Posted inଖେଳ

ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ଇତିହାସ ରଚିଲେ ମହମ୍ମଦ ଶାମି

ଦୁବାଇ,୨୦।୨: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ମହମ୍ମଦ ଶାମି ଇତିହାସ ରଚିଛନ୍ତି। ସେ ଜାକେର ଅଲିଙ୍କ ରୂପରେ ତାଙ୍କର ୨୦୦ତମ ଦିନିକିଆ ଉଇକେଟ ପୂରଣ କରିଥିଲେ। ସେ ମିଚେଲ ଷ୍ଟାର୍କଙ୍କ ପରେ ଦ୍ୱିତୀୟ ବୋଲର ଭାବରେ ଦିନିକିଆ ଫର୍ମାଟରେ ଦ୍ରୁତତମ ୨୦୦ ଉଇକେଟ ହାସଲ କରିଛନ୍ତି।

ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ ହେଉଛି ମହମ୍ମଦ ଶାମିଙ୍କ ୧୦୪ତମ ଦିନିକିଆ ମ୍ୟାଚ। ଏହି ମ୍ୟାଚ୍‌ରେ ପ୍ରଥମ ଓଭରରେ ଶାମି ଗୋଟିଏ ଉଇକେଟ ନେଇଥିଲେ। ସେ ସୌମ୍ୟ ସରକାରଙ୍କୁ ଶୂନ୍ୟରେ ବୋଲ୍ଡ କରିଥିଲେ। ପାୱାରପ୍ଲେରେ ହିଁ ସେ ମେହିଦି ହାସନଙ୍କ ରୂପରେ ଆଉ ଏକ ବଡ଼ ଉଇକେଟ ନେଇଥିଲେ।

ଜାକେର ଅଲି ୬୮ ରନ କରିବା ପରେ ଖେଳୁଥିଲେ। ୪୩ତମ ଓଭରର ଚତୁର୍ଥ ବଲ୍‌ରେ ବିରାଟ କୋହଲିଙ୍କ ହାତରେ କ୍ୟାଚ କରାଇ ଶାମି ତାଙ୍କର ୨୦୦ତମ ଦିନିକିଆ ଉଇକେଟ ପୂରଣ କରିଥିଲେ। ଶାମି ୨୦୦ ଦିନିକିଆ ଉଇକେଟ ନେବାରେ ଦ୍ୱିତୀୟ ଦ୍ରୁତତମ ବୋଲର ହୋଇଥିଲେ। ପ୍ରଥମ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ, ସେ ୧୦୨ ମ୍ୟାଚ ଖେଳି ଏହି ସଂଖ୍ୟା ହାସଲ କରିଛନ୍ତି। ଶାମି ୧୦୪ଟି ମ୍ୟାଚ୍ରେ ୨୦୦ ଉଇକେଟ ପୂରଣ କରିଥିଲେ।

୨୦୦ ଉଇକେଟ ନେବାରେ ୮ମ ଭାରତୀୟ ବୋଲର।

ଭାରତ ପାଇଁ ଦିନିକିଆରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହେଉଛନ୍ତି ଅନିଲ କୁମ୍ବଲେ। ସେ ୨୭୧ଟି ମ୍ୟାଚ ଖେଳି ୩୩୭ ରନ କରିଛନ୍ତି।

୧. ଅନିଲ କୁମ୍ବଲେ (୩୩୭)
୨. ଜଭଗଲ ଶ୍ରୀନାଥ (୩୧୫)
୩. ଅଜିତ ଅଗରକର (୨୮୮)
୪. ଜାହିର ଖାନ (୨୮୨)
୫. ହରଭଜନ ସିଂହ (୨୬୯)
୬. କପିଳ ଦେବ (୨୫୩)
୭. ରବିନ୍ଦ୍ର ଜାଡେଜା (୨୨୬)

୮. ମହମ୍ମଦ ଶାମି (୨୦୦)


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri