କଂଗ୍ରେସ ଭବନ ବାହାରେ ମୋକିମ୍‌, ଚିରଞ୍ଜୀବ ସମର୍ଥକଙ୍କ ହୋହଲ୍ଲା

ଭୁବନେଶ୍ବର, ୨୨ା୭(ସୁନିତ୍‌ ମିଶ୍ର): ମହମ୍ମଦ ମୋକିମ୍‌ ଏବଂ ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସରୁ ନିଲମ୍ବିତ କରିବା ପରେ ଦଳ ଭିତରେ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ୨ ନେତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇବା ସହ ଖବରଦାତା ସମ୍ମିଳନୀ କରି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଏପରିକି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତିଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଥିଲେ। ତେବେ ସେହିପରି ଶୁକ୍ରବାର ଉଭୟ ନେତାଙ୍କ ସମର୍ଥକମାନେ ମୋକିମ୍‌ ଏବଂ ଚିରଞ୍ଜୀବ ଜିନ୍ଦାବାଦ୍‌ ପକାଇବା ସହିତ ଶରତ ପଟ୍ଟନାୟକଙ୍କ ବିରୋଧରେ ସ୍ଲୋଗାନ ଦେଇ କଂଗ୍ରେସ ଭବନରେ ଧସେଇ ପଶିଥିଲେ। ସେଠାରେ କର୍ମୀମାନେ ପ୍ରତିବାଦ ଜଣାଇଛନ୍ତି। ଅନ୍ୟପଟେ କଂଗ୍ରେସ ଭବନରେ ବସିବାକୁ ଥିବା ଶୃଙ୍ଖଳା କମିଟି ବୈଠକ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସରକାରୀ ବାସଭବନରେ ବସିଛି। ସେହିପରି ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶନିବାର କଂଗ୍ରେସ ଭବନରେ ନ ହୋଇ ସ୍ଥାନୀୟ ଏକ ହୋଟେଲରେ ହେବ ବୋଲି ଜଣାପଡ଼ିଛି।
ପ୍ରଥମେ ନିଲମ୍ବିତ ୨ ନେତାଙ୍କ ସମର୍ଥକମାନେ ବିଶାଳ ରାଲିକରି ଶକ୍ତି ପ୍ରଦର୍ଶନ କରିଛନ୍ତି। ସେମାନେ କଂଗ୍ରେସ ଭବନରେ ପଶିବା ପରେ ବାହାରେ ବସି ୨ନେତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି କରିଥିଲେ। ତେବେ ସାଲୁଜା କହିଛନ୍ତି, କଂଗ୍ରେସ ଭବନରେ ମୋକିମ୍‌ ଏବଂ ଚିରଞ୍ଜୀବଙ୍କ ସମର୍ଥକମାନଙ୍କ ହୋହଲ୍ଲା ବିଷୟରେ ସେ ଅବଗତ ନାହାନ୍ତି। ତର୍ଜମା ପରେ ଯଦି ସେମାନଙ୍କ ସମର୍ଥକଙ୍କ ଦାବି ଠିକ୍‌ ଥିବ ତେବେ ଏନେଇ ଏଆଇସିସିକୁ ଜଣାଇ ଦିଆଯିବ। ହେଲେ କୌଣସି ବ୍ୟକ୍ତି ଯଦି ପିସିସି ବିରୋଧରେ ମନ୍ତବ୍ୟ ଦେବେ ତେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। କଂଗ୍ରେସର ଅନ୍ୟ ଜଣେ ଯୁବନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶୃଙ୍ଖଳା କମିଟିରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ୨ ନେତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ନିଷ୍ପତ୍ତି ଏଆଇସିସି ହାତରେ ଅଛି ବୋଲି ସାଲୁଜା କହିଛନ୍ତି। ଅପରପକ୍ଷେ ପ୍ରତିବାଦ କରୁଥିବା ନେତ୍ରୀ ଗିରିବାଳା ବେହେରା କହିଛନ୍ତି, ୨ ନେତାଙ୍କୁ ନିଲମ୍ବନ କରିବା ପରେ କର୍ମୀମାନଙ୍କୁ ଦୁଃଖ ଦେଇଛି। ଯେଉଁଭଳି ଭାବେ ବିନା କାରଣରେ ନିଲମ୍ବିତ କରାଯାଇଛି ସେକଥାକୁ କର୍ମୀମାନେ ବିଶ୍ୱାସ କରିପାରୁନାହାନ୍ତି। ତେଣୁ କର୍ମୀମାନେ ଶୃଙ୍ଖଳାର ସହ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି। ତୁରନ୍ତ ୨ନେତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହର କରାଯାଉ। ପିସିସି ବୈଠକ ଯାହା ଶନିବାର ହେବାର ଅଛି ସେଥିରେ ବିଚାରବିମର୍ଶ କରି ଏଆଇସିସି ନିକଟକୁ ପଠାଯାଉ। ଯଦି ନିଲମ୍ବନ ଆଦେଶ ପ୍ରତ୍ୟାହାର ନ ହୁଏ ତେବେ ଦରକାର ପଡିଲେ କଂଗ୍ରେସ ଭବନରେ ପଶିବା ସହ ଦିଲ୍ଲୀ ଯିବେ ବୋଲି ସେ କହିଛନ୍ତି।
ଅନ୍ୟପଟେ କଂଗ୍ରେସର ଦୁଇ ନେତାଙ୍କୁ ନିଲମ୍ବନ ପରେ ଗଣମାଧ୍ୟମରେ ପିସିସି ସଭାପତିଙ୍କ ବିରୋଧରେ ବାରମ୍ବାର କଟୁ ମନ୍ତବ୍ୟ ପ୍ରଦାନ କରିବାରୁ ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ପିସିସି ସାଧାରଣ ସମ୍ପାଦକ ନାରାୟଣ ଜେନାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri