୫ ବର୍ଷରେ ୧.୫ ଲକ୍ଷ ସରକାରୀ ଚାକିରି ଦେବେ ମୋହନ ସରକାର

ଭୁବନେଶ୍ୱର,୧୪ା୨(ବନ୍ଦନା ସେଠୀ):ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରଥମେ ବିଧାନସଭା ପରିସରରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଓ ବାଚସ୍ପତି ସୁରମା ପାଢ଼ୀଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ଏହାପରେ ରାଜ୍ୟପାଳ ବିଧାନସଭା ଗୃହରେ ‘ଜୟ ଜଗନ୍ନାଥ’ କହି ଅଭିଭାଷଣ ରଖିଥିଲେ। ଓଡ଼ିଶା ଖଣିଜ ସମ୍ପଦରେ ଭରପୂର ଥିବାବେଳେ ରାଜ୍ୟ ନିଜର ଐତିହ୍ୟ ଓ କୀର୍ତ୍ତିରାଜି ପାଇଁ ପରିଚିତ ବୋଲି ସେ ଉଲ୍ଲେଖ କରିବା ସହ ସରକାରଙ୍କ ବିକାଶମୂଳକ ଯୋଜନାକୁ ପ୍ରଶଂସା କରିଥିଲେ। ମହିଳା କୈନ୍ଦ୍ରିକ ଫ୍ଲାଗଶିପ ସ୍କିମ ‘ସୁଭଦ୍ରା’ରେ ଏପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୧ କୋଟି ମହିଳା ହିତାଧିକାରୀ ଲାଭାନ୍ବିତ ହୋଇସାରିଛନ୍ତି। ସେହିପରି ୨୦୨୪-୨୫ରେ ୨୪ ହଜାରରୁ ଅଧିକ ସରକାରୀ ପଦବୀ ପୂରଣ ହୋଇଥିବାବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ସୃଷ୍ଟି କରାଯିବ ଏବଂ ପ୍ରଥମ ଦୁଇ ବର୍ଷରେ ୬୫ହଜାର ପଦବୀ ପୂରଣ ହେବ। ୨ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦ହଜାର ନିଯୁକ୍ତି ଏବଂ ଆସନ୍ତା ୫ବର୍ଷ ମଧ୍ୟରେ ଆଇଟି/ଆଇଟିଇଏସ୍‌ରେ ୫୦ହଜାର ନିଯୁକ୍ତି ସୃଷ୍ଟି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର କାମଧେନୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗଣତିମଣତି କରାଯାଇଛି। ୨୦୨୭ ସୁଦ୍ଧା ୨୫ଲକ୍ଷ ମହିଳାଙ୍କୁ ‘ଲକ୍ଷପତି ଦିଦି’ ଭାବେ ରାଜ୍ୟ ସରକାର ସଶକ୍ତ କରିବେ। ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୧୦ଲକ୍ଷ ମହିଳାଙ୍କୁ ଏହି ସ୍ତରର ଆୟ ହାସଲ ପାଇଁ ତାଲିମ ଦିଆଯାଉଛି। ଏହାବାଦ୍‌ ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବା ଯୋଜନା ଅଧୀନରେ ରାଜ୍ୟର ବିଭିନ୍ନ ସହରରେ ୪୦୦ଟି ଇ-ବସ୍‌ ଚାଲିବ। ଗତ ପ୍ରାୟ ୮ମାସ ମଧ୍ୟରେ ସରକାର ଗ୍ରହଣ କରିଥିବା ବିଭିନ୍ନ ନିଷ୍ପତ୍ତି ଓ କାର୍ଯ୍ୟକାରୀ କରିଥିବା ବିଭିନ୍ନ ଯୋଜନାକୁ ପ୍ରଶଂସା କରି ଏହା ରାଜ୍ୟର ବିକାଶକୁ ଗତି ଦେବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଥିଲେ।
ରାଜ୍ୟ ସରକାର ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବାକୁ ବିଭିନ୍ନ କାମ କରୁଛନ୍ତି। ଚାଷୀଙ୍କ ପାଇଁ ‘ଏମ୍‌ଏସ୍‌ପି’ ୮ଶହ ଟଙ୍କାକୁ ବଢ଼ାଇବା ସହ ବୋନସ ଦେଉଛନ୍ତି, ଯାହା ରାଜ୍ୟର ଚାଷୀଙ୍କୁ ଆର୍ଥିକ ଭାବେ ସଶକ୍ତ କରୁଛି। ସେହିପରି ୧.୩୬ ଲକ୍ଷ ପଞ୍ଜୀକୃତ କୃଷକଙ୍କ ପାଇଁ କୃଷିବୀମା କରାଯାଇଛି। ସ୍ବାଭିମାନ ଅଞ୍ଚଳରେ ‘ବଳଭଦ୍ର ଜୈବିକ ଚାଷ ମିଶନ’ ଆରମ୍ଭ କରାଯାଇଛି। ଭିନ୍ନକ୍ଷମ ସଶକ୍ତୀକରଣ ଦିଗରେ ମଧ୍ୟ ସରକାର ପ୍ରଭାବୀ ଭାବେ କାମ କରୁଛନ୍ତି। ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ବିଲିୟନ ଡଲାର ଅର୍ଥନୀତି ସହିତ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ରଖାଯାଇଛି। ଭିଜନ ୨୦୩୬ ପାଇଁ ସରକାରଙ୍କୁ ୩ ଲକ୍ଷରୁ ଅଧିକ ପ୍ରସ୍ତାବ ମିଳିଛି। ବିକଶିତ ଭାରତ ୨୦୪୭ ପାଇଁ ଭାରତର ଅର୍ଥନୀତିକୁ ଓଡ଼ିଶାର ୧.୫ ଟ୍ରିଲିୟନ ଡଲାର ଯୋଗଦାନର ଆଭିମୁଖ୍ୟ ରଖାଯାଇଛି। ରାଜ୍ୟରେ ନୂଆ ଶିକ୍ଷାନୀତି ଲାଗୁ କରାଯାଇଛି। ସେହିପରି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ସରକାର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ କରି ୬୭୯୪ଟି ପ୍ରାଥମିକ ବିଦ୍ୟାଳୟକୁ ବହୁବିଧ ବିଷୟିକ ଶିକ୍ଷା, ଭିତ୍ତିଭୂମି ଉନ୍ନତି, ସାମାଜିକ-ଭାବନାତ୍ମକ ଶିକ୍ଷା, ଜୀବନ କୌଶଳ ଶିକ୍ଷା ଏବଂ ସମାନ ଶିକ୍ଷା ପରିବେଶ ସହିତ ଏକ ସାମଗ୍ରିକ ଶିକ୍ଷା କେନ୍ଦ୍ରରେ ବିକଶିତ କରିବାକୁ ଯାଉଛନ୍ତି। ‘ପଞ୍ଚସଖା ଶିକ୍ଷା ସେତୁ’ ମାଧ୍ୟମରେ ସରକାର ଶିକ୍ଷାଦାନ ଓ ଶିକ୍ଷାଦାନ ପଦ୍ଧତିର ରୂପାନ୍ତରଣକୁ ସମର୍ଥନ କରିବା ସହିତ ସମସ୍ତ ଅଂଶୀଦାରଙ୍କୁ ସାମିଲ କରି ବିଦ୍ୟାଳୟ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ଉନ୍ନତ ପରିବେଶ ସୃଷ୍ଟି କରୁଛନ୍ତି। ୨୦୨୬ ସୁଦ୍ଧା କାର୍ଯ୍ୟକ୍ଷମ ଘରୋଇ ନଳ ସଂଯୋଗ (ଏଫ୍‌ଏଚ୍‌ଟିସି) ମାଧ୍ୟମରେ ସମସ୍ତ ଗ୍ରାମୀଣ ପରିବାରକୁ ସୁରକ୍ଷିତ ଏବଂ ସ୍ଥାୟୀ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଆବଶ୍ୟକ ପ୍ରୟାସ କରାଯାଉଛି। ରାଜ୍ୟର ସମସ୍ତ ୧୧୫ଟି ସହରରେ ଘରୋଇ ପାଇପ୍‌ ସଂଯୋଗ ସମ୍ପୂର୍ଣ୍ଣ କରିବା ସହିତ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରହିଛି। ସରକାର ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ ପାଇଁ ୧୨.୮୯ ଲକ୍ଷ କୋଟି ଟଙ୍କାର ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି। ଏହାସହିତ ୩.୮୪ ଲକ୍ଷ କୋଟି ନିବେଶ ଏବଂ ୩.୯୨ଲକ୍ଷ ନିଯୁକ୍ତି ସମ୍ଭାବନା ସହିତ ୪୪୮ ନିବେଶ ଉଦ୍ଦେଶ୍ୟ ଫର୍ମ ଗ୍ରହଣ କରାଯାଇଥିବା ରାଜ୍ୟପାଳ କହିଛନ୍ତି। ଉଚ୍ଚଶିକ୍ଷାରେ ଉତ୍କର୍ଷତା ପାଇଁ ରୋଡ୍‌ମ୍ୟାପ ପ୍ରସ୍ତୁତ କରାଯାଉଛି। ଗୁରୁତ୍ୱପୂର୍ଣ କ୍ଷେତ୍ରରେ ଉନ୍ନତ ଶିକ୍ଷା, ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକରେ ଅନୂ୍ୟନ ୫ଟି ନୂତନ ଉତ୍କର୍ଷ କେନ୍ଦ୍ର ଖୋଲାଯିବ। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଦିବ୍ୟାଙ୍ଗ ଅନୁକୂଳ ବାତାବରଣ ସୃଷ୍ଟି କରାଯିବ। ଏନ୍‌ଇପି-୨୦୨୦ ଅନୁଯାୟୀ ୪ଟି ବିଶ୍ବବିଦ୍ୟାଳୟକୁ ‘ମେରୁ’ (ମଲ୍ଟିଡିସିପ୍ଲିନାରୀ ଏଜୁକେଶନ ଆଣ୍ଡ୍‌ ରିସର୍ଚ୍ଚ ୟୁନିଭର୍ସିଟି)କୁ ଉନ୍ନୀତ କରାଯିବ। ସ୍ନାତକୋତ୍ତର ସିଟ୍‌ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି କରାଯିବ ବୋଲି ରାଜ୍ୟପାଳ ବିଧାନସଭାରେ ବିବୃତି ରଖିଛନ୍ତି।
ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂ, ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି ଓ ସଦନ ନାଏକଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଶୋକପ୍ରସ୍ତାବ ପରେ ବାଚସ୍ପତି ସୁରମା ପାଢ଼ୀ ଶୁକ୍ରବାର ପୂର୍ବାହ୍ନ ୧୦. ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟପାଳ ଓ ବାଚସ୍ପତିଙ୍କୁ ‘ଗାର୍ଡ ଅଫ ଅନର’ ପ୍ରଦାନ ସମୟରେ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇବି ଖୁରାନିଆ, ପୋଲିସ କମିଶନର ଦେବଦତ୍ତ ସିଂ ଉପସ୍ଥିତ ଥିଲେ।
୧୭ରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
ଆସନ୍ତା ୧୭ ତାରିଖରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଚଳିତ ଅଧିବେଶନରେ ୨୮ଟି କାର୍ଯ୍ୟଦିବସ ରହିଛି। ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ରୁ ୨୧ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୭ରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖରେ ଶେଷ ହେବ। ତେବେ ରାଜ୍ୟ ବଜେଟରେ ନୂଆ ସରକାର କେଉଁସବୁ କ୍ଷେତ୍ରକୁ ଗୁରୁତ୍ୱ ଦେବେ ତାହାକୁ ନେଇ ଏବେ ଉତ୍କଣ୍ଠା ବଢ଼ି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ: ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ଗୁଳି କରି ହତ୍ୟା, ବାଜିଛି ୩ ରାଉଣ୍ଡ ଗୁଳି

କୋଲକାତା,୬।୫: ପଶ୍ଚିମବଙ୍ଗରୁ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପାର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହକାରୀ (PA) ଚନ୍ଦ୍ରନାଥ ରଥଙ୍କୁ…

ବିଶ୍ବରେ ଚହଳ! ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ, ହର୍ମୁଜ୍‌ ନ ଖୋଲିଲେ ବୋମାମାଡ଼…

ଓ୍ବାଶିଂଟନ,୬ା୫: ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଇରନକୁ ଧମକ ଦେଇଛନ୍ତି। ତୁରନ୍ତ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ନ ଖୋଲିରେ ଅଧିକ ବୋମାମାଡ଼ ହେବ ବୋଲି…

କାଲି ତାମିଲନାଡୁରେ ହେବନି ଶପଥ ସମାରୋହ! ଟିଭିକେକୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ମାଗିଲେ ରାଜ୍ୟପାଳ

ଚେନ୍ନାଇ,୬ା୫: ତାମିଲନାଡୁରେ ଗୁରୁବାର ହେବାକୁ ଥିବା ବିଜୟଙ୍କ ଶପଥ ଗ୍ରହଣ ସମାରୋହକୁ ସ୍ଥଗିତ ରଖାଯାଇପାରେ । ଥଲାପତି ବିଜୟଙ୍କ ନେତୃତ୍ୱାଧୀନ ତାମିଲାଗା ଭେଟ୍ଟ୍ରି କାଝଗମ୍‌ (ଟିଭିକେ) ତାମିଲନାଡୁରେ…

ଜାତୀୟ ରାଜପଥ ଉପରେ ହାଇଓ୍ବା ଚଢ଼ାଇ କରିଥିଲେ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା…

ଦେବଗଡ଼,୬।୫(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେବଗଡ଼ ଥାନା ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ହାଇୱାରେ ଧକ୍କା ଦେଇ ସ୍କୁଟି…

ସବ୍‌ସିଡି ପାଇଁ ୩୦ହଜାର ଲାଞ୍ଚ ନେଉଥିଲେ ଡିଆର୍‌ପି, ମାଡିବସିଲା ଭିଜିଲାନ୍ସ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନା(ପିଏମ୍‌ଏଫ୍‌ଏମ୍‌ଇ)ରେ ଦିଆଯାଉଥିବା ଋଣର ରିହାତି (ସବ୍‌ସିଡି) ରିଲିଜ୍‌ ପାଇଁ ଲାଞ୍ଚ ନେବା ବରଗଡ଼ ଜିଲା ଶିଳ୍ପକେନ୍ଦ୍ର…

କିଏ ସେ ଅଗ୍ନିମିତ୍ରା ପଲ? ଦିଲ୍ଲୀରେ ପହଞ୍ଚିବା ପରେ ବଢ଼ିଲା ହଲଚଲ, ହେବେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

କୋଲକାତା,୬।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଗଡ଼କୁ ଭାଙ୍ଗି ଭାଜପା ୨୦୭ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏବେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ…

ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ RCB ବିପକ୍ଷ ମ୍ୟାଚ୍‌, ମୁମ୍ବାଇ ଶିବିରରୁ ବଡ଼ ଖବର

ରାୟପୁର,୬।୫: ପିଠିରେ ଯନ୍ତ୍ରଣା ଯୋଗୁ ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସମ୍ପୂର୍ଣ୍ଣ ଫିଟଥିବା ଜଣାପଡ଼ିଛି। ରବିବାର ଦିନ…

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ, ୧୦ ବେଳକୁ ହେବ….

ଭୁବନେଶ୍ବର,୬ା୫: ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଏକ ମଡେଲ୍ ଅନୁଯାୟୀ ୧୦ରେ ଲଘୁଚାପ ଦାନା ବାନ୍ଧିବାର ସମ୍ଭାବନା ରହିଛି । ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri