ମହମ୍ମଦ ଶାହାବୁଦ୍ଦିନ ଚୁପୁ ହେଲେ ବାଂଲାଦେଶର ୨୨ତମ ରାଷ୍ଟ୍ରପତି, ଜାଣନ୍ତୁ ତାଙ୍କର ରାଜନୈତିକ ଯାତ୍ରା

ବାଂଲାଦେଶ, ୨୪।୪: ପୂର୍ବତନ ବିଚାରପତି ତଥା ବରିଷ୍ଠ ରାଜନେତା ମହମ୍ମଦ ଶାହାବୁଦ୍ଦିନ ବାଂଲାଦେଶର ୨୨ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ବଙ୍ଗଭବନର ଐତିହାସିକ ଦରବାର ହଲ୍‌ରେ ବାଚସ୍ପତି ଶିରେନ ଶର୍ମିନ ଚୌଧୁରୀ ୭୩ବର୍ଷିୟ ଶାହାବୁଦ୍ଦିନଙ୍କୁ ଶପଥ ପାଠ କରେଇଛନ୍ତିି। ରାଜକୀୟ ସମାରୋହରେ ପ୍ରଧାନମନ୍ତ୍ରୀ ଶେଖ ହସିନା, ତାଙ୍କ ମନ୍ତ୍ରୀମଣ୍ଡଳ ଏବଂ ନୂଆ ରାଷ୍ଟ୍ରପତିଙ୍କ ପରିବାରର ସଦସ୍ୟଙ୍କ ବ୍ୟତୀତ ବିଭିନ୍ନ ରାଜନେତା, ସୁପ୍ରିମକୋର୍ଟର ବିଚାରପତି ଏବଂ ବରିଷ୍ଠ ନାଗରିକ ଏବଂ ସାମରିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ସମାରୋହ ପରେ ଶାହାବୁଦ୍ଦିନ ରାଷ୍ଟ୍ରପତି ପଦର ଦସ୍ତାବିଜରେ ଦସ୍ତଖତ କରିଥିଲେ।

ସୂଚନାଯୋଗ୍ୟ, ଶାହାବୁଦ୍ଦିନଙ୍କୁ ଫେବୃଆରୀରେ ବାଂଲାଦେଶର ନୂତନ ରାଷ୍ଟ୍ରପତି ଭାବେ ମନୋନୀତ କରାଯାଇଥିଲା। ଏଠାରେ କହି ରଖୁଛୁ କି, ସଂସଦରେ ୩୫୦ ସଦସ୍ୟ ବିଶିଷ୍ଟ ସିଟ୍‌ରୁ ଅବାମୀ ଲିଗ ପାଖରେ ୩୦୫ଟି ସିଟ୍‌ ରହିଛି। ଏହି ସଂଖ୍ୟା ଗରିଷ୍ଠତା ଯୋଗୁ ମହମ୍ମଦ ଶାହାବୁଦ୍ଦିନ ଚୁପୁଙ୍କୁ ରାଷ୍ଟ୍ରପତି ଭାବେ ମନୋନୀତ କରାଯାଇଥିଲା। ସେ ର୍ନିଦ୍ୱନ୍ଦ ଭାବେ ନିର୍ବାଚିତ ହୋଇଥିଲେ।
ସଂସଦର ବିରୋଧୀ ଦଳ ରାଷ୍ଟ୍ରପତି ପଦ ପାଇଁଁ କାହାକୁ ବି ମନୋନୀତ କରି ନ ଥିଲେ। ତେଣୁ ଶାହାବୁଦ୍ଦିନଙ୍କ ର୍ନିଦ୍ୱନ୍ଦ ଭାବେ ନିର୍ବାଚନ ଜିତିଥିଲେ। ତେବେ ପୂର୍ବ ରାଷ୍ଟ୍ରପତି ମହମ୍ମଦ ଅବଦୁଲ ହମିଦଙ୍କ କାର୍ଯ୍ୟକାଳ ସୋମବାର ଶେଷ ହୋଇଛି।

ଶାହାବୁଦ୍ଦିନ ବାଂଲାଦେଶର ପବନା ଜିଲାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୬୦ ଦଶକ ଶେଷ ତଥା ୧୯୭୦ ଦଶକ ଆରମ୍ଭରୁ ଅବାମୀ ଲିଗ୍‌ର ଛାତ୍ର ନେତା ଥିଲେ। କେବଳ ଏତିକି ନୁହେଁ, ଶାହାବୁଦ୍ଦିନ ୧୯୭୧ରେ ମୁକ୍ତି ସଂଗ୍ରାମରେ ଭାଗ ନେଇଥିଲେ। ଅଗଷ୍ଟ ୧୫ ୧୯୭୫ରେ ବାଂଲାଦେଶର ପ୍ରତିଷ୍ଠାତା ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ହତ୍ୟାକୁ ବିରୋଧ ପ୍ରଦର୍ଶନ କରିଥିବାରୁ ତାଙ୍କୁ ବନ୍ଦୀ କରାଯାଇଥିଲା। ଏହା ଯୋଗୁ ଆୱାମୀ ଲିଗ ସରକାର ଭାଙ୍ଗିି ଯାଇଥିଲା। ୧୯୮୨ ମସିହାରେ ସେ ଦେଶର ନ୍ୟାୟିକ ସେବାରେ ଯୋଗ ଦେଇଥିଲେ। ପରେ୧୯୯୬ ନିର୍ବାଚନରେ ଅବାମୀ ଲିଗ କ୍ଷମତାକୁ ଫେରଥିଲା। ପରେ ସେ ରାଜନୀତିରେ ପାଦ ଥାପିଥିଲେ। ପ୍ରଥମେ ସେ ଅବାମୀ ଲିଗ୍‌ର ପରାମର୍ଶଦାତା ପରିଷଦର ସଦସ୍ୟ ହୋଇଥିଲେ। ବର୍ତ୍ତମାନ ସେ ଦେଶର ରାଷ୍ଟ୍ରପତି ହୋଇଛନ୍ତି। ମହମ୍ମଦ ଶାହାବୁଦ୍ଦିନଙ୍କ ପରିବାରରେ ପତ୍ନୀ ରେବିକା ଏବଂ ତାଙ୍କର ଗୋଟିଏ ପୁଅ ଅଛନ୍ତି। ପତ୍ନୀ ରେବିକା ସୁଲତାନା ସରକାରଙ୍କ ପୂର୍ବତନ ଯୁଗ୍ମ ସଚିବ ଥି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?