ମହମ୍ମଦ ଶାହାବୁଦ୍ଦିନ ଚୁପୁ ହେଲେ ବାଂଲାଦେଶର ୨୨ତମ ରାଷ୍ଟ୍ରପତି, ଜାଣନ୍ତୁ ତାଙ୍କର ରାଜନୈତିକ ଯାତ୍ରା

ବାଂଲାଦେଶ, ୨୪।୪: ପୂର୍ବତନ ବିଚାରପତି ତଥା ବରିଷ୍ଠ ରାଜନେତା ମହମ୍ମଦ ଶାହାବୁଦ୍ଦିନ ବାଂଲାଦେଶର ୨୨ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ବଙ୍ଗଭବନର ଐତିହାସିକ ଦରବାର ହଲ୍‌ରେ ବାଚସ୍ପତି ଶିରେନ ଶର୍ମିନ ଚୌଧୁରୀ ୭୩ବର୍ଷିୟ ଶାହାବୁଦ୍ଦିନଙ୍କୁ ଶପଥ ପାଠ କରେଇଛନ୍ତିି। ରାଜକୀୟ ସମାରୋହରେ ପ୍ରଧାନମନ୍ତ୍ରୀ ଶେଖ ହସିନା, ତାଙ୍କ ମନ୍ତ୍ରୀମଣ୍ଡଳ ଏବଂ ନୂଆ ରାଷ୍ଟ୍ରପତିଙ୍କ ପରିବାରର ସଦସ୍ୟଙ୍କ ବ୍ୟତୀତ ବିଭିନ୍ନ ରାଜନେତା, ସୁପ୍ରିମକୋର୍ଟର ବିଚାରପତି ଏବଂ ବରିଷ୍ଠ ନାଗରିକ ଏବଂ ସାମରିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ସମାରୋହ ପରେ ଶାହାବୁଦ୍ଦିନ ରାଷ୍ଟ୍ରପତି ପଦର ଦସ୍ତାବିଜରେ ଦସ୍ତଖତ କରିଥିଲେ।

ସୂଚନାଯୋଗ୍ୟ, ଶାହାବୁଦ୍ଦିନଙ୍କୁ ଫେବୃଆରୀରେ ବାଂଲାଦେଶର ନୂତନ ରାଷ୍ଟ୍ରପତି ଭାବେ ମନୋନୀତ କରାଯାଇଥିଲା। ଏଠାରେ କହି ରଖୁଛୁ କି, ସଂସଦରେ ୩୫୦ ସଦସ୍ୟ ବିଶିଷ୍ଟ ସିଟ୍‌ରୁ ଅବାମୀ ଲିଗ ପାଖରେ ୩୦୫ଟି ସିଟ୍‌ ରହିଛି। ଏହି ସଂଖ୍ୟା ଗରିଷ୍ଠତା ଯୋଗୁ ମହମ୍ମଦ ଶାହାବୁଦ୍ଦିନ ଚୁପୁଙ୍କୁ ରାଷ୍ଟ୍ରପତି ଭାବେ ମନୋନୀତ କରାଯାଇଥିଲା। ସେ ର୍ନିଦ୍ୱନ୍ଦ ଭାବେ ନିର୍ବାଚିତ ହୋଇଥିଲେ।
ସଂସଦର ବିରୋଧୀ ଦଳ ରାଷ୍ଟ୍ରପତି ପଦ ପାଇଁଁ କାହାକୁ ବି ମନୋନୀତ କରି ନ ଥିଲେ। ତେଣୁ ଶାହାବୁଦ୍ଦିନଙ୍କ ର୍ନିଦ୍ୱନ୍ଦ ଭାବେ ନିର୍ବାଚନ ଜିତିଥିଲେ। ତେବେ ପୂର୍ବ ରାଷ୍ଟ୍ରପତି ମହମ୍ମଦ ଅବଦୁଲ ହମିଦଙ୍କ କାର୍ଯ୍ୟକାଳ ସୋମବାର ଶେଷ ହୋଇଛି।

ଶାହାବୁଦ୍ଦିନ ବାଂଲାଦେଶର ପବନା ଜିଲାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୬୦ ଦଶକ ଶେଷ ତଥା ୧୯୭୦ ଦଶକ ଆରମ୍ଭରୁ ଅବାମୀ ଲିଗ୍‌ର ଛାତ୍ର ନେତା ଥିଲେ। କେବଳ ଏତିକି ନୁହେଁ, ଶାହାବୁଦ୍ଦିନ ୧୯୭୧ରେ ମୁକ୍ତି ସଂଗ୍ରାମରେ ଭାଗ ନେଇଥିଲେ। ଅଗଷ୍ଟ ୧୫ ୧୯୭୫ରେ ବାଂଲାଦେଶର ପ୍ରତିଷ୍ଠାତା ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ହତ୍ୟାକୁ ବିରୋଧ ପ୍ରଦର୍ଶନ କରିଥିବାରୁ ତାଙ୍କୁ ବନ୍ଦୀ କରାଯାଇଥିଲା। ଏହା ଯୋଗୁ ଆୱାମୀ ଲିଗ ସରକାର ଭାଙ୍ଗିି ଯାଇଥିଲା। ୧୯୮୨ ମସିହାରେ ସେ ଦେଶର ନ୍ୟାୟିକ ସେବାରେ ଯୋଗ ଦେଇଥିଲେ। ପରେ୧୯୯୬ ନିର୍ବାଚନରେ ଅବାମୀ ଲିଗ କ୍ଷମତାକୁ ଫେରଥିଲା। ପରେ ସେ ରାଜନୀତିରେ ପାଦ ଥାପିଥିଲେ। ପ୍ରଥମେ ସେ ଅବାମୀ ଲିଗ୍‌ର ପରାମର୍ଶଦାତା ପରିଷଦର ସଦସ୍ୟ ହୋଇଥିଲେ। ବର୍ତ୍ତମାନ ସେ ଦେଶର ରାଷ୍ଟ୍ରପତି ହୋଇଛନ୍ତି। ମହମ୍ମଦ ଶାହାବୁଦ୍ଦିନଙ୍କ ପରିବାରରେ ପତ୍ନୀ ରେବିକା ଏବଂ ତାଙ୍କର ଗୋଟିଏ ପୁଅ ଅଛନ୍ତି। ପତ୍ନୀ ରେବିକା ସୁଲତାନା ସରକାରଙ୍କ ପୂର୍ବତନ ଯୁଗ୍ମ ସଚିବ ଥି


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri