ମୋଦି ଆସିିବେ ଇସଲାମାବାଦ୍‌, ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଛି ଆଲୋଚନା, ପାକିସ୍ତାନୀ କୁବେରଙ୍କ ଦାବି…

ଇସଲାମାବାଦ୍‌, ୩।୨ : ଭାରତ ଏବଂ ପାକିସ୍ତାନର ସମ୍ପର୍କକୁ ନେଇ ପାକିସ୍ତାନର ବିଲିୟନେୟାର ବ୍ୟବସାୟୀ ମିଆଁ ମାଂଶା ଦାବି କରିଛନ୍ତି। ମିଆଁ ମାଂଶା କହିଛନ୍ତି ଯେ ପରଦା ପଛରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ଚାଲିଛି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଯଦି ଆମେ ଏକାଠି କାମ କରିବା ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମାସ ମଧ୍ୟରେ ପାକିସ୍ତାନ ଗସ୍ତ କରିପାରିବାର ଆଶା ରହିଛି। ସେ ଏହା ମଧ୍ୟ କହିଛନ୍ତି ଯେ କେହି କେବେ କାହାର ସ୍ଥାୟୀ ଶତ୍ରୁ ନୁହନ୍ତି। ଆମକୁ ଭାରତ ସହିତ ସମ୍ପର୍କ ଠିକ କରିବାକୁ ପଡିବ।

ପାକିସ୍ତାନର ବହୁରାଷ୍ଟ୍ରୀୟ କମ୍ପାନୀ ନିଶାତ ଗ୍ରୁପର ମୁଖ୍ୟ ମିଆଁ ମାଂଶା କହିଛନ୍ତି ଯେ ୧୯୬୫ ଯୁଦ୍ଧ ପୂର୍ବରୁ ପାକିସ୍ତାନ ଭାରତ ସହିତ ବାଣିଜ୍ୟର ୫୦ ପ୍ରତିଶତ ଥିଲା। ସେ କହିଛନ୍ତି ଯେ ଆମକୁ ଶାନ୍ତି ଦରକାର। ଭାରତରେ ଭଲ ଟେକ୍ନୋଲୋଜି ଅଛି। ଆମ ପାଖରେ ମଧ୍ୟ ଅନେକ ଜିନିଷ ଅଛି ଯାହାକୁ ଆମେ ଭାରତକୁ ଦେଇପାରିବା। ଆମ ପାଖରେ ବହୁତ ଦାରିଦ୍ର୍ୟ ଅଛି, ଆମକୁ ଭାରତ ସହିତ ସମ୍ପର୍କରେ ସୁଧାର କରିବାକୁ ପଡିବ।

ପାକିସ୍ତାନୀ ବିଲିୟନେୟାରଙ୍କ ଏହି ଦାବି ଏପରି ଏକ ସମୟରେ ଆସିଛି ଯେତେବେଳେ ନିକଟରେ ପ୍ରକାଶିତ ପ୍ରଥମ ଜାତୀୟ ସୁରକ୍ଷା ନୀତିରେ ପାକିସ୍ତାନ ଭାରତ ସହ ଶାନ୍ତି ଉପରେ ଗୁରୁତ୍ୱାରୋପ କରିଥିଲା। ନିକଟରେ ଜାତୀୟ ସୁରକ୍ଷା ନୀତି ସହ ଜଡିତ ଜଣେ ଅଧିକାରୀ ପାକିସ୍ତାନୀ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନକୁ କହିଛନ୍ତି ଯେ ଆସନ୍ତା ୧୦୦ ବର୍ଷ ପାଇଁ ଆମେ ଭାରତ ସହିତ ଶତ୍ରୁତା କରିବୁ ନାହିଁ।

ଏହି ନୂତନ ନୀତିରେ ପଡୋଶୀ ଦେଶ ସହିତ ଶାନ୍ତି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସେ କହିଛନ୍ତି ଯେ ଯଦି ଏହି ପ୍ରସଙ୍ଗରେ କଥାବାର୍ତ୍ତା ଏବଂ ଅଗ୍ରଗତି ହୁଏ, ତେବେ ଭାରତ ସହିତ ବାଣିଜ୍ୟ ଏବଂ ବ୍ୟବସାୟିକ ସମ୍ପର୍କ ପୂର୍ବ ପରି ସ୍ବାଭାବିକ ଅବସ୍ଥାକୁ ଫେରିବାର ସମ୍ଭାବନା ରହିଛି। ପାକିସ୍ତାନ ଏହାର ଜାତୀୟ ସୁରକ୍ଷା ନୀତିର କେବଳ ଗୋଟିଏ ଅଂଶ ସାର୍ବଜନୀନ କରିବ, ବାକି ସବୁକୁ ଗୁପ୍ତ ରଖାଯିବ। ଏହି ସୁରକ୍ଷା ନୀତି ପ୍ରସ୍ତୁତ କରିବାରେ ପାକିସ୍ତାନ ସେନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୟୁଏଇ ମଧ୍ୟ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ବନ୍ଧୁତା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲା।

ଏହାପୂର୍ବରୁ ଭାରତ ଏବଂ ପାକିସ୍ତାନ ସୈନ୍ୟ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ। ଆଫଗାନିସ୍ତାନରେ ତାଲିବାନ ଶାସନର ଆଗମନ ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିବା ଖବର ଆସିଥିଲା। ଏହା ମଧ୍ୟ କୁହାଯାଇଥିଲା ଯେ ଭାରତ ଏବଂ ପାକିସ୍ତାନର ଜାତୀୟ ସୁରକ୍ଷା ସହ ଜଡିତ ଦୁଇଜଣ ବରିଷ୍ଠ ଅଧିକାରୀ ମଧ୍ୟ ତୃତୀୟ ଦେଶରେ ସାକ୍ଷାତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri