ବର୍ଷାଜଳ ସଂରକ୍ଷଣ ପାଇଁ ଟଙ୍କା ଆସୁଛି, କାମ ହେଉନି

ରାୟଗଡ଼ା,୧୦ା୨(ସ୍ବ.ପ୍ର.):ରାୟଗଡ଼ା ଜିଲାରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ରାସ୍ତା ଓ ନର୍ଦ୍ଦମାରେ ପ୍ରବାହିତ ହୋଇ ନଷ୍ଟ ହେଉଥିବା ବର୍ଷାଜଳକୁ ଛାତ ଉପରେ ସଂରକ୍ଷଣ କରାଯାଇ ପାରିଲେ ଆଗାମୀ ଦିନରେ ଜିଲାରେ ଜଳ ସଙ୍କଟ ରହିବ ନାହିଁ। ସରକାରଙ୍କ ପକ୍ଷରୁ ଏଥିପାଇଁ ଅର୍ଥ ଖର୍ଚ୍ଚ କରାଯାଉଛି। ହେଲେ ଅଧିକାରୀମାନେ ଏଭଳି ଏକ ଗମ୍ଭୀର ବିଷୟକୁ ଗୁରୁତର ସହ ନେଇ ଜଳ ସଂରକ୍ଷଣ ଦିଗରେ କାମ କରୁ ନ ଥିବା ଜଣାପଡ଼ିଛି। କରୋନା ସମୟରେ ରୁଫ୍‌ଟପ୍‌ରେ ବର୍ଷା ଜଳ ସଂରକ୍ଷଣ ପାଇଁ ପ୍ରାୟ ୨ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ହୋଇ ନ ଥିବା ଜଣାପଡ଼ିଛି।
ଜିଲାପାଳଙ୍କ କାର୍ଯ୍ୟାଳୟ ବ୍ୟତୀତ ଜିଲା ପରିଷଦ କାର୍ଯ୍ୟାଳୟ, ସର୍କିଟ ହାଉସ, ପୂର୍ତ୍ତ ବିଭାଗ ଡାକବଙ୍ଗଳା, ଜିଲା ନିୟୋଜନ କାର୍ଯ୍ୟାଳୟ, ପୌର ପରିଷଦ କାର୍ଯ୍ୟାଳୟ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଏହି ଜଳ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟ ୨୦୨୦ରେ ହାତକୁ ନିଆଯାଇଥିଲା। ୪ଟି କାର୍ଯ୍ୟାଳୟରେ ୨ଲକ୍ଷ ୫୦ ହଜାର ଓ ୩ ଟି କାର୍ଯ୍ୟାଳୟରେ ୨ ଲକ୍ଷ ଲେଖାଏ ଖର୍ଚ୍ଚ ଆକଳନ ପରେ ତାହାର ଅନୁଦାନ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ମୋଟ ୧୬ ଲକ୍ଷ ଟଙ୍କା ଆସିଥିଲା। ହେଲେ ୭ ସରକାରୀ କୋଠା ମଧ୍ୟରୁ କୌଣସି ଗୋଟିଏ ସ୍ଥାନରେ ମଧ୍ୟ ଏହି ପ୍ରକଳ୍ପ ନିର୍ମାଣ ହୋଇନାହିଁ। ଏମିତିକି ଅନ୍ୟ ସରକାରୀ କୋଠା ଗୁଡ଼ିକୁ ମଧ୍ୟ ଏବେ ଯୋଜନାରେ ସାମିଲ କରିବାକୁ ଯୋଜନା ଚାଲିଛି। ତେବେ ମହତ୍‌ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନା ସଫଳ କିପରି ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି। ରାୟଗଡ଼ା ବିଭାଜନ କାର୍ଯ୍ୟାଳୟରେ କୌଣସି କର୍ମଚାରୀ ନାହାଁନ୍ତି। ମୁଖ୍ୟ ଭୂତତ୍ତ୍ୱବିତ୍‌ ୩ ଜିଲା ଦାୟିତ୍ୱରେ ରହିଛନ୍ତି। ସେହିଭଳି ଏବେକାର ଯନ୍ତ୍ରୀ ୪ଟି ଜିଲା ଓ ଅନ୍ୟ କର୍ମଚାରୀମାନେ ୨ଜିଲା ଦାୟିତ୍ୱରେ ରହିଛନ୍ତି। ତେଣୁ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନି। ବିଭାଗୀୟ କାର୍ଯ୍ୟାଳୟରେ ଥିବା କର୍ମଚାରୀଙ୍କୁ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ମୋବାଇଲ ନମ୍ବର ମାଗିବାରୁ ସେ ଦେବାକୁ ମନା କରି ଦେଇଥିଲେ। ତେଣୁ ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ କାମ କିପରି ଚାଲିଛି ତାହାର ତଦନ୍ତ କରି ଜିଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ଜନସାଧାରଣ ଏବଂ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ଏଥିସହ ତଦନ୍ତ ଦାୟିତ୍ୱ ଭିଜିଲାନ୍ସ ବିଭାଗକୁ ହସ୍ତାନ୍ତର କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri