ନୋଟ୍‌ ଦେଲେ ନେଗେଟିଭ୍‌

ଅନୁଗୋଳ ଅଫିସ, ୨୦।୧ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିନା ପରୀକ୍ଷାରେ ଲୋକଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରାଯାଉଥିବା ନେଇ ସାଂଘାତିକ ଅଭିଯୋଗ ହେଉଛି। କେତେଜଣ ଦଲାଲ କରୋନା ଟେଷ୍ଟ ପାଇଁ ଆସୁଥିବା ଲୋକଙ୍କଠାରୁ ଟଙ୍କା ଆଦାୟ କରି ସେମାନଙ୍କୁ ଏପରି ରିପୋର୍ଟ ପ୍ରଦାନ କରିବାର ବ୍ୟବସ୍ଥା କରୁଛନ୍ତି। ଏହି କାରବାରରେ ଠିକା ସଂସ୍ଥାର ଜଣେ ଅଧିକାରୀ ସହଯୋଗ କରୁଥିବା ମେଡିକାଲରେ ଆଲୋଚନା ହେଉଛି। ଜିଲାରେ କୋଭିଡ୍‌ ସଂକ୍ରମଣ ହ୍ରାସ ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଥିବା ବେଳେ ନୋଟ୍‌ ନେଇ ବେଆଇନ ଭାବେ ଏପରି ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରାଯିବା ଅଭିଯୋଗ ଏବେ ସହରବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି।
ଅନୁଗୋଳ ଜିଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନରେ କୋଭିଡ୍‌ ନିୟମକୁ କଡ଼ାକଡ଼ି କରାଯାଇଛି। ରାଜ୍ୟ ବାହାରକୁ ଯାଇ ଫେରୁଥିବା କର୍ମଚାରୀମାନେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ପ୍ରଦାନ ନ କଲେ ସେମାନଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଉ ନାହିଁ। ତେଣୁ ସମ୍ପୃକ୍ତ କର୍ମଚାରୀମାନେ କୋଭିଡ୍‌ ଟେଷ୍ଟ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିଡ଼ ଜମାଉଛନ୍ତି। ସେହିପରି ବିଦେଶରୁ ଆସୁଥିବା ବ୍ୟକ୍ତି ଓ ଧର୍ମାନୁଷ୍ଠାନ ଯିବାକୁ ଇଚ୍ଛୁକ ଲୋକେ ମଧ୍ୟ କରୋନା ପରୀକ୍ଷା ପାଇଁ ମେଡିକାଲ ଧାଉଁଛନ୍ତି। ତେଣୁ କୋଭିଡ୍‌ ପରୀକ୍ଷା ପାଇଁ ଭିଡ଼ ବଢ଼ୁଥିବା ଦେଖି ଦଲାଲମାନେ ଏଥିରୁ ଫାଇଦା ଉଠାଇବାରେ ଲାଗିଛନ୍ତି। ରିପୋର୍ଟ ପ୍ରଦାନ କରାଯାଉଥିବା କାଚ ଘର ସମ୍ମୁଖରେ ଦଲାଲ୍‌ମାନେ ସକାଳୁ ଅପେକ୍ଷା କରି ରହୁଛନ୍ତି। ଯେଉଁମାନେ ତରବରିଆ ଭାବେ ନେଗେଟିଭ୍‌ ରିପୋର୍ଟ ଚାହୁଁଛନ୍ତି, ସେମାନଙ୍କୁ ଦଲାଲମାନେ ଟାର୍ଗେଟ୍‌ କରି ମୂଲଚାଲ କରିବା ସହ ମୋଟା ଅଙ୍କର ଅର୍ଥ ଦାବି କରୁଛନ୍ତି। କଥାବାର୍ତ୍ତା ଫାଇନାଲ ହେବା ପରେ ଦଲାଲମାନେ ସେମାନଙ୍କ କାର୍ଯ୍ୟ ଆରମ୍ଭ କରୁଛନ୍ତି। ସମ୍ପୃକ୍ତ ଠିକା ଅଧିକାରୀଙ୍କ ସହଯୋଗ ନେଇ ଟଙ୍କା ଦେଇଥିବା ବ୍ୟକ୍ତିଙ୍କୁ ନେଗେଟିଭ୍‌ ରିପୋର୍ଟ ଧରାଇ ଦିଆଯାଉଛି। ଅନ୍ୟ କାହାର ନେଗେଟିଭ୍‌ ରିପୋର୍ଟରେ କେବଳ ନାମ ବଦଳାଇ କମ୍ପ୍ୟୁଟରରୁ ପ୍ରିଣ୍ଟ ବାହାର କରାଯାଉଛି। ମାତ୍ର ଘଣ୍ଟାଏ ମଧ୍ୟରେ ବିନା ଟେଷ୍ଟରେ ରିପୋର୍ଟ ମିଳିଯାଉଥିବାରୁ ବହୁ ଲୋକ ଏପରି ବେଆଇନ କାର୍ଯ୍ୟ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉ ନ ଥିବା ଚର୍ଚ୍ଚା ହେଉଛି। ଯେଉଁ ଠିକା ଅଧିକାରୀଙ୍କ ନାମରେ ଏପରି ଅଭିଯୋଗ ହେଉଛି ତାଙ୍କ ବିରୋଧରେ ପୂର୍ବରୁ ଥାନାରେ ଏକ ଅଭିଯୋଗ ହୋଇଥିଲା। ସେ କୌଣସି କାର୍ଯ୍ୟରେ ଦଖଲ ଦେବେ ନାହିଁ ବୋଲି ପୋଲିସକୁ ଲିଖିତ ଭାବେ ଅବଗତ କରିଥିଲେ। ତେବେ ମେଡିକାଲରେ ଏପରି ବେଆଇନ କାର୍ଯ୍ୟ ଚାଲିଥିବା ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଖବର ନ ଥିବା ସୂଚନା ମିଳିଛି। ଏ ସମ୍ପର୍କରେ ସମ୍ପୃକ୍ତ ଠିକା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ଉଠାଇ ନ ଥିବାରୁ ମତାମତ ମିଳିପାରି ନାହିଁ।

 

ଘଟଣାର ତଦନ୍ତ କରାଯିବ
ବିନା କୋଭିଡ୍‌ ପରୀକ୍ଷାରେ ମେଡିକାଲରୁ ରିପୋର୍ଟ ପ୍ରଦାନ କରାଯିବା କଥା ନୁହେଁ। ଏଭଳି ହେଉଥିଲେ ସାଂଘାତିକ। ଏବେ ନେଗେଟିଭ୍‌ ରିପୋର୍ଟ ହେଲ୍ପଡେସ୍କ କର୍ମଚାରୀ ପ୍ରଦାନ କରୁଛନ୍ତି। ଠିକାରେ ଥିବା ସମ୍ପୃକ୍ତ ଅଧିକାରୀ ଏଭଳି କରୁଥିବା ସମ୍ପର୍କରେ ଅବଗତ ନାହିଁ। ଯଦି ନକଲି ରିପୋର୍ଟ ଦିଆଯାଉଥିବ ତା’ହେଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଧନଞ୍ଜୟ ବେହେରା, ଏଡିଏମ୍‌ଓ ଜନସ୍ବାସ୍ଥ୍ୟ, ଅନୁଗୋଳ

ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ
ମେଡିକାଲରେ ଏଭଳି କାର୍ଯ୍ୟ ହେଉଥିବା ଜାଣି ଭୟ ଲାଗୁଛି। ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ବିନା ଟେଷ୍ଟରେ ରିପୋର୍ଟ ଦେବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିବ। ଏଭଳି ମନ୍ଦବୁଦ୍ଧିର ଲୋକଙ୍କୁ ଯେତେଶୀଘ୍ର ସମ୍ଭବ ଧରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।
-ପୱନ କୁମାର ମୋଦି, ବରିଷ୍ଠ ନାଗରିକ, ଅନୁଗୋଳ

ସୁପର୍‌ ସ୍ପେଡର ପାଲଟିଯିବେ
ଅନୁଗୋଳ ମେଡିକାଲରେ ସର୍ବଦା କିଛି ନା କିଛି ଅବ୍ୟବସ୍ଥା, ଅବହେଳା ଦେଖିବାକୁ ମିଳୁଛି। କୋଭିଡ୍‌ ରିପୋର୍ଟରେ ଜାଲିଆତି ଏକ ଆପରାଧିକ କାର୍ଯ୍ୟ। ଏଭଳି ହେଲେ ପଜିଟିଭ୍‌ ବ୍ୟକ୍ତି ସୁପର୍‌ ସ୍ପେଡର ପାଲଟିଯିବେ। ଯେଉଁମାନେ ଏଥିରେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏହା ଅନ୍ୟମାନଙ୍କ ପାଇଁ ଚେତାବନୀ ଭଳି ହେବ।
-ସୁବୋଧ ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି

ଚିନ୍ତାରେ ପକାଇବା ଭଳି ସମସ୍ୟା
ମେଡିକାଲରେ ଏଭଳି କାର୍ଯ୍ୟ ହେଉଛି ଶୁଣି ଚିନ୍ତାରେ ପଡ଼ିଲୁଣି। ଯଦି କୌଣସି ଲୋକ ପରୀକ୍ଷା ନ କରି ନେଗେଟିଭ୍‌ ରିପୋର୍ଟ ନେଇ ପାରୁଛନ୍ତି, ତା’ହେଲେ ସୁସ୍ଥ ଲୋକ ଆକ୍ରାନ୍ତ ହେବାକୁ ଅଧିକ ସମୟ ଲାଗିବ ନାହିଁ। ଶ୍ରୀମନ୍ଦିର ଖୋଲିବା ପରେ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା। ହୁଏତ କେତେଜଣ ଦଲାଲ ଏହାର ସୁଯୋଗ ନେଇଥିବେ।
-ସୋମନାଥ ରାଉତ, ଓକିଲ ସଂଘ ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ବାବା ଆଖଣ୍ଡଳମଣୀଙ୍କ ନୀତିକାନ୍ତି, ଜାଣନ୍ତୁ କେତେବେଳେ ଉଠିବ ମହାଦୀପ

ଆରଡ଼ି,୨୮।୨(ଡି.ଏନ୍‌.ଏ.): ବାବା ଆଖଣ୍ଡଳମଣୀଙ୍କ ପୀଠରେ ମଙ୍ଗଳବାର ଜାଗର ଯାତ୍ରା ଅନୁଷ୍ଠିତ ହେବ। ବାବାଙ୍କ ନୀତିକାନ୍ତି ଓ ମହାଦୀପ ଉଠିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ...

ଷ୍ଟାର୍ସ ପ୍ରକଳ୍ପ ପରିକଳ୍ପନା: ଭିତ୍ତିଭୂମି ଦେଖିଲେ ବିଶ୍ୱବ୍ୟାଙ୍କ ପ୍ରତିନିଧି

ଢେଙ୍କାନାଳ ଅଫିସ,୧୭।୭-ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ପରୀକ୍ଷାରେ ଭଲ ଫଳାଫଳ ହାସଲ କରିବା ଲକ୍ଷ୍ୟରେ ନୀତି ଆୟୋଗ ପକ୍ଷରୁ ଷ୍ଟାର୍ସ (ଷ୍ଟ୍ରେଙ୍ଗଦେନିଂ ଟିଚିଙ୍ଗ୍‌-ଲର୍ନିଂ ଆଣ୍ଡ୍‌...

ବିଶୃଙ୍ଖଳିତ ଶିକ୍ଷକଙ୍କ ବଦଳି ଦାବି

ରଘୁନାଥପୁର,୨୦ା୪(ଡି.ଏନ୍‌.ଏ.): ରଘୁନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୃଙ୍ଖଳିତ ତଥା କର୍ତ୍ତବ୍ୟନିଷ୍ଟ ପ୍ରଧାନ ଶିକ୍ଷକ ରାଜକିଶୋର ଓଝାଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କରାଯାଇ ତାଙ୍କୁ ପୁଣି...

ଦୁଗ୍ଧ ଶୀତଳିକରଣ ଭଣ୍ଡାର ସମ୍ମୁଖରେ କ୍ଷୀର ଢ଼ାଳି ପ୍ରତିବାଦ କଲେ ଚାଷୀ

ବାସୁଦେବପୁର,୧୩।୭(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ସ୍ଥିତ ଦୁଗ୍ଧ ଶୀତଳିକରଣ ଭଣ୍ଡାର ସମ୍ମୁଖରେ ଶନିବାର ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶୁକ୍ରବାର ରାତିରେ ମଧ୍ୟ ଚାଷୀମାନେ...

ପୁରୁଷୋତ୍ତମପୁରରେ ଜାତୀୟ ଲୋକ ଅଦାଲତ: ୨ ଲକ୍ଷ ୭୧ ହଜାର ଟଙ୍କା ଆଦାୟ

ପୁରୁଷୋତ୍ତମପୁର, ୧୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଜାତୀୟ ଲୋକଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବିଚାରପତି ଅନ୍ନପୂର୍ଣ୍ଣା ଷଡ଼ଙ୍ଗୀ ବିଭିନ୍ନ...

କୁଇଣ୍ଟାଲ ପ୍ରତି ୬୦ଟଙ୍କା କ୍ଷତି ସହୁଛି ଚାଷୀ

ଭବାନୀପାଟଣା,୭।୧(ସ୍ବ.ପ୍ର.): ବର୍ତ୍ତମାନ ଚାଷୀଙ୍କୁ ଘାରିଛି ମଣ୍ଡି ସମସ୍ୟା। କେତେବେଳେ କଟନି ଛଟନି ତ କେତେବେଳେ ଟୋକନ ସମସ୍ୟା। ମଣ୍ଡିରେ ଚାଷୀଙ୍କୁ ଶୋଷଣ କରିବା ପାଇଁ ପ୍ରଶାସନ...

ଚିଟ୍‌ଫଣ୍ଡ ଠକେଇ: ରାଜ ଗଡସନ୍‌ ଏମ୍‌ଡିଙ୍କୁ ୫ବର୍ଷ ଜେଲ

ବାଲେଶ୍ୱର ଅଫିସ, ୭।୨:ବାଲେଶ୍ୱର ଚିଟ୍‌ଫଣ୍ଡ ଅଦାଲତର ବିଚାରପତି ବିଶ୍ୱଜିତ୍‌ ଦାସ ଏକ ଠକେଇ ମାମଲାର ବିଚାର କରି ରାଜ ଗଡସନ୍‌ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି...

କର୍ମ ହିଁ ଭଗବାନ: ପରମାନକରି ଦେଖାଲେ ଡାକ୍‌ତର

ସମ୍ବଲପୁର,୧୯।୩ (ଡି.ଏନ୍‌.ଏ.)- କରୋନାର ମୁକାବିଲା, ସଚେତନତା ଆର ଚିକିଛା ଲାଗି ସୁଆସ୍‌ତିଅ ବିଭାଗର ମୁଖିଆ ଦାଇତିଅ ରହିଛେ। ଡାକ୍‌ତର, ନର୍ସ ଆର କରମ୍‌ଚାରୀମାନେ ନିଜର ଜୀବନ୍‌କେ...

Advertisement
Archives

Model This Week