Posted inଖେଳ

ବ୍ୟାଟିଂ ବେଳେ ବଲ୍‌ ବାଜି ଭାଙ୍ଗି ଯାଇଥିଲା ଦାନ୍ତ, ତଥାପି ଖେଳିବା ଜାରି ରଖିଥିଲେ ଏହି ମହାନ କ୍ରିକେଟର୍‌

ଭାରତର ପ୍ରସିଦ୍ଧ ଅଲରାଉଣ୍ଡ ତଥା ୧୯୮୩ ବିଶ୍ୱକପର ହିରୋ ମହିନ୍ଦର ଅମରନାଥଙ୍କ ଆଜି ୭୧ତମ ଜନ୍ମଦିନ। ସେପ୍ଟେମ୍ବର ୨୪ ୧୯୫୦ ପଟିଆଲାରେ ଜନ୍ମଗ୍ରହଣ କରିଥିବା ଅମରନାଥଙ୍କ ପିତା ଲାଲା ଅମରନାଥ ମଧ୍ୟ ଜଣେ ଲୋକପ୍ରିୟ କ୍ରିକେଟର୍‌ ଥିଲେ। ତାଙ୍କ ପିଢିକୁ ଆଗକୁ ବଢାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ ମହିନ୍ଦର। ତାଙ୍କ ଯୋଗୁ ଭାରତ ୧୯୮୩ରେ ପ୍ରଥମଥର ପାଇଁ ବିଶ୍ୱ ଚାମ୍ପିୟନ ହେବାର ସ୍ବାଦ ଚାଖିପାରିଥିଲା। ସେ ବିଶ୍ୱକପ ଫାଇନାଲରେ ‘ମ୍ୟାନ ଅଫ ଦ ମ୍ୟାଚ’ ବିବେଚିତ ହୋଇଥିଲେ।
ମହିନ୍ଦରଙ୍କ ବ୍ୟାଟିଂର ଏହି ବୈଶିଷ୍ଟ୍ୟ ହେଉଛି ଅନେକ ଦ୍ରୁତ ବୋଲର ତାଙ୍କ ଶରୀରକୁ ଟାର୍ଗେଟ କରି ବଲ୍‌ ଫିଙ୍ଗିଥିଲେ ତଥାପି ଭାରତୀୟ ବ୍ୟାଟ୍ସମ୍ୟାନ କେବେ ହାର ମାନି ନ ଥିଲେ। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ରିଚାର୍ଡ ହାର୍ଡଲି ଏକ ମ୍ୟାଚରେ ଅମରନାଥଙ୍କୁ ବାଉନ୍ସର୍‌ ଫିଙ୍ଗିଥିଲେ। ଏଥିରେ ତାଙ୍କ ମୁଣ୍ଡ ଫାଟିଯାଇଥିଲା। ଏହାସତ୍ତ୍ୱେ ସେ ବ୍ୟାଟିଂ ଜାରି ରଖିଥିଲେ। ଥରେ ଓ୍ବେଷ୍ଟଇଣ୍ଡିଜ ପେସର୍‌ ମଲକମ ମାର୍ଶଲଙ୍କ ବଲ ଫିଙ୍ଗି ଅମରନାଥଙ୍କ ଦାନ୍ତ ଭାଙ୍ଗି ଦେଇଥିଲେ। ଏହାସତ୍ତ୍ୱେ ସେ କେବେହେଲେ ହାର ନ ମାନି ତାଙ୍କୁ ବ୍ୟାଟ୍‌ରେ ଉଚିତ୍‌ ଜବାବ ଦେଇଥିଲେ।
ସେ ଭାରତ ପାଇଁ ୬୯ଟି ଟେଷ୍ଟ ଖେଳି ୪୩୭୮ ରନ କରିବା ସହ ୩୨ଟି ଉଇକେଟ ନେଇଥିଲେ। ସେହିପରି ୮୫ଟି ଏକଦିବସୀୟ ମ୍ୟାଚ ଖେଳି ୧୯୨୪ ରନ କରି ୪୬ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri