ମୋଦିଙ୍କୁ ଇସ୍ରାଏଲ ସଂସଦର ସର୍ବୋଚ୍ଚ ସମ୍ମାନ: ସତ୍ୟ, ବାସ୍ତବତାକୁ ଆପଣାଇଛି ଭାରତ

ଜେରୁଜେଲମ୍‌,୨୬ା୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶତ ପ୍ରଶଂସାରେ ପୋତି ପକାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ। ମୋଦି କେବଳ ଉତ୍ତମ ବନ୍ଧୁ ନୁହନ୍ତି, ଭାଇଠାରୁ ବି ଅଧିକ। ଭାରତ-ଇସ୍ରାଏଲ ସମ୍ପର୍କ ସେତୁର ବିନ୍ଧାଣି। ବିଶ୍ୱ ମଞ୍ଚରେ ଜଣେ ପ୍ରଭାବଶାଳୀ ନେତା। ଭାରତ ଇସ୍ରାଏଲ ସହିତ ସମ୍ପର୍କ ବଢ଼ାଇ ସତ୍ୟ ଓ ବାସ୍ତବତାକୁ ଆପଣାଇଛି। ଏଭଳି ପ୍ରଶଂସାମୁଖର ଶବ୍ଦରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମୋଦିଙ୍କୁ ଇସ୍ରାଏଲ ସଂସଦରେ ସ୍ବାଗତ କରିବା ସହିତ ତାଙ୍କର ଗସ୍ତ ପାଇଁ ଧନ୍ୟବାଦ ଜଣାଇଛନ୍ତି।
ବୁଧବାର ଦଇ ଦିନିଆ ଇସ୍ରାଏଲ ଗସ୍ତରେ ଯାଇ ମୋଦି ତେଲ୍‌ ଆଭିଭ୍‌ସ୍ଥିତ ବେନ୍‌ ଗୁରିଅନ୍‌ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏବଂ ତାଙ୍କ ସ୍ତ୍ରୀ ସାରା ନେତାନ୍ୟାହୁ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ପରେ ଜେରୁଜେଲମ୍‌ରେ ହୋଇଥିବା ବୈଠକରେ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହା ପରେ ମୋଦି ଇସ୍ରାଏଲ ସଂସଦ( କନେସେଟ୍‌)କୁ ସମ୍ବୋଧିତ କରିଥିଲେ। ଇସ୍ରାଏଲ ସଂସଦକୁ ସମ୍ବୋଧିତ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ନେତା। ଭାରତ ଦୃଢ଼ବିଶ୍ୱାସ ସହିତ ଇସ୍ରାଏଲକୁ ଅଂଶୀଦାର ରାଷ୍ଟ୍ର ଭାବେ ବିବେଚନା କରିବା ସହିତ ଆଗାମୀ ଦିନରେ ସମୃଦ୍ଧି ପଥ ପ୍ରଶସ୍ତ କରିବାକୁ ସଙ୍କଳ୍ପବଦ୍ଧ ବୋଲି ମୋଦି କହିଥିଲେ। ତାଙ୍କ ଜନ୍ମଦିନରେ ହିଁ ଭାରତ ଇସ୍ରାଏଲକୁ ସ୍ବତନ୍ତ୍ର ରାଷ୍ଟ୍ର ଭାବେ ସ୍ବୀକୃତି ଦେଇଥିଲା, ଯାହାକି ଏକ ବଡ଼ ସଂଯୋଗ ବୋଲି ମୋଦି କହିଥିଲେ। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଦୁଇଗୁଣ ବୃଦ୍ଧି ପାଇଥିଲା ବେଳେ ସହଯୋଗ ୩ ଗୁଣ ଓ ପାରସ୍ପାରିକ ବୁଝାମଣା ୪ ଗୁଣ ବଢିଛି ବୋଲି ମୋଦି କହିଥିଲେ। ୨୦୨୩ ଅକ୍ଟୋବର ୭ ଆକ୍ରମଣକୁ ସେ ନିନ୍ଦା କରିବା ସହିତ ଭାରତ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛି ବୋଲି କହିଥିଲେ। ଗାଜା ଶାନ୍ତି ଓ ବୁଝାମଣା ପ୍ରକ୍ରିୟାକୁ ସ୍ବାଗତ କରିବା ସହିତ ଶାନ୍ତିର ପଥରେ ଯିବା ସବୁବେଳେ ସହଜ ହୋଇ ନ ଥାଏ ବୋଲି କହିଥିଲେ। କିନ୍ତୁ ଶାନ୍ତି ଓ ସ୍ଥିରତା ପାଇଁ ଭାରତ ସବୁବେଳେ ଇସ୍ରାଏଲ ସହ ଛିଡ଼ା ହୋଇଛି ବୋଲି କହିଥିଲେ। ଏହି ଅବସରରେ ମୋଦିଙ୍କୁ ଇସ୍ରାଏଲ ସଂସଦର ସର୍ବୋଚ୍ଚ ସମ୍ମାନ ‘ ସ୍ପିକର୍‌ ଅଫ୍‌ ଦି କନେସେଟ୍‌ ମେଡାଲ’ ପ୍ରଦାନ କରାଯାଇଥିଲା। ବାଚସ୍ପତି ଅମିର ଓହାମା ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରି ଗସ୍ତ ପାଇଁ ଅଭିନନ୍ଦନ ଜଣାଇଥିଲେ। ଗୁରୁବାର ଦୁଇ ଦେଶ ମଧ୍ୟରେ ଏଆଇ, କୃଷି ସମେତ ପ୍ରତିରକ୍ଷା ଦିଗରେ ଅନେକ ବୁଝାମଣା ହେବା କାର୍ଯ୍ୟକ୍ରମ ରହିଛି।
୯ ବର୍ଷ ପରେ ମୋଦିଙ୍କ ଏହି ଦ୍ୱିତୀୟ ଗସ୍ତକୁ ନେଇ ଇସ୍ରାଏଲର ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ସରକାରୀ ଅଧିକାରୀ, ରାଜନେତା, କୂଟନୀତିଜ୍ଞ ମହଲରେ ଖୁସି ଦେଖାଯାଇଛି। ଇସ୍ରାଏଲର ଗଣମାଧ୍ୟମ ମୋଦିଙ୍କ ଏହି ଗସ୍ତକୁ ଐତିହାସିକ ବୋଲି ଦର୍ଶାଇବା ସହିତ ପ୍ରକୃଷ୍ଟ ସମୟରେ ମହତ୍ତ୍ୱପୂର୍ଣ୍ଣ ବୋଲି କହିଛି। ଅନ୍ୟପକ୍ଷରେ ମୋଦିଙ୍କ ଇସ୍ରାଏଲ ଗସ୍ତକୁ ନେଇ କଂଗ୍ରେସ ତୀବ୍ର ସମାଲୋଚନା କରିଛି। ଇସ୍ରାଏଲ ଗାଜାକୁ ଧ୍ୱଂସସ୍ତୂପରେ ପରିଣତ କରିବା ପରେ ଏହାକୁ ବୈଶ୍ୱିକସ୍ତରରେ ନିନ୍ଦା କରାଯାଉଥିବାବେଳେ ମୋଦି ଇସ୍ରାଏଲ ଗସ୍ତକରି ତାଙ୍କର ନୈତିକତା ଅଧୋଗତିକୁ ଦର୍ଶାଇଛନ୍ତି ବୋଲି କଂଗ୍ରେସ କହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri