ବିନା କାମରେ ଜବ୍‌କାର୍ଡଧାରୀଙ୍କ ନାମରେ ଉଠୁଛି ଟଙ୍କା

ନାଉଗାଁ,୪।୪(ସ୍ବ.ପ୍ର): ନାଉଗାଁ ବ୍ଲକରେ ଏମ୍‌ଜିଏନ୍‌ଆରଇଜିଏସ୍‌ (ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି)ରେ ବହୁ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ଶ୍ରମିକଙ୍କ ଅର୍ଥକୁ ଯନ୍ତ୍ରୀ, ଠିକାଦାର, ରାଜନେତା ଓ ଜିଆରଏସ୍‌ ମିଳିତ ଭାବେ ହାତେଇବାକୁ ପଛାଉ ନାହାନ୍ତି। ଏମ୍‌ଜିଏନ୍‌ଆରଇଜିଏସ୍‌ କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା। ଦାରିଦ୍ର ଦୂରୀକରଣ ସହ ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଜନସାଧାରଣଙ୍କୁ ଅର୍ଥ ରୋଜଗାର କରିବା ପାଇଁ ପଥ ସୁଗମ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ। କିନ୍ତୁ ବ୍ଲକରେ ଏହି ଯୋଜନା ବାଟବଣା ହେଉଛି। ଏହି ଅର୍ଥରେ ନିର୍ମାଣ ହେଉଥିବା ବିଭିନ୍ନ ପ୍ରକଳ୍ପ ମେସିନ ଓ କାଗଜ କଲମରେ ଚାଲିଥିବା ଜଣାପଡ଼ିଛି। ଅପରପକ୍ଷେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ଫାଇଦା ଜବକାର୍ଡଧାରୀ ନେବା ପରିବର୍ତ୍ତେ ସରକାରୀ କର୍ମଚାରୀ ଓ ରାଜନେତା ହାତେଇ ନେଉଛନ୍ତି। ଏମ୍‌ଜିଏନ୍‌ଆରଇଜିଏସ୍‌ର ଓବେ ପୋର୍ଟାଲର ତଥ୍ୟ ଅନୁସାରେ ଚଳିତ ୨୦୨୨-୨୩ ଆର୍ଥତ୍କ ବର୍ଷରେ ବ୍ଲକରେ ୧୦,୮ ୭୯ ଜବକାର୍ଡରେ ୧୬,୬୧୯ ବ୍ୟକ୍ତି ନାମ ପଞ୍ଜୀକୃତ କରିଛନ୍ତି। ସେଥିମଧ୍ୟରୁ ୪,୨୦୬ ଜବକାର୍ଡ ପରିବାରରୁ ୬,୫୭୧ ଜଣ ଜବକାର୍ଡରେ କାର୍ଯ୍ୟ ପାଇଁ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ବ୍ଲକ ପ୍ରଶସାନ ପକ୍ଷରୁ ୪,୧୭୯ ପରିବାରର ୬,୫୨୫ ଜଣଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୩,୪୯୯ ପରିବାରର ୫,୧୮୫ ଶ୍ରମିକ କାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟ ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ପଞ୍ଚାୟତରେ ୯୯, ୮୫୨ ଶ୍ରମ ଦିବସ ସୃଷ୍ଟି କରାଯାଇଛି। ଏହି ଜବକାର୍ଡଧାରୀଙ୍କ ମଧ୍ୟରୁ ୫୦ ପରିବାର ୧୦୦ ଦିନର କାର୍ଯ୍ୟ ସମାପ୍ତ କରିଛନ୍ତି। ସେଥିମଧ୍ୟରୁ ତିରୁଣାରେ ୫, ରୋହିଆ ୨୦, ଓଷକଣା ୧୨, ଘୋଡାଂଶ ୪, ଗଜରାଜପୁର ୪, ଡେରିକି ୧, ଡାବର ୩, ଅଲଣା ପଞ୍ଚାୟତରୁ ଗୋଟିଏ ଲେଖାଏ ପରିବାର ରହିଛନ୍ତି।
ଏମ୍‌ଜିଏନ୍‌ଆରଇଜିଏସ୍‌ର କାର୍ଯ୍ୟକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ସଙ୍ଗଠନ,ସାମାଜିକ କର୍ମୀମାନେ ଦୁର୍ନୀତି ହେଉଥିବା ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାହାର ରାଜ୍ୟ କିମ୍ବା ଜିଲାରେ ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ନାମକୁ ଜବକାର୍ଡରେ ସାମିଲ କରାଯାଇ ଟଙ୍କା ଉଠାଯାଉଥିବା ଜଣାପଡ଼ିଛି। କିଛି ଦିନ ତଳେ ଓଷକଣା ପଞ୍ଚାୟତର ସାମାଜିକ କର୍ମୀ କ୍ରାନ୍ତିଶିଖା ପରିଡା ନିଜର ସୋସିଆଲ ମିଡିଆରେ ଏନେଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ମୁତାବକ, ଏହି ଗ୍ରାମର ଜଣେ ବ୍ୟକ୍ତି ବାହାର ଜିଲାରେ କାର୍ଯ୍ୟ କରୁଥିବାବେଳେ ସେ ଜବକାର୍ଡରେ ଉକ୍ତ ପଞ୍ଚାୟତରେ କାର୍ଯ୍ୟ କରିଛନ୍ତି। ଏହା କିପରି ସମ୍ଭବ ହେଲା ସେ ନେଇ ପରିଡା ପ୍ରଶ୍ନ କରିଛନ୍ତି। ସେହିପରି ୨୦-୨୧ ଆର୍ଥିକ ବର୍ଷରେ ବାଂଶ ପଞ୍ଚାୟତରେ ତତ୍କାଳୀନ ଜିଆରଏସ୍‌ ମନମୁଖୀ ଜବ୍‌କାର୍ଡଧାରୀଙ୍କୁ କାମ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ଉକ୍ତ ପଞ୍ଚାୟତର ଦଳିତ ଜବ୍‌କାର୍ଡଧାରୀମାନେ ଏହାର ତଦନ୍ତ ଦାବି କରି ୨୦୨୧ ଜୁଲାଇରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୨୧ ଦିନ ଧରି ଗଣଧାରଣା ଦେଇଥିଲେ। ପ୍ରଶାସନିକ ତଦନ୍ତ ପରେ ୨୨ ଏପ୍ରିଲ ୨୦୨୨ରେ ସମ୍ପୃକ୍ତ ଜିଆରଏସ୍‌ଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିଲା। ଏଭଳି ଅଧିକାଂଶ ପଞ୍ଚାୟତରେ ଏମ୍‌ଜିଏନ୍‌ଆରଇଜିଏସ୍‌ର ଅର୍ଥ ହଡ଼ପ କରାଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଦୁର୍ନୀତି ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ଏ ବିଷୟରେ ବ୍ଲକର ସହକାରୀ ଯନ୍ତ୍ରୀ ଅଙ୍କିତା ଜାଲିଙ୍କୁ ମୋବାଇଲ୍‌ ଫୋନ୍‌ ଯୋଗେ ପଚାରିବାରେ ପ୍ରସଙ୍ଗ ଏଡ଼ାଇବାକୁ ଯାଇ ଅଫିସ ଆସି ଏବିଷୟରେ କଥା ହେବା ପାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri