Posted inଖେଳ

ମୋହନବାଗାନକୁ ୭ ମାସ ପରେ ଆଇ-ଲିଗ୍‌ ଟ୍ରଫି

କୋଲକାତା, ୧୯ା୧୦ (ପି.ଟି.): ଆଇ-ଲିଗ୍‌ ଚାମ୍ପିୟନ ହେବାର ୭ ମାସ ପରେ ମୋହନବାଗାନକୁ ଶେଷରେ ଟ୍ରଫି ମିଳିଛି। ରବିବାର ଏଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ଦଳକୁ ଏହା ପ୍ରଦାନ କରାଯାଇଛି। ମାର୍ଚ୍ଚ ୧୦ରେ ଗୋଲ୍‌ରେ ପୂର୍ବତନ ଚାମ୍ପିୟନ ଆଇଜଲ ଏଫ୍‌ସିକୁ ୧-୧୦ ଗୋଲରେ ପରାସ୍ତ କରିବା ପରେ ମୋହନବାଗାନ ଆଉ ୪ ରାଉଣ୍ଡ ଖେଳ ବାକି ଥାଇ ଆଗୁଆ ଟାଇଟଲ ବିଜୟୀ ହୋଇ ସାରିଥିଲା। କୋଭିଡ୍‌-୧୯ ମହାମାରୀ ଯୋଗୁ ଟ୍ରଫି ପ୍ରଦାନ ଉତ୍ସବ ଆୟୋଜନ ହୋଇପାରି ନ ଥିଲା। ରବିବାର ଆଇ-ଲିଗ୍‌ ସୁଇଓ ସୁନନ୍ଦୋ ଧର୍‌ ବିଜୟୀ ଦଳର ଖେଳାଳି ଓ ଅଫିସିଆଲଙ୍କୁ ଟ୍ରଫି ହସ୍ତାନ୍ତର କରିଛନ୍ତି। ଏହି ଅବସରରେ କ୍ଲବର ସଭାପତି ସ୍ବପନ ସାଧନ ବୋଷ ଏବଂ ପଶ୍ଚିମବଙ୍ଗ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଅନୁପ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ। ଆଇ-ଲିଗ୍‌ ବିଜୟୀ କୋଚ୍‌ କିବୁ ଭିକୁନା ଏବଂ ତାଙ୍କ ଡେପୁଟି ରଞ୍ଜନ ଚୌଧୁରୀ, ଡିଫେଣ୍ଡର ଧନଚନ୍ଦ୍ର ସିଂ ଏବଂ କେତେଜଣ ସପୋର୍ଟ ଷ୍ଟାଫ୍‌ ସଦସ୍ୟ ଉପସ୍ଥିତ ଥିଲେ। ଚାମ୍ପିୟନ ଏଟିକେ ସହ ମିଶ୍ରଣ ପରେ ମୋହନବାଗାନ ବର୍ତ୍ତମାନ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଯୋଗ ଦେଇଛି। କୋଭିଡ୍‌ ସ୍ବାସ୍ଥ୍ୟ ପ୍ରୋଟୋକଲ ଦୃଷ୍ଟିରୁ କ୍ଲବ ତରଫରୁ ଏକ ୫ତାରକା ହୋଟେଲରେ ବଛା ବଛା ଆମନ୍ତ୍ରିତଙ୍କୁ ନେଇ ଉତ୍ସବର ଆୟୋଜନ କରାଯାଇଥିଲା। ପରେ ଟ୍ରଫିକୁ ଏକ ଖୋଲା ଯାନରେ ନେଇ ବିଜୟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ସ୍ବାସ୍ଥ୍ୟ ଗାଇଡ୍‌ ଲାଇନ୍‌କୁ ଭ୍ରୂକ୍ଷେପ ନ କରି ହଜାର ହଜାର ସଂଖ୍ୟକ ସମର୍ଥକ ବିଜୟ ଉତ୍ସବରେ ସାମିଲ ହୋଇଥିଲେ। ବର୍ତ୍ତମାନ ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଅନେକ ସମର୍ଥକ ବିନା ମାସ୍କରେ ଗଳି ରାସ୍ତାରେ ନୃତ୍ୟଗୀତରେ ମଜ୍ଜି ଯାଇଥିଲେ। ଟ୍ରଫି ଶୋଭାଯାତ୍ରା ଏଇଏମ୍‌ ବାଇପାସ୍‌୍‌, ଶାମ୍‌ ବଜାର, ଗିରିଶ ପାର୍କ ଏବଂ ଧରମତାଲା ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଦେଇ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs WI Super-8 Live Score: ଭାରତ ଆଗରେ ୧୯୬ ରନ୍‌ର ବିଜୟ ଟାର୍ଗେଟ୍‌

କୋଲକାତା,୧।୩: କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନ୍ସ ମଇଦାନରେ ରବିବାର ଖେଳାଯାଇଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ…

ବିମାନବନ୍ଦରଠାରୁ ୧୦୦ମିଟର ଦୂରରେ ହୋଇଥିଲା ବିସ୍ଫୋରଣ, ବର୍ଣ୍ଣନା କଲେ ସିନ୍ଧୁ

ନୂଆଦିଲ୍ଲୀ, ୧ା୩: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ ଦୁଇଥର ଅଲିମ୍ପିକ ପଦକ…

୪ରେ ଦକ୍ଷିଣ ଆଫ୍ରିକା- ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ

ନୂଆଦିଲ୍ଲୀ,୧।୩: ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୫ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଜିମ୍ବାଓ୍ବେ ଦ୍ୱାରା ପ୍ରଦତ୍ତ ୧୫୪ ରନର ଟାର୍ଗେଟକୁ…

ଯୁଦ୍ଧର ପ୍ରଭାବ: ଆବୁଧାବିରେ ପାକିସ୍ତାନ-ଇଂଲଣ୍ଡ ମ୍ୟାଚ ବାତିଲ

କରାଚୀ,୧ା୩: ଇରାନ ଉପରେ ଆମେରିକାର ଆକ୍ରମଣ ପରେ ସୁରକ୍ଷାଗତ କାରଣ ଦୃଷ୍ଟିରୁ ଆବୁଧାବିରେ ଶନିବାର ପାକିସ୍ତାନ ଶାହିନ୍ସ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ…

T୨୦ ବିଶ୍ୱକପ୍‌ ଫାଇନାଲ ଜିତିବା ଟିମ୍‌ ହେବ ମାଲାମାଲ, ମିଳିବ ଏତିକି କୋଟି

ନୂଆଦିଲ୍ଲୀ,୧।୩: କ୍ରିକେଟ ଜଗତର ନଜର ଆଜିର ଦିନ ଉପରେ ଅଟକିଛି। କାରଣ ରବିବାରରେ ଟି-୨୦ ବିଶ୍ୱକପ୍‌ ସୁପର-୮ ରାଉଣ୍ଡର ସବୁଠାରୁ ବଡ଼ ତଥା ଶେଷ ମୁକାବିଲା ଖେଳାଯିବ।…

IND VS WI: ଇଡେନ ଗାର୍ଡେନ୍ସରେ ମହାଲଢ଼େଇ, ଟସ୍‌ ଜିତିଲା ଭାରତ, ଏକାଦଶକୁ ନେଇ ବଡ଼ ନିଷ୍ପତ୍ତି

କୋଲକାତା,୧।୩: ଟି-୨୦ ବିଶ୍ୱକପ ୨୦୨୬ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଆଜି(ରବିବାର) କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ମଇଦାନରେ ଖେଳାଯାଉଛି। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା…

ODI ରୁ ଅବସର ନେଲେ ଏହି ଖେଳାଳି, ଭାରତ ବିପକ୍ଷରେ ମ୍ୟାଚ୍‌ରେ…

ନୂଆଦିଲ୍ଲୀ,୧।୩: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ମହିଳା କ୍ରିକେଟର ଆଲିସା ହିଲି ଓ୍ବାନଡେ କ୍ରିକେଟରୁ ଅବସର ନେଇଛନ୍ତି । ସେ ମାର୍ଚ୍ଚ ୧ ତାରିଖରେ ଭାରତ ବିପକ୍ଷରେ ତାଙ୍କ କ୍ୟାରିୟରର…

ଟି୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କାର ନୈରାଶ୍ୟଜନକ ପ୍ରଦର୍ଶନ: କୋଚ୍‌ ପଦରୁ ଇସ୍ତଫା ଦେବେ…

କଲମ୍ବୋ,୧।୩: ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କା କ୍ରିକେଟ ଦଳର ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ ପରେ, ଦଳର ମୁଖ୍ୟ କୋଚ୍‌ ସନଥ ଜୟସୂରିୟା ନିଜ ପଦରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri