Posted inଖେଳ

ଦେଶ ପାଇଁ ପିତାଙ୍କ ଶେଷଦର୍ଶନ କରିପାରି ନ ଥିଲେ ଏହି କ୍ରିକେଟର୍‌

ମେଲବୋର୍ନ,୨୯।୧୨: ପିତାଙ୍କ ଛାୟା ମୁଣ୍ଡ ଉପରୁ ଉଠିଗଲେ ଯେକୌଣସି ବ୍ୟକ୍ତି ଭାଙ୍ଗିଯାଏ। ଏହି ଦୁଃଖରୁ ମୁକ୍ତି ପାଇବା ପ୍ରାୟ ଅସମ୍ଭବ । ତଥାପି, କିଛି ବିଶେଷ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ଦେଶ ପାଇଁ ନିଜ ପିତାଙ୍କ ମୃତ୍ୟୁକୁ ଭୁଲି ନିଜ ଦେଶ ଜିତିବା ପାଇଁ ଶକ୍ତି ପ୍ରଦର୍ଶନ କରନ୍ତି । ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭରେ ପିତାଙ୍କୁ ହରାଇଥିବା ମହମ୍ମଦ ସିରାଜଙ୍କ ବିଷୟରେ ଆଲୋଚନା ହେଉଛି। କିନ୍ତୁ ଏହା ସତ୍ତ୍ୱେ ସେ ନିଜ ଦେଶକୁ ଫେରି ନ ଥିଲେ। ସେ ଟିମ ଇଣ୍ଡିଆ ସହିତ ଛିଡା ହେବାକୁ ସ୍ଥିର କଲେ ଏବଂ ଏବେ ଏହି ଦ୍ରୁତ ବୋଲର ନିଜେ ଡେବ୍ୟୁ ଟେଷ୍ଟରେ ତାଙ୍କ ପିତାଙ୍କୁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତ। ମେଲବର୍ଣ୍ଣ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ଡେବ୍ୟୁ କ୍ୟାପ ଦିଆଯାଇଥିଲା। ସେତେବେଳେ କେହି ଭାବି ନ ଥିଲେ ଯେ ସେ ଅଷ୍ଟ୍ରେଲୀୟ ଶିବିରରେ ଏକ ଭୟ ସୃଷ୍ଟି କରିବେ। ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ସିରାଜ ତାଙ୍କ ଗତି, ବାଉନ୍ସ, ସୁଇଙ୍ଗ ଏବଂ ଓଲଟା ସୁଇଙ୍ଗ ସହିତ ବିପକ୍ଷ ବ୍ୟାଟ୍ସମ୍ୟାନ ଅସୁବିଧାରେ ପକାଇଥିଲେ। ସିରାଜ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚରେ ୫ ଉଇକେଟ ନେଇଥିଲେ। ପ୍ରଥମ ଇନିଂସରେ ସିରାଜ ଦୁଇଟି ଉଇକେଟ ନେଇଥିଲେ ଏବଂ ଦ୍ୱିତୀୟ ଇନିଂସରେ ଏହି ଦ୍ରୁତ ବୋଲର ୩ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନା ଭାଇରସ ଲଢ଼େଇ: ନିଜ ହସ୍ପିଟାଲ ଦାନ କଲେ ଡ୍ରୋଗ୍‌ବା

ଆବିଡଜାନ,୧୩।୪(ଏଏଫ୍‌ପି): କରୋନା ଭାଇରସ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଯୋଗଦେଇଛନ୍ତି ଆଇଭରୀ କଷ୍ଟ ଫୁଟବଲର ତଥା ପୂର୍ବତନ ଚେଲସି ଫରଓ୍ବାର୍ଡ ଡିଡିଏର ଡ୍ରୋଗବା। ସେ ଏଥିପାଇଁ...

ଟସ୍‌ ଜିତି କୋହଲିଙ୍କ ବ୍ୟାଟିଂ ନିଷ୍ପତ୍ତି; ପ୍ରଥମେ ବୋଲିଂ କରିବ ସିଏସ୍‌କେ

ଦୁବାଇ, ୧୦।୧୦: ଚଳିତ ଆଇପିଏଲ୍‌ର ୨୫ତମ ମୁକାବିଲାରେ ଶନିବାର ସନ୍ଧ୍ୟାରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)...

ବିରାଟ କୋହଲିଙ୍କ ପରିବାରରେ ନୂଆ ସଦସ୍ୟଙ୍କ ହେବ ଏଣ୍ଟ୍ରି, ପୂର୍ବରୁ କିଏ କିଏ ଅଛନ୍ତି ଜାଣନ୍ତୁ

କ୍ରିକେଟର୍‌ ବିରାଟ କୋହଲି ୨୦୨୧ରେ ପିତା ହେବାକୁ ଯାଉଛନ୍ତି। ସ୍ତ୍ରୀ ଅନୁଷ୍କା ସହ ଫଟୋ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି। ନୂଆ ଅତିଥି...

ଫେଡରରଙ୍କୁ ଦ୍ୱିତୀୟ, ନାଡାଲଙ୍କୁ ତୃତୀୟ ସିଡ୍‌

ଲଣ୍ଡନ,୨୬।୬- ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ପୂର୍ବରୁ ଖେଳାଳିଙ୍କ ସିଡ୍‌ ବୁଧବାର ପ୍ରକାଶ ପାଇଛି। ୮ ଥର ଚାମ୍ପିୟନ ରୋଜର ଫେଡରରଙ୍କୁ ଦ୍ୱିତୀୟ ସିଡ୍‌ ପ୍ରଦାନ...

ପ୍ରାକ୍ତନ ଖେଳାଳି କହିଲେ ‘ସିରିଜ୍‌ ଜିତିବ ଭାରତ’

ନୂଆଦିଲ୍ଲୀ, ୧୬।୨ : ପ୍ରଥମ ମ୍ୟାଚ୍‌ରେ ଲଜ୍ଜାଜନକ ପରାଜୟ ପରେ ଦ୍ୱିତୀୟ ଟେଷ୍ଟରେ ବଡ଼ ବିଜୟ ହାସଲ କରିଛି ଭାରତୀୟ ଦଳ। ଏଥିସହ ୪ ମ୍ୟାଚ୍‌...

‘ଆଇପିଏଲର ଦ୍ୱିତୀୟାର୍ଦ୍ଧରେ ଧୋନୀ ଭଲ ପ୍ରଦର୍ଶନ କରିପାରନ୍ତି ’

ନୂଆଦିଲ୍ଲୀ,୨୬।୫: ଆଇପିଏଲ-୧୪’ର ଦ୍ୱିତୀୟାର୍ଦ୍ଧରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଜଣେ ବ୍ୟାଟ୍ସମ୍ୟାନ ଭାବେ ଭଲ ପ୍ରଦର୍ଶନ କରିପାରନ୍ତି। ଏଭଳି ମତ...

୧୯୯୯ ବିଶ୍ୱକପ୍‌ରେ ଭାରତ ହାରିବା ପରେ ଭୋ ଭୋ ହୋଇ କାନ୍ଦିଥିଲେ ଭୁବି, ଏବେ…

ନୂଆଦିଲ୍ଲୀ,୬।୨: ଆହତ ସମସ୍ୟା ଯୋଗୁ ଭାରତୀୟ ଟିମ୍‌ରୁ ବାହାରେ ଅଛନ୍ତି ଅନୁଭବୀ ଦ୍ରୁତ ବୋଲର ଭୁବନେଶ୍ୱର କୁମାର। ପଡ଼ିଆ ବାହାରେ ଥିବାରୁ ସେ କ୍ରିକେଟକୁ ବହୁତ...

ଡୋପିଂ: ବାସ୍କେଟ୍‌ବଲ ଖେଳାଳି ସତ୍‌ନାମ ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୨୫।୧୨(ପି.ଟି.): ୨୦୧୫ରେ ପ୍ରଥମ ଭାରତୀୟ ବାସ୍କେଟବଲ୍‌ ଖେଳାଳି ଭାବେ ଏନ୍‌ବିଏ ଟିମ୍‌ରେ ସାମିଲ ହୋଇଥିବା ସତ୍‌ନାମ ସିଂ ଭମରା ଖେଳରୁ ୨ ବର୍ଷ ବାସନ୍ଦ ହୋଇଛନ୍ତି।...

Ten Cric Info
Advertisement


Archives

Model This Week

Why Dharitri