ପୁଣି ବଢ଼ିପାରେ ଖାଇବାତେଲ ଦର

ନୂଆଦିଲ୍ଲୀ,୨୨।୭ (ଅଭୟ ଦାଶ): ଗତ କିଛିଦିନ ହେବ ଅନ୍ତର୍ଜାତୀୟ ବଜାରରେ ପାମ୍‌ ଅଏଲର ଦର ବୃଦ୍ଧି ପାଇଚାଲିଛି। ଏପରିକି ପାମ୍‌ ଅଏଲର ଦର ଗତ ୪ ମାସର ସର୍ବୋଚ୍ଚସ୍ତରରେ ପହଞ୍ଚତ୍ଛି। ବିଶେଷକରି ମାଲେସିଆରେ ପାମ୍‌ ଅଏଲର ୪୦୪୩ ରିଙ୍ଗିଟ୍‌ ପାର ହୋଇଯାଇଛି। ଅପରପକ୍ଷରେ ସାଧାରଣତଃ ସେପ୍ଟେମ୍ବର ତ୍ରୈମାସିକରେ ମାଲେସିଆର ପାମ୍‌ ଉତ୍ପାଦନ ହ୍ରାସ ପାଇଥାଏ। ଏହି ସମୟ ମଧ୍ୟରେ ଅନ୍ତର୍ଜାତୀୟ ବଜାରର ଦର ସହ ପାମ୍‌ ଅଏଲର ଚାହିଦା ମଧ୍ୟ ବୃଦ୍ଧି ପାଇଥାଏ। ଏଣୁ ଚାହିଦା ତୁଳନାରେ ଯୋଗାଣ ହ୍ରାସ ଯୋଗୁ ମୂଲ୍ୟ ବୃଦ୍ଧି ଏକ ନିୟମିତ ପ୍ରକ୍ରିୟା ହୋଇଥିବାବେଳେ ଦର ବୃଦ୍ଧି ଆମଦାନୀ ଦେଶଗୁଡ଼ିକ ପାଇଁ ମିଶ୍ର ପ୍ରତିକ୍ରିୟା ସୃଷ୍ଟି କରିଥାଏ। ସେହିଭଳି ଆମଦାନୀ ଦେଶ ଭାବେ ଭାରତର ପାମ୍‌ ଅଏଲ ଇମ୍ପୋର୍ଟ ପ୍ରାୟ ୫୬% ବୃଦ୍ଧି ହୋଇଛି। ଏହି ସମୟ ମଧ୍ୟରେ ଭାରତର ତୈଳ ଆମଦାନୀ ବିଗତ ୩ମାସର ସର୍ବୋଚ୍ଚସ୍ତରରେ ରହିଛି। କେବଳ ପାମ୍‌ କି ସୋୟା ନୁହେଁ ସନ୍‌ଫ୍ଲାୱାର ତେଲର ଦାମ ମଧ୍ୟ ୩ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଛି। ତେବେ ଭାରତରେ ବଢ଼ିଥିବା ସନ୍‌ଫ୍ଲାୱର ତେଲ ଦର ବର୍ତ୍ତମାନ ବି ୨୮% ତଳେ ରହିଥିବାବେଳେ ସୋରିଷ ଦର ଅନ୍ତର୍ଜାତୀୟ ବଜାରରେ ୫ ମାସର ସର୍ବୋଚ୍ଚସ୍ତରରେ ରହିଛି। ଏହା ସତ୍ତ୍ୱେ ବି ମୂଲ୍ୟ ବୃଦ୍ଧି ସମୟର ଦର ତୁଳନାରେ ଦାମ ବର୍ତ୍ତମାନ ବି ୧୫% କମ୍‌ ରହିଛି। ବିଶେଷକରି ଅନ୍ତର୍ଜାତୀୟ ବଜାରରେ ସୋୟାବିନ୍‌ର ମୂଲ୍ୟ ମଧ୍ୟ ୩ମାସର ସର୍ବୋଚ୍ଚସ୍ତରକୁ ଛୁଇଁଛି। ଫଳରେ ଆମେରିକା ବଜାରରେ ସୋୟାବିନ୍‌ ବୁସେଲ ପିଛା ଦର ୧୫୦୦ଡଲାର ପାର ହୋଇଯାଇଛି। ଏପରିକି ଦେଶରେ ଉତ୍ପାଦନ ହ୍ରାସ ଆଶଙ୍କା ସହ ଆମେରିକା ବଜାରରେ ସୋୟାବିନ୍‌ ଦର ମଧ୍ୟ ବଢ଼ିଛି। ଏହି ପରିପ୍ରେକ୍ଷୀରେ ଚାଇନାର ଚାହିଦା ବୃଦ୍ଧି ସୋୟାବିନ୍‌ ମୂଲ୍ୟ ବୃଦ୍ଧିକୁ ସୁହାଇଛି। ସେହିପରି କୃଷ୍ଣସାଗର ଶସ୍ୟ ରାଜିନାମାରୁ ରୁଷିଆ ନିଜକୁ ପୃଥକ୍‌ କରିଛି। ତେଣୁ ତୈଳ ଦର ବଢ଼ିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏପରିକି ସନ୍‌ଫ୍ଲାୱାର ତେଲ ଦର ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ମହିଳାଙ୍କ ଖାତାକୁ ଆସିବ ୩ହଜାର ଟଙ୍କା, ହେଲେ ସରକାର କାହିଁକି ଦେଉଛନ୍ତି ଏହି ଟଙ୍କା? ଜାଣନ୍ତୁ ଏହା ପଛର ରହସ୍ୟ

କୋଲକାତା,୧୮।୮: ପଶ୍ଚିମବଙ୍ଗ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ପ୍ରକ୍ରିୟା ସୋମବାର (ଅଗଷ୍ଟ ୧୭, ୨୦୨୬) ଠାରୁ ଆରମ୍ଭ ହୋଇଛି। ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri