା ପରିସ୍ଥିତିରେ ସହାୟତା ପାଇଁ ୫ଲକ୍ଷ ଏବଂ ପାର୍ଟି ପାଣ୍ଠି ପାଇଁ ୨ଲକ୍ଷ ଟଙ୍କା ଦେଇଥିଲେ।
ସୂଚନାନୁସାରେ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ମନ୍ତ୍ରୀ ପୁଅ ଉଦୟନିଧିଙ୍କୁ ଉଭୟ ଏନସିବି ଏବଂ ଇଡି ପଚରାଉଚରା ପାଇଁ ଡକାଯାଇପାରେ। ଡ୍ରଗ୍ସର ଚୋରା ଚାଲାଣରୁ ଜାଫର ସାଦିକଙ୍କୁ ଉଦୟାନିଧି ଷ୍ଟାଲିନଙ୍କୁ ଦିଆଯାଇଥିବା ଟଙ୍କା ମିଳିଛି କି ନାହିଁ ଏନସିବି ଅନୁସନ୍ଧାନ କରୁଛି। ଏଥି ସହିତ, ବର୍ତ୍ତମାନ ଏହି ପ୍ରସଙ୍ଗରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ର ପ୍ରବେଶ ସହିତ ଷ୍ଟାଲିନଙ୍କ ସମସ୍ୟା ବୃଦ୍ଧି ପାଇଛି। ସୂତ୍ରରୁ ପ୍ରକାଶ ଯେ ଇଡି ଖୁବ ଶୀଘ୍ର ଜାଫରଙ୍କୁ ମଧ୍ୟ ପଚରାଉଚରା କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ କେବଳ ଜଣେ ନେତା ସତ କହୁଛନ୍ତି, ସେ ହେଉଛନ୍ତି…..

ଲକ୍ଷ୍ନୌ,୯।୫: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶରରେ ରାଲି କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ବର୍ତ୍ତମାନ ଦେଶରେ କେବଳ ଜଣେ ନେତା...

‘ଶେଷ ନିଃଶ୍ୱାସ ଯାଏ ଲଢ଼ିବି…’ମାୟାବତୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ମୁହଁ ଖୋଲିଲେ ଆକାଶ ଆନନ୍ଦ

ଲକ୍ଷ୍ନୌ,୯।୫: ଲୋକ ସଭା ନିର୍ବାଚନ ମଧ୍ୟରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ନିଜର ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ପଦବୀରୁ ହଟାଇ ଦେଇଛନ୍ତି।...

ଭାରତ ପାଇଁ ଆମେରିକାକୁ ଗାଳି କଲା ରୁଷିଆ

ମସ୍କୋ/ନୂଆଦିଲ୍ଲୀ,୯।୫: ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୁରୁପନ୍ତୱନ୍ତ ସିଂ ପନ୍ନୁ ମାମଲାରେ ରୁଷିଆ ଭାରତର ସପକ୍ଷରେ ଯୁକ୍ତି ବାଢିଛି। ପନ୍ନୁଙ୍କୁ ହତ୍ୟା ଉଦ୍ୟମ ଷଡଯନ୍ତ୍ରରେ ଭାରତ ବିରୋଧରେ...

ଏୟାର ଇଣ୍ଡିଆର ବଡ଼ କାର୍ଯ୍ୟାନୁଷ୍ଠାନ, କ୍ରୁ ମେମ୍ବରଙ୍କୁ କଲା ବହିଷ୍କାର

ନୂଆଦିଲ୍ଲୀ,୯।୫: ସମୂହ ଛୁଟିରେ ଯିବା ପଡିଲା ମହଙ୍ଗା। ଏନେଇ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଏୟାରଇଣ୍ଡିଆ ଏକ୍ସପ୍ରେସ। କ୍ରୁ ମେମ୍ବରଙ୍କୁ ବିଦା କରିଛି ଏୟାରଇଣ୍ଡିଆ କମ୍ପାନୀ। ଏହି...

ଲିଭ୍‌-ଇନ୍‌ ସମ୍ପର୍କ: ଭାରତୀୟ ସଂସ୍କୃତି ପାଇଁ କଳଙ୍କ

ରାୟପୁର/ପ୍ରୟାଗରାଜ,୯ା୫: ବିଶ୍ୱର ଅନେକ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରରେ ଲିଭ୍‌-ଇନ୍‌ ସମ୍ପର୍କକୁ ସାମାଜିକ ସ୍ବୀକୃତି ତଥା ଆଇନଗତ ବୈଧତା ମିଳିଥିବାବେଳେ ଭାରତରେ ଏବେ ମଧ୍ୟ ଏହା...

ନଡ୍ଡାଙ୍କୁ ସମନ

ବେଙ୍ଗାଲୁରୁ, ୯।୫ମୁସଲମାନ ସଂରକ୍ଷଣକୁ ନେଇ କର୍ନାଟକ ଭାଜପା ପକ୍ଷରୁ କରାଯାଇଥିବା ବିବାଦୀୟ ପୋଷ୍ଟ ମାମଲାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଆଇଟି ସେଲ୍‌...

ତିହାର ଜେଲରେ କେଜ୍‌ରିଓ୍ବାଲଙ୍କ ଅଫିସ୍‌ ଦାବି: ଆବେଦନକାରୀଙ୍କୁ ଲକ୍ଷେ ଜରିମାନା

ନୂଆଦିଲ୍ଲୀ,୯ା୫ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ...

୧୦ରେ କେଜ୍‌ରିଓ୍ବାଲଙ୍କୁ ମିଳିପାରେ ଜାମିନ

ନୂଆଦିଲ୍ଲୀ, ୯ା୫: ଦିଲ୍ଲୀ ଅବକାରୀ ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଶୁକ୍ରବାର ଜାମିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri