Posted inଜାତୀୟ

ମୋଦି ସରକାର ଗରିବ ବିରୋଧୀ: କଂଗ୍ରେସ

ନୂଆଦିଲ୍ଲୀ, ୨୨ା୬(ପି.ଟି.) : କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଗରିବ ବିରୋଧୀ ବୋଲି ବୁଧବାର କଂଗ୍ରେସ ଅଭିଯୋଗ କରିଛି। ଖୋଲା ବଜାର ବିକ୍ରି ଯୋଜନା (ଓଏମ୍‌ଏସ୍‌ଏସ୍‌)ରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଖାଦ୍ୟଶସ୍ୟ ବିକ୍ରି ବନ୍ଦ କରିଦେଇଛନ୍ତି। କର୍ନାଟକ ସରକାରଙ୍କ ଅନ୍ନ ଭାଗ୍ୟ ଯୋଜନାକୁ ବନ୍ଦ କରିବା ପାଇଁ କେନ୍ଦ୍ର ଏଭଳି ନିଷ୍ପତ୍ତି ନେଇଥିବା କଂଗ୍ରେସ କହିଛି। କର୍ନାଟକରେ କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ ବିପିଏଲ୍‌ ପରିବାରକୁ ୧୦ କିଲୋଗ୍ରାମ ଲେଖାଏ ଚାଉଳ ଯୋଗାଇ ଦେବ ବୋଲି ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲା। ଦଳର ୫ ନିର୍ବାଚନ ପୂର୍ବବର୍ତ୍ତୀ ଗ୍ୟାରେଣ୍ଟି ମଧ୍ୟରୁ ଅନ୍ନ ଭାଗ୍ୟ ଯୋଜନା ଅନ୍ୟତମ। ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଓଏମ୍‌ଏସ୍‌ଏସ୍‌ରେ ଚାଉଳ ବିକ୍ରି ବନ୍ଦ କରିବା ଷଡ଼ଯନ୍ତ୍ରପୂର୍ଣ୍ଣ ରାଜନୀତି ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି। ଗତ ମେ’ ୧୩ରେ କର୍ନାଟକ ଜନସାଧାରଣ ପ୍ରଧାନମନ୍ତ୍ରୀ ଏବଂ ଭାଜପାକୁ ପ୍ରତ୍ୟାଖ୍ୟାନ କଲେ। ଜୁନ୍‌ ୨ରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ରାଜ୍ୟରେ ଅନ୍ନଭାଗ୍ୟ ଗ୍ୟାରେଣ୍ଟି ଯୋଜନା ଜୁଲାଇରୁ କାର୍ଯ୍ୟକାରୀ ହେବ ବୋଲି ଘୋଷଣା କଲେ। ଜୁନ୍‌ ୧୩ରେ କେନ୍ଦ୍ର ସରକାର ସର୍କୁଲାର ଜାରି କରି ଓଏମ୍‌ଏସ୍‌ଏସ୍‌ରେ ରାଜ୍ୟଗୁଡ଼ିକୁ ଭାରତର ଖାଦ୍ୟ ନିଗମ (ଏଫ୍‌ସିଆଇ)ରୁ ଚାଉଳ ବିକ୍ରି ବନ୍ଦ କରିଦେଲେ। ଅନ୍ନ ଭାଗ୍ୟକୁ ବନ୍ଦ କରିବା ପାଇଁ ଏହା କରାଯାଇଥିବା ଜୟରାମ କହିଛନ୍ତି। କର୍ନାଟକ ସରକାର ଏଫସିଆଇକୁ ଚାଉଳ କ୍ୱିଣ୍ଟାଲ ପ୍ରତି ୩,୪୦୦ ଟଙ୍କା ଦେବାକୁ ଚାହୁଁଥିଲେ। କିନ୍ତୁ ଉକ୍ତ ଓ୍ବିଣ୍ଡୋକୁ ବନ୍ଦ କରିଦିଆଗଲା। ଅନ୍ୟପକ୍ଷରେ ଇଥାନୋଲ ଉତ୍ପାଦନ ଏବଂ ପେଟ୍ରୋଲ ବେଣ୍ଡିଂ ପାଇଁ ଏଫ୍‌ସିଆଇ କୁଇଣ୍ଟାଲ ୨,୦୦୦ ଟଙ୍କା ଦରରେ ଚାଉଳ ବିକ୍ରି ଜାରି ରଖିଛି। ସବୁବେଳେ ଖାଦ୍ୟ ନିରାପତ୍ତା ସର୍ବାଧିକ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ ବୋଲି ଜୟରାମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri