Posted inଜାତୀୟ

ଦେଶର ସବୁ କିଛି ବିକ୍ରି କରି ଦେଇଛନ୍ତି ମୋଦି ସରକାର: ସଚିନ ପାଇଲଟ…

ନୂଆଦିଲ୍ଲୀ,୬।୧୧ : ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରବିବାର ହିମାଚଳ ପ୍ରଦେଶର ନିର୍ବାଚନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାର ବ୍ୟାଙ୍କ, ବିମାନବନ୍ଦର ଏବଂ ବୀମା କମ୍ପାନୀ ସମେତ ଦେଶର ସବୁକିଛି ବିକ୍ରି କରିଛନ୍ତି। ଭାଜପା ବିରୋଧୀ ଦଳ ଭାବେ ପୂର୍ବରୁ ଏନେଇ ଚିତ୍କାର କରୁଥିଲା।

ସ୍ବଦେଶୀ ଜାଗରଣ ମଞ୍ଚ କହୁଥିଲା ଯେ ଆମେ ଦେଶକୁ ବିକ୍ରୟ କରିବାକୁ ଦେବୁ ନାହିଁ। ମାତ୍ର ମୋଦି ସରକାର ବର୍ତ୍ତମାନ କିଛି ବିକ୍ରି କରିଛନ୍ତି। ହୋଟେଲ ଏବଂ ରାସ୍ତାକୁ ଅଳ୍ପ କିଛି ଲୋକଙ୍କୁ ହାତରେ ବିକ୍ରି ହୋଇଛି। ପାଲାମପୁରରେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ପାଇଲଟ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି।

ସଚିନ ପାଇଲଟ କହିଛନ୍ତି ଯେ ଯେତେବେଳେ ନିର୍ବାଚନ ଆସୁଛି, ଭାଜପା ହିନ୍ଦୁ-ମୁସଲମାନ ଏବଂ ମନ୍ଦିର-ମସଜିଦ ବିଷୟରେ କହି ଲୋକଙ୍କୁ ବିଭ୍ରାନ୍ତ କରୁଛି। ସୂଚନା ଅଧିକାର ଏବଂ ଶିକ୍ଷା ଅଧିକାର ହେଉଛି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଶାସନର ଉପହାର।

ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଖାଦ୍ୟ ନିରାପତ୍ତା ଅଧିକାର ସୃଷ୍ଟି କରାଯାଇଥିଲା। ଜନସାଧାରଣଙ୍କ ପକେଟକୁ କିପରି ଟଙ୍କା ଆସିବ ସେନେଇ କଂଗ୍ରେସ ଏକ ଆଇନ ପ୍ରସ୍ତୁତ କରିଥିଲା। ପାଇଲଟ କହିଛନ୍ତି ଯେ ଯେତେବେଳେ ଭାଜପା ବିରୋଧୀ ଦଳ ଥିଲା ସେତେବେଳେ ଜିଏସଟିକୁ ବିରୋଧ କରୁଥିଲା, ଆଧାର କାର୍ଡକୁ ବିରୋଧ କରୁଥିଲା। ଯେତେବେଳେ ବିରୋଧୀ ଥିଲା, ଭାଜପା ଏଫଡିଆଇକୁ ବିରୋଧ କରୁଥିଲା। ମେକ ଇଣ୍ଡିଆ, ଫିଟ ଇଣ୍ଡିଆ ଏବଂ ଭାଗୋ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ସ୍ବଚ୍ଛ ଭାରତ ଭଳି ଭାଜପା ୧୭ ଟି ସ୍ଲୋଗାନ ଦେଇଛି। ସେଥିମଧ୍ୟରୁ କେତେ ସଫଳ ହୋଇଛି ତାହାର ହିସାବ ଭାଜପା ଦେଉ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri