Posted inଜାତୀୟ

ମୋଦି ନିଜ ଭଳି ଦେଖାଯାଉଥିବା ବ୍ୟକ୍ତିଙ୍କୁ ଗରବା ନାଚୁଥିବା ଦେଖି ଆଶ୍ଚର୍ଯ୍ୟ ହେଲେ, ଜଣାପଡିଲା ସତ୍ୟ…

ନୂଆଦିଲ୍ଲୀ,୨୩।୧୧ : ଡିପଫେକ ଭିଡିଓଗୁଡିକ ବିଷୟରେ ବର୍ତ୍ତମାନ ଅନେକ ଆଲୋଚନା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଟେକ୍ନୋଲୋଜି ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଜି -୨୦ ଭର୍ଚୁଆଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆରେ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କର ଏକ ଡିପଫେକ ଭିଡିଓ ଭାଇରାଲ ହେବାପରେ ଏହା ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ଏହା ପରେ ସରକାର ଏ ସମ୍ପର୍କରେ ଏକ ଆଡଭାଇଜରୀ ମଧ୍ୟ ଜାରି କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ସେ ମହିଳାମାନଙ୍କ ସହ ଗରବା ନାଚୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ଉପସ୍ଥିତ ନ ଥିଲେ। ସେ ଏହି ଭିଡିଓକୁ ଡିପଫେକ ବୋଲି କହିଛନ୍ତି।

ବର୍ତ୍ତମାନ ଏହି ଭାଇରାଲ ଭିଡିଓର ପ୍ରକୃତ ସତ୍ୟ ପଦାକୁ ଆସିଛି। ପ୍ରକାଶ, ଏହି ଭିଡିଓଟି ମିଥ୍ୟା ନୁହେଁ, କିନ୍ତୁ ପିଏମ ମୋଦିଙ୍କ ଭଳି ଜଣେ ବ୍ୟକ୍ତି ଏଥିରେ ଗରବା ନାଚୁଛନ୍ତି। ସେହି ବ୍ୟକ୍ତି ନିଜେ ଏହି ବିଷୟରେ ଏକ ବିବୃତ୍ତି ଦେଇଛନ୍ତି। ଏହି ଭିଡିଓରେ ପିଏମ ମୋଦିଙ୍କ ଭଳି ଦେଖାଯାଉଥିବା ବ୍ୟକ୍ତି ହେଉଛନ୍ତି ବ୍ୟବସାୟୀ ବିକାଶ ମହନ୍ତେ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ କହିଛନ୍ତି ଏହା ଏକ ଡିପଫେକ ଭିଡିଓ ନୁହେଁ। ବିକାଶ ମହନ୍ତ କହିଛନ୍ତି ଭାଇରାଲ ଭିଡିଓରେ ମୁଁ ଗରବା ନାଚୁଛି।

ମହନ୍ତେ ଇନଷ୍ଟାଗ୍ରାମରେ ଲେଖିଛନ୍ତି ସେ ଜଣେ କଳାକାର ଏବଂ ଅଭିନେତା ଭାବରେ ତାଙ୍କୁ ଅନେକ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇଛି କାରଣ ସେ ପ୍ରଧାନମନ୍ତ୍ରୀଙ୍କ ଭଳି ଦେଖିବାକୁ। ସେ ସ୍ପଷ୍ଟ କରିଛନ୍ତି ସେ କୌଣସି ପ୍ରକାରେ ମୋଦି ଜି ବୋଲି ନିଜକୁ ଦାବି କରନ୍ତି ନାହିଁ କିମ୍ବା ତାଙ୍କ ଭଳି ଦେଖିବାକୁ ବୋଲି କାହାକୁ କହି ନ ଥାନ୍ତି। ସେ ଏପରି କିଛି କରନ୍ତି ନାହିଁ ଯାହା ଭାରତର ପ୍ରଧାନମନ୍ତ୍ରୀ ଭାବରେ ମୋଦିଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବ। ସେ କହିଛନ୍ତି ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଆଦର୍ଶ ବାଣ୍ଟିବା ମୋ ପାଇଁ ଗୌରବର ବିଷୟ।

ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଶେୟାର କରାଯାଇଥିଲା। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ସେ ଏକ ଡିପଫେକ ଭିଡିଓ ଦେଖିଛନ୍ତି, ଯେଉଁଥିରେ ତାଙ୍କୁ ଗରବା ନାଚୁଥିବାର ଦେଖାଯାଇଛି। ଏହାକୁ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା। ସେ କହିଥିଲେ ଡିପଫେକ ଜାଲର ଶିକାର ହୋଇଥିଲେ। ସେ ସ୍କୁଲ ଛାଡିବା ପରଠାରୁ ଗାରବା କରିନାହାନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଏଭଳି ଟେକ୍ନୋଲୋଜିର ସଙ୍କଟ ବିଷୟରେ ଲୋକଙ୍କୁ ସଚେତନ ହେବା ଉଚିିତ।

କିଛି ସପ୍ତାହ ପୂର୍ବରୁ, ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଫେସବୁକ, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ସମେତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଏକ ପରାମର୍ଶ ଦେଇଥିଲା। ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଡିପଫେକ ବିଷୟବସ୍ତୁ ହଟାଇବାକୁ କହିଥିଲେ। ଏପରି କରା ନ ଗଲେ ଭାରତୀୟ ଆଇନ ଅନୁଯାୟୀ ଅପରାଧିକ ଏବଂ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri