ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଟଙ୍କା କାରବାର! ମାଗୁଛନ୍ତି…

ପୁରୀ,୩୧ା୮(ଅଜିତ୍‌ କୁମାର ମହାନ୍ତି): ଅନ୍‌ଲାଇନରେ ମହାପ୍ରଭୁଙ୍କ ପୂଜା ହେବା ନେଇ ଏକ ଆପ୍‌ରେ ଦର୍ଶାଯାଇଛି। ଏହା ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ‘ପୂଜା ପରିସେବା ଡଟ୍‌ କମ’ ନାମକ ଏକ ଅନଲାଇନ ଆପ୍ଲିକେସନ ମାଧ୍ୟମରେ ଅନ୍‌ଲାଇନରେ ମହାପ୍ରଭୁଙ୍କ ସେବାକରିବା ନେଇ ସୂଚନା ଦେଇଛି, ଯାହା ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ୪ ପ୍ରକାର ପୂଜା ହେବାନେଇ ଅନ୍‌ଲାଇନରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବାରମ୍ବାର ଅନ୍‌ଲାଇନରେ ଏଭଳି ବିଜ୍ଞାପନ ଆସୁଥିବା ବେଳେ ପୋଲିସ ପ୍ରଶାସନ କି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଏପରି ଘଟଣା ବାରମ୍ବାର ଘଟୁଥିବା ସାଧାରଣରେ ମତ ପ୍ରକାଶ ପାଇଛି।

‘ପୂଜା ପରିସେବା ଡଟ୍‌ କମ’ ନାମକ ଏକ ଆପ୍‌ରେ ଚାରି ପ୍ରକାରର ପୂଜା ପାଇଁ ଅଲଗା ଅଲଗା ପ୍ରକାର ମୂଲ୍ୟ ରହିଛି। ସ୍ବତନ୍ତ୍ର ଅଭିଷେକ ପୂଜା ପାଇଁ ୭୫୦୦ ଟଙ୍କା, ତୁଳସୀ ଦାନପୂଜା ପାଇଁ ୫୫୦୧ ଟଙ୍କା, ସାଧାରଣ ଦର୍ଶନ ପୂଜା ପାଇଁ ୨୫୦୦ ଟଙ୍କା ଏବଂ ଜଗନ୍ନାଥ, ବଳରାମ, ସୁଭଦ୍ରାଙ୍କ ମିଳିତ ପୂଜା ପାଇଁ ୪୭୫୦ ଟଙ୍କା ଦେବାକୁ ପଡ଼ିବ ବୋଲି ୱେବ୍‌ସାଇଟରେ ଉଲ୍ଲେଖ ଥିବାବେଳେ ଦେଶ ବାହାର ବହିରାଗତ ଭକ୍ତଙ୍କ ପୂଜା ପାଇଁ ଡଲାରରେ ମଧ୍ୟ ରେଟଚାଟ୍‌ ମରାଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସେବାୟତମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିରରେ ଅନ୍‌ଲାଇନ ଏଭଳି କୌଣସି ବ୍ୟବସ୍ଥା ନାହିଁ। ଭକ୍ତମାନେ ବାରମ୍ବାର ଅନ୍‌ଲାଇନରେ ଠକେଇ ହେଉଥିବାରୁ ତୁରନ୍ତ ଶ୍ରୀମନ୍ଦିର, ଜିଲା ଓ ପୋଲିସ ପ୍ରଶାସନ ଏଭଳି ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେବାୟତମାନେ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ପୁରୀ ଏସ୍‌ପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି, ଅନ୍‌ଲାଇନ ମାଧ୍ୟମରେ ବାରମ୍ବାର ଭକ୍ତଙ୍କୁ ଠକେଇ ହେଉଥିବା ନଜିର ରହିଛି। ପୂଜା ପର୍ବ ସମୟରେ ଏପରି ଆପ୍‌ ମାଧ୍ୟମରେ ମିଛ ଖବର ପ୍ରକାଶ ପାଉଛି। ଦର୍ଶନ କରାଇବା, ପୂଜା ପ୍ରସାଦ ଦେବା ପାଇଁ କୌଣସି ଅନ୍‌ଲାଇନ ସାଇଡ୍‌ ନାହି ବୋଲି କହିଛନ୍ତି। ହୋଟେଲ ବୁକ୍‌ କରିବା ସମୟରେ ମଧ୍ୟ ସମସ୍ତ ତଥ୍ୟକୁ ଅନୁଧାନ କରି ବୁକ୍‌ କରନ୍ତୁ। ବରିଷ୍ଠ ସେବାୟତ ସୋମନାଥ ଖୁଣ୍ଟିଆ କହିଛନ୍ତି, ପୂଜା ପରିସେବା.କମ୍‌ ନାମକ ଏକ ଅନ୍‌ଲାଇନ ସଂସ୍ଥା ଏକ ଫେକ୍‌ ସଂସ୍ଥା। ଭକ୍ତଙ୍କୁ ଠକିବା ପାଇଁ ଏହା କରାଯାଇଛି ବୋଲି ଖୁଣ୍ଟିଆ ମତବ୍ୟକ୍ତ କରି କହିଛନ୍ତି। ସେହିପରି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି, ଅନ୍‌ଲାଇନରେ ଠକେଇ ଏବେ ବେଶୀ ଦେଖିବାକୁ ମିଳୁଛି। ତେଣୁ ଏହା ଉପରେ ରୋକ୍‌ ଲଗାଇବା ପାଇଁ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକ ରହିଛି। ଭକ୍ତମାନେ ଏପରି ଠକ ସଂସ୍ଥାକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ଦାସ ମହାପାତ୍ର ମତବ୍ୟକ୍ତ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋକସରାରେ କାଳବୈଶାଖୀର ତାଣ୍ଡବ: କୁଆପଥର ମାଡ଼ରେ ଉଜୁଡ଼ିଗଲା ଚାଷ, ଭାଙ୍ଗିଲା ଘର

କୋକସରା, ୧୮।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ଅଞ୍ଚଳରେ ଗତକାଲି ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସାଙ୍ଗକୁ…

ଗାଇଗୁହାଳ ଛକ ନିକଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌ ଚାଳକଙ୍କୁ ପିଟିଦେଲା ହାଇଓ୍ବା, କାନ୍ଦବୋବାଳିରେ ଫାଟୁଛି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗାଇଗୁହାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବାଲି…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଚାଲିଗଲେ ‘ଗଛର ମଣିଷ’ ବିଶୁ ଭାଇ: କଥା ହେଉ ହେଉ ଟଳିପଡ଼ିଲେ, ଗଞ୍ଜାମ ସହରରେ ଶୋକର ଛାୟା

ଗଞ୍ଜାମ (ବିଦ୍ୟାଧର ସାହୁ): ଏମିତି ବି ଆସେ ମୃତ୍ୟୁ! ନିଜ ଦାଣ୍ଡ ପିଣ୍ଡାରେ ବସି ଗଛ ଲଗାଇବା ଓ ଅଞ୍ଚଳର ଉନ୍ନତି ପାଇଁ ଚର୍ଚ୍ଚା କରୁଥିବା ବେଳେ…

ବ୍ରାହ୍ମଣୀଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ଯୋଗଦେଲେ ୨୫୦ଜଣ, ଚି଼ହ୍ନଟ ହେଲେ ୧୮୫

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୧୮।୩(ଅରୁଣ ସାହୁ/ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୨୦୨୫/୨୬ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ଭୀମଭୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri