Posted inଖେଳ

କବର ସ୍ଥାନରେ କ୍ରିକେଟ ଅଭ୍ୟାସ କରୁଥିଲେ, ସୌରଭ ଗାଙ୍ଗୁଲି ବଦଳାଇଦେଲେ ଭାଗ୍ୟ

ନିଜ ଉପରେ ଯଦି ବିଶ୍ୱାସ ଅଛି ତେବେ କିଛି ବି କାମ ଅସମ୍ଭବ ନୁହେଁ। ଭାରତୀୟ ଦଳର ଜଣେ କ୍ରିକେଟର ମଧ୍ୟ ଅଛନ୍ତି, ଯିଏ କବର ସ୍ଥାନରେ ବୋଲିଂ ଅଭ୍ୟାସ କରୁଥିଲେ, କିନ୍ତୁ ଆଜି ତାଙ୍କ ନାମ ବିଶ୍ୱରର ସବୁଠାରୁ ମାରାତ୍ମକ ବୋଲର ଭାବେ ପରିଚିତ। ସେ ହେଉଛନ୍ତି ମହମ୍ମଦ ସାମି। ତାଙ୍କ ପିଲାଦିନ ବହୁତ କଷ୍ଟ ଦେଇ ଗତି କରଥିଲା।
ମହମ୍ମଦ ସାମି ୟୁପିର ଆମ୍ରୋହାସ୍ଥିତ ସାହସପୁର ଆଲିନାଗର ଗାଁର ଏକ କୃଷକ ଘରେ ଜନ୍ମଗ୍ରହଣ କରିଥିଲେ। ଶାମି ପିଲାଦିନରୁ କ୍ରିକେଟ ଖେଳିବାକୁ ଭଲ ପାଉଥିଲେ, ବିଶେଷ କରି ଦ୍ରୁତ ବୋଲିଂ। ମହମ୍ମଦ ଶାମି ଯେଉଁଠାରେ ବି ସୁଯୋଗ ପାଇଲେ ବୋଲିଂ କରୁଥିଲେ। ଏହା ଘର ଆଗ ହେଉ କି ଶ୍ମଶାନ। ସାମିଙ୍କ ଘର ପଛରେ ଏକ ଶ୍ମଶାନ ଥିଲା, ସେ ଏଠାରେ ଦିନସାରା କ୍ରିକେଟ ଖେଳୁଥିଲେ। କୋଚ ବଦର ଅହମ୍ମଦଙ୍କ ସହଯୋଗ ସେ ବୋଲିଂ କରିବା ଆରମ୍ଭ କରିଥିଲେ। ସାମିଙ୍କର ଅସ୍ତ୍ର ଥିଲା ତାଙ୍କର ଗତି। ସେହି ୧୪୦ କିଲୋମିଟର ବେଗରେ ବୋଲିଂ କରୁଥିଲେ। ସାମିଙ୍କ ଉତ୍ତର ପ୍ରଦେଶରେ ପାଇଁ ଖେଳିବା ସମ୍ଭାବନା କମ୍‌ ଥିଲା। ତେଣୁ କୋଚ ବଦର ତାଙ୍କୁ କୋଲକାତାରେ କ୍ଲବ କ୍ରିକେଟ ଖେଳିବାକୁ ପରାମର୍ଶ ଦେଇଥିଲେ। ସାମି କୋଲକାତାରେ ଅଭ୍ୟାସ ଆରମ୍ଭ କରିଥିଲେ।
ମହମ୍ମଦ ଶାମି କୋଲକାତାରେ ଟ୍ରେନିଂ ଆରମ୍ଭ କରିଥିଲେ ଏବଂ ଏହାପରେ ତାଙ୍କ ଭାଗ୍ୟ ବଦଳିଗଲା। ଅଭ୍ୟାସ ପାଇଁ ସୌରଭ ଗାଙ୍ଗୁଲି କୋଲକାତାର ଇଡେନ ଗାର୍ଡେନରେ ଥିଲେ ଏବଂ ସାମି ତାଙ୍କୁ ବୋଲିଂ କରିବାର ସୁଯୋଗ ପାଇଥିଲେ। ସୌରାଭ ଗାଙ୍ଗୁଲିଙ୍କୁ ନିଜର ବୋଲିଂରେ ସେ ଅସୁବିଧାରେ ପକାଇଥିଲେ। ଏହା ପରେ ଗାଙ୍ଗୁଲି ବଙ୍ଗଳା କ୍ରିକେଟ ଦଳର ପରିଚାଳନାକୁ ମହମ୍ମଦ ସାମିଙ୍କ ଉପରେ ନଜର ରଖିବାକୁ କହିଥିଲେ। ଏହା ପରେ ସେ କୋଲକତା ପାଇଁ କ୍ରିକେଟ ଖେଲିଥିଲେ। ୨୦୧୩ ରେ ଶାମି ଭାରତୀୟ କ୍ରିକେଟ ଦଳର ଏକ ଅଂଶ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri