Posted inଜାତୀୟ

ସାମ୍ନାକୁ ଆସିଲା ମୋଦିଙ୍କ ଆଯୋଧ୍ୟା କାର୍ଯ୍ୟସୂଚୀ: ମଞ୍ଚ ଉପରେ ଭାଗବତଙ୍କ ସମେତ ରହିବେ ଏହି ୫ବିଶିଷ୍ଟ ବ୍ୟକ୍ତି

ଆଯୋଧ୍ୟା,୩୧।୭: ଅଯୋଧ୍ୟାରେ ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମିପୂଜା କାର୍ଯ୍ୟକ୍ରମର ପ୍ରସ୍ତୁତି ଜୋରସୋରରେ ଚାଲିଛି। କାର୍ଯ୍ୟକ୍ରମ ପୂର୍ବରୁ ଅଯୋଧ୍ୟାକୁ ନବବଧୂ ଭଳି ସଜାଯାଉଛି। ଭୂମିପୂଜା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଗସ୍ତ କରିବେ। ତେବେ ମୋଦିଙ୍କ ଆଯୋଧ୍ୟା ଗସ୍ତ କାର୍ଯ୍ୟସୂଚୀ ଏବେ ସାମ୍ନାକୁ ଆସିଛି। ବୁଧବାର ୧୧ଟା ୧୫ମିନିଟରେ ମୋଦି ଅଯୋଧ୍ୟା ପହଞ୍ଚିବେ। ସେଠାରେ ସେ ପ୍ରଥମେ ହନୁମାନଗଡ଼ି ଯାଇ ଦର୍ଶନ କରିବେ। ଏହାପରେ ମୋଦି ରାମଲଲାଙ୍କ ଦର୍ଶନ କରି ଭୂମିପୂଜା କାର୍ଯ୍ୟକ୍ରମରେ ସାମିଲ ହେବେ। ତେବେ ଏହି ସମୟରେ ମଞ୍ଚ ଉପରେ ମାତ୍ର ୫ଜଣ ରହିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଓ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ମଞ୍ଚ ଉପରେ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି। ସେହିପରି ମୋଦି ସେଠାରେ ୨ ଘଣ୍ଟା ସମୟ ବିତାଇବେ। ଏହାପରେ ସେ ଦ୍ୱିପ୍ରହର ୨ଟାରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବେ। ଏନେଇ ଶୁକ୍ରବାର ଆଯୋଧ୍ୟାର ମାନସ ମନ୍ଦିରରେ ଅଧିକାରୀଙ୍କ ସହ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ବିରାଟ କୋହଲିଙ୍କ ବଡ଼ ଖୁଲାସା, କହିଲେ ନିଜର ସବୁଠୁ ପ୍ରିୟ ODI…

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟ୍‌ର ରନ୍‌ ମେସିନ୍‌ ବିରାଟ କୋହଲି ନିଜର ୩୮ତମ ଜନ୍ମଦିନ ଅବସରରେ ନିଜର ସବୁଠୁ ପ୍ରିୟ ଦିନିକିଆ ଇନିଂସ୍‌ ବିଷୟରେ ଖୁଲାସା କରିଛନ୍ତି ।…

କୋହଲି କ୍ରିକେଟର୍‌ ରୋନାଲ୍ଡୋ… କୋହଲିଙ୍କୁ ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ, ଜାଣନ୍ତୁ କିଏ କ’ଣ କହିଲେ

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟର ରନ ମେସିନ ତଥା ‘କିଙ୍ଗ କୋହଲି’ ବିରାଟ କୋହଲିଙ୍କ ଆଜି ଜନ୍ମଦିନ। ନଭେମ୍ବର ୫ରେ ତାଙ୍କୁ ନେଇ କ୍ରିକେଟ ଜଗତରେ ଉତ୍ସାହ ଦେଖିବାକୁ…

ଏମିତି ରେକର୍ଡ ହାସଲ କଲେ ବିରାଟ କୋହଲି: ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ଅତୁଟ!

ନୂଆଦିଲ୍ଲୀ,୫।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ରେକର୍ଡ। ଦିନିକିଆ କ୍ରିକେଟ୍‌ରେ ତୃତୀୟ ସ୍ଥାନରେ ବ୍ୟାଟିଂ କରି…

“ଏମିତି ହେଲେ ଆମ ସ୍ତ୍ରୀ ବି ପକେଟ ମନି ମାଗିବେ…”: ଶୁଣାଣି ସମୟରେ ହଠାତ୍‌ ଏଭଳି କାହିଁକି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍‌ଲୀ,୫।୧୧: ସୁପ୍ରିମକୋର୍ଟରେ ପତ୍ନୀଙ୍କୁ ପକେଟ ମନି ଦେବା ସହିତ ଜଡ଼ିତ ଏକ ମାମଲାରେ ବିଚାରପତି ଏକ ମଜାଦାର କଥା କହିଛନ୍ତି। ବିବାଦୀୟ ବିବାହ (ମ୍ୟାରେଜ ଡିଜପୁଟ) କୁ…

ଏବେ ବି ବିପଦମୁକ୍ତ ହୋଇନି କରଡ଼ା ଘାଟି, ମରାମତି ଦାବି କରି…

ରାଇକିଆ,୫ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବ୍ୟାପକ କ୍ଷୟ କ୍ଷତି ହୋଇଛି। ମାଲାଗୁଡ଼ାଠାରେ କଲଭର୍ଟ ଧୋଇ ହୋଇଯିବା ଫଳରେ ରାଇକିଆ-କରଡ଼ା ରାସ୍ତାରେ…

ହଠାତ୍‌ କୋହଲିଙ୍କ ହାତରୁ ଖସିପଡ଼ିଲା ଫିଟନେସ ବ୍ୟାଣ୍ଡ, ଅଟକିଗଲା ମ୍ୟାଚ୍‌: ଏହାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଅକଲାଣ୍ଡ, ୫।୧୧:ନ୍ୟୁଜିଲାଣ୍ଡ ଗସ୍ତରେ ନିଜ ବ୍ୟାଟିଂର ଯାଦୁ ଦେଖାଇଛନ୍ତି ଭାରତୀୟ କ୍ରିକେଟ୍‌ର ଷ୍ଟାର ବ୍ୟାଟର ବିରାଟ କୋହଲି। ଅକଲାଣ୍ଡରେ ଖେଳାଯାଇଥିବା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ସେ…

ଟ୍ରେଡ୍‌ ଡିଲ୍‌କୁ ନେଇ ଭାରତ ପାଇଁ ହୋଇପାରେ ସକାରାତ୍ମକ ସ୍ଥିତି

ଭୁବନେଶ୍ୱର,୫ା୧୧: ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ରିପ୍ଲବିକାନ୍‌ ପାର୍ଟି ତୁଳନାରେ ଡେମୋକ୍ରାଟ୍‌ ଦଳକୁ ଅଧିକ ସଫଳତା ମିଳିବା ପରେ ଏବେ ଆମେରିକୀୟ କଂଗ୍ରେସର ଉଭୟ…

କୋହଲିଙ୍କ ପ୍ରଥମ ବ୍ୟାଟ୍‌ର ମୂଲ୍ୟ କେତେ ଜାଣନ୍ତି, ଯାହା ସ୍ବପ୍ନ ଦେଖଥିଲେ ଗୋଟି ଗୋଟି ହେଲା ସତ, ଜାଣନ୍ତୁ ତାଙ୍କ ବିଷୟରେ ୩୮ ରୋଚକ କଥା

ନୂଆଦିଲ୍ଲୀ,୫।୧୧:ନଭେମ୍ବର ୫ ଭାରତୀୟ କ୍ରିକେଟ ସମେତ ବିଶ୍ୱ କ୍ରିକେଟ ପାଇଁ ଏକ ସ୍ବତନ୍ତ୍ର ଦିନ। କାରଣ ଏହି ଦିନ ଜନ୍ମ ନେଇଥିଲେ ଆଧୁନିକ କ୍ରିକେଟ୍‌ର ଅନ୍ୟତମ ମହାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?