ନୋଟ୍‌ ଦେଲେ ନେଗେଟିଭ୍‌

ଅନୁଗୋଳ ଅଫିସ, ୨୦।୧ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିନା ପରୀକ୍ଷାରେ ଲୋକଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରାଯାଉଥିବା ନେଇ ସାଂଘାତିକ ଅଭିଯୋଗ ହେଉଛି। କେତେଜଣ ଦଲାଲ କରୋନା ଟେଷ୍ଟ ପାଇଁ ଆସୁଥିବା ଲୋକଙ୍କଠାରୁ ଟଙ୍କା ଆଦାୟ କରି ସେମାନଙ୍କୁ ଏପରି ରିପୋର୍ଟ ପ୍ରଦାନ କରିବାର ବ୍ୟବସ୍ଥା କରୁଛନ୍ତି। ଏହି କାରବାରରେ ଠିକା ସଂସ୍ଥାର ଜଣେ ଅଧିକାରୀ ସହଯୋଗ କରୁଥିବା ମେଡିକାଲରେ ଆଲୋଚନା ହେଉଛି। ଜିଲାରେ କୋଭିଡ୍‌ ସଂକ୍ରମଣ ହ୍ରାସ ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଥିବା ବେଳେ ନୋଟ୍‌ ନେଇ ବେଆଇନ ଭାବେ ଏପରି ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରାଯିବା ଅଭିଯୋଗ ଏବେ ସହରବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି।
ଅନୁଗୋଳ ଜିଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନରେ କୋଭିଡ୍‌ ନିୟମକୁ କଡ଼ାକଡ଼ି କରାଯାଇଛି। ରାଜ୍ୟ ବାହାରକୁ ଯାଇ ଫେରୁଥିବା କର୍ମଚାରୀମାନେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ପ୍ରଦାନ ନ କଲେ ସେମାନଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଉ ନାହିଁ। ତେଣୁ ସମ୍ପୃକ୍ତ କର୍ମଚାରୀମାନେ କୋଭିଡ୍‌ ଟେଷ୍ଟ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିଡ଼ ଜମାଉଛନ୍ତି। ସେହିପରି ବିଦେଶରୁ ଆସୁଥିବା ବ୍ୟକ୍ତି ଓ ଧର୍ମାନୁଷ୍ଠାନ ଯିବାକୁ ଇଚ୍ଛୁକ ଲୋକେ ମଧ୍ୟ କରୋନା ପରୀକ୍ଷା ପାଇଁ ମେଡିକାଲ ଧାଉଁଛନ୍ତି। ତେଣୁ କୋଭିଡ୍‌ ପରୀକ୍ଷା ପାଇଁ ଭିଡ଼ ବଢ଼ୁଥିବା ଦେଖି ଦଲାଲମାନେ ଏଥିରୁ ଫାଇଦା ଉଠାଇବାରେ ଲାଗିଛନ୍ତି। ରିପୋର୍ଟ ପ୍ରଦାନ କରାଯାଉଥିବା କାଚ ଘର ସମ୍ମୁଖରେ ଦଲାଲ୍‌ମାନେ ସକାଳୁ ଅପେକ୍ଷା କରି ରହୁଛନ୍ତି। ଯେଉଁମାନେ ତରବରିଆ ଭାବେ ନେଗେଟିଭ୍‌ ରିପୋର୍ଟ ଚାହୁଁଛନ୍ତି, ସେମାନଙ୍କୁ ଦଲାଲମାନେ ଟାର୍ଗେଟ୍‌ କରି ମୂଲଚାଲ କରିବା ସହ ମୋଟା ଅଙ୍କର ଅର୍ଥ ଦାବି କରୁଛନ୍ତି। କଥାବାର୍ତ୍ତା ଫାଇନାଲ ହେବା ପରେ ଦଲାଲମାନେ ସେମାନଙ୍କ କାର୍ଯ୍ୟ ଆରମ୍ଭ କରୁଛନ୍ତି। ସମ୍ପୃକ୍ତ ଠିକା ଅଧିକାରୀଙ୍କ ସହଯୋଗ ନେଇ ଟଙ୍କା ଦେଇଥିବା ବ୍ୟକ୍ତିଙ୍କୁ ନେଗେଟିଭ୍‌ ରିପୋର୍ଟ ଧରାଇ ଦିଆଯାଉଛି। ଅନ୍ୟ କାହାର ନେଗେଟିଭ୍‌ ରିପୋର୍ଟରେ କେବଳ ନାମ ବଦଳାଇ କମ୍ପ୍ୟୁଟରରୁ ପ୍ରିଣ୍ଟ ବାହାର କରାଯାଉଛି। ମାତ୍ର ଘଣ୍ଟାଏ ମଧ୍ୟରେ ବିନା ଟେଷ୍ଟରେ ରିପୋର୍ଟ ମିଳିଯାଉଥିବାରୁ ବହୁ ଲୋକ ଏପରି ବେଆଇନ କାର୍ଯ୍ୟ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉ ନ ଥିବା ଚର୍ଚ୍ଚା ହେଉଛି। ଯେଉଁ ଠିକା ଅଧିକାରୀଙ୍କ ନାମରେ ଏପରି ଅଭିଯୋଗ ହେଉଛି ତାଙ୍କ ବିରୋଧରେ ପୂର୍ବରୁ ଥାନାରେ ଏକ ଅଭିଯୋଗ ହୋଇଥିଲା। ସେ କୌଣସି କାର୍ଯ୍ୟରେ ଦଖଲ ଦେବେ ନାହିଁ ବୋଲି ପୋଲିସକୁ ଲିଖିତ ଭାବେ ଅବଗତ କରିଥିଲେ। ତେବେ ମେଡିକାଲରେ ଏପରି ବେଆଇନ କାର୍ଯ୍ୟ ଚାଲିଥିବା ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଖବର ନ ଥିବା ସୂଚନା ମିଳିଛି। ଏ ସମ୍ପର୍କରେ ସମ୍ପୃକ୍ତ ଠିକା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ଉଠାଇ ନ ଥିବାରୁ ମତାମତ ମିଳିପାରି ନାହିଁ।

 

ଘଟଣାର ତଦନ୍ତ କରାଯିବ
ବିନା କୋଭିଡ୍‌ ପରୀକ୍ଷାରେ ମେଡିକାଲରୁ ରିପୋର୍ଟ ପ୍ରଦାନ କରାଯିବା କଥା ନୁହେଁ। ଏଭଳି ହେଉଥିଲେ ସାଂଘାତିକ। ଏବେ ନେଗେଟିଭ୍‌ ରିପୋର୍ଟ ହେଲ୍ପଡେସ୍କ କର୍ମଚାରୀ ପ୍ରଦାନ କରୁଛନ୍ତି। ଠିକାରେ ଥିବା ସମ୍ପୃକ୍ତ ଅଧିକାରୀ ଏଭଳି କରୁଥିବା ସମ୍ପର୍କରେ ଅବଗତ ନାହିଁ। ଯଦି ନକଲି ରିପୋର୍ଟ ଦିଆଯାଉଥିବ ତା’ହେଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଧନଞ୍ଜୟ ବେହେରା, ଏଡିଏମ୍‌ଓ ଜନସ୍ବାସ୍ଥ୍ୟ, ଅନୁଗୋଳ

ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ
ମେଡିକାଲରେ ଏଭଳି କାର୍ଯ୍ୟ ହେଉଥିବା ଜାଣି ଭୟ ଲାଗୁଛି। ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ବିନା ଟେଷ୍ଟରେ ରିପୋର୍ଟ ଦେବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିବ। ଏଭଳି ମନ୍ଦବୁଦ୍ଧିର ଲୋକଙ୍କୁ ଯେତେଶୀଘ୍ର ସମ୍ଭବ ଧରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।
-ପୱନ କୁମାର ମୋଦି, ବରିଷ୍ଠ ନାଗରିକ, ଅନୁଗୋଳ

ସୁପର୍‌ ସ୍ପେଡର ପାଲଟିଯିବେ
ଅନୁଗୋଳ ମେଡିକାଲରେ ସର୍ବଦା କିଛି ନା କିଛି ଅବ୍ୟବସ୍ଥା, ଅବହେଳା ଦେଖିବାକୁ ମିଳୁଛି। କୋଭିଡ୍‌ ରିପୋର୍ଟରେ ଜାଲିଆତି ଏକ ଆପରାଧିକ କାର୍ଯ୍ୟ। ଏଭଳି ହେଲେ ପଜିଟିଭ୍‌ ବ୍ୟକ୍ତି ସୁପର୍‌ ସ୍ପେଡର ପାଲଟିଯିବେ। ଯେଉଁମାନେ ଏଥିରେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏହା ଅନ୍ୟମାନଙ୍କ ପାଇଁ ଚେତାବନୀ ଭଳି ହେବ।
-ସୁବୋଧ ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି

ଚିନ୍ତାରେ ପକାଇବା ଭଳି ସମସ୍ୟା
ମେଡିକାଲରେ ଏଭଳି କାର୍ଯ୍ୟ ହେଉଛି ଶୁଣି ଚିନ୍ତାରେ ପଡ଼ିଲୁଣି। ଯଦି କୌଣସି ଲୋକ ପରୀକ୍ଷା ନ କରି ନେଗେଟିଭ୍‌ ରିପୋର୍ଟ ନେଇ ପାରୁଛନ୍ତି, ତା’ହେଲେ ସୁସ୍ଥ ଲୋକ ଆକ୍ରାନ୍ତ ହେବାକୁ ଅଧିକ ସମୟ ଲାଗିବ ନାହିଁ। ଶ୍ରୀମନ୍ଦିର ଖୋଲିବା ପରେ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା। ହୁଏତ କେତେଜଣ ଦଲାଲ ଏହାର ସୁଯୋଗ ନେଇଥିବେ।
-ସୋମନାଥ ରାଉତ, ଓକିଲ ସଂଘ ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ କୋଠରିରେ ଚାଲିଛି ୪୭ ବର୍ଷର ବିଦ୍ୟାଳୟ: ଅନୁଦାନ ମିଳୁ ନ ଥିବାରୁ ବଦଳୁନାହିଁ ସ୍ଥିତି

ହାଟଡ଼ିହୀ,୧୧l୯ (ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ କୁଆଡ଼ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଗୋଟିଏ ଶ୍ରେଣୀ କକ୍ଷରେ ଶିଶୁ ବାଟିକାରୁ ୫ମ…

ଭାଙ୍ଗିଲା ସବୁ ରେକର୍ଡ: ସବୁଠୁ ଉତ୍ତପ୍ତ ମାସ ସାଜିଲା ଅଗଷ୍ଟ ୨୦୨୬

ନୂଆଦିଲ୍ଲୀ,୧୧।୯(ପି.ଟି.): ‘ଅଗଷ୍ଟ ୨୦୨୬’ ବିଶ୍ୱ ଇତିହାସରେ ସବୁଠାରୁ ଉତ୍ତପ୍ତ ମାସ ଭାବେ ରେକର୍ଡ କରିଛି। ବିଶ୍ୱର ହାରାହାରି ଭୂପୃଷ୍ଠ ବାୟୁ ତାପମାତ୍ରା ୧୬.୯୬ ଡିଗ୍ରୀ ସେଲ୍‌ସିୟସ ରହିବା…

ନନ୍ଦନକାନନରେ କେମିତି କଟୁଛି ଓରଙ୍ଗ୍‌ଉଟାନଙ୍କ ଜୀବନ: କିଏ କଣ୍ଢେଇ ଧରି ଶୋଉଛି ତ ଆଉ କାହାକୁ ଜ୍ୱର, ଦେଖନ୍ତୁ Video

ବାରଙ୍ଗ/ ତ୍ରିଶୁଳିଆ, ୧୧ା୯ (ଲିଙ୍ଗରାଜ ରାଉତ/ ତୁଷାରକାନ୍ତ ବେହରା):ମା’ଠାରୁ ଅଲଗା ହେବା ପରେ ବାଲେଶ୍ୱର ଜିଲା ରଣକଠା ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ୫…

ରତ୍ନଭଣ୍ଡାର ଗଣତି-ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ: ତାଲିକା ସାର୍ବଜନୀନ ହେବନି

ଭୁବନେଶ୍ୱର, ୧୦।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି-ମଣତି ଏବଂ ଅଳଙ୍କାର ତାଲିକାଭୁକ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାରରୁ…

ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ ପଦବୀକୁ ଚ୍ୟାଲେଞ୍ଜ, ଜନସ୍ବାର୍ଥ ମାମଲା ଖାରଜ କଲେ… 

କଟକ,୧୦।୮(କାର୍ତ୍ତିକ ସାହୁ): ଓଡ଼ିଶା ସରକାରଙ୍କ ୨ ଉପମୁଖ୍ୟମନ୍ତ୍ରୀ ପଦବୀର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ହାଇକୋର୍ଟ…

ଆଫଗାନିସ୍ତାନ-ଭାରତ ପ୍ରଥମ ମ୍ୟାଚ୍‌କୁ ନେଇ ହଟିଲା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୧୦ା୯: ରାଜଧାନୀରେ ବ୍ରିକ୍ସ ସମିଟ କାରଣରୁ ଆସନ୍ତା ୧୩ରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଦିନକ ପାଇଁ ସ୍ଥଗିତ ରଖାଯିବାର…

BDAର ୩୫ ବର୍ଷରୁ ଊର୍ଦ୍ଧ୍ୱ ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ୨୦୦ ହିତାଧିକାରୀଙ୍କୁ ଆଶ୍ୱସ୍ତି, ଦୂର ହେଲା…

ଭୁବନେଶ୍ୱର,୧୦।୯(ରବିନାରାୟଣ ଜେନା): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଠାରୁ ଦୀର୍ଘ ୩୫ ବର୍ଷ ତଳେ ପ୍ଲଟେଡ୍‌ ସ୍କିମରେ ନେଇଥିବା ୨୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ରାଜସ୍ବ ପର୍ଷଦ…

ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଉଡ଼ିବ ବିମାନ, ସପ୍ତାହକୁ ଦୁଇଥର…

ଭୁବନେଶ୍ୱର,୧୦ା୯(ବନ୍ଦନା ସେଠୀ) – ଭୁବନେଶ୍ୱରରୁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ପୁଣି ଆରମ୍ଭ ହେବ। ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri