ରଙ୍ଗ ରହସ୍ୟ: କେଉଁ ରଙ୍ଗ ଦେଇଥାଏ କେଉଁ ସଙ୍କେତ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଆମ ଜୀବନଶୈଳୀ ଉପରେ ରଙ୍ଗର ମଧ୍ୟ ଅନେକ ପ୍ରଭାବ ରହିଛି। ତେବେ କେଉଁ ରଙ୍ଗ କେଉଁ ସଙ୍କେତ ଦେଇଥାଏ ଜାଣନ୍ତୁ ସେ ସମ୍ପର୍କରେ…

* ନାଲି: ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ରଙ୍ଗ ଅନ୍ୟ ସବୁ ରଙ୍ଗଠାରୁ ଅଧିକ ପ୍ରଭାବଶାଳୀ ହୋଇଥାଏ। ବିଶ୍ୱାସ ରହିଛି ଜୀବନରେ ସୁଖ ସମୃଦ୍ଧି ଆଣିଥାଏ ନାଲି ରଙ୍ଗ। ହେଲେ ଭୁଲ୍‌ରେ ବି ନାଲି ରଙ୍ଗକୁ ବେଡ୍‌ ରୁମ୍‌ରେ ଲଗାଇବେ ନାହିଁ।

* ନାରଙ୍ଗୀ: ଜୀବନରେ ଆସୁଥିବା ବାଧାବିଘ୍ନକୁ ସାହାସର ସହ ସାମ୍ନା କରିବାକୁ ଏହି ରଙ୍ଗ ମାନସିକ ସ୍ତରରେ ଆମକୁ ଦୃଢ କରିଥାଏ। ତେଣୁ ଏହି ରଙ୍ଗକୁ ବି ଆମ ଦୈନନ୍ଦୀନ ଜୀବନରେ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବା।

* ହଳଦିଆ: ଉତ୍ସାହର ପ୍ରତୀକ ହେଉଛି ଏହି ରଙ୍ଗ। ଗମ୍ଭୀରରୁ ଗମ୍ଭୀର ପରିସ୍ଥିତିରେ ବି ଏହା ମାନସିକ ସ୍ତରରେ ଦୃଢ ହେବା ପାଇଁ ପ୍ରେରଣା ଦେଇଥାଏ। ତେଣୁ ପୋଷାକଠାରୁ ଆରମ୍ଭ କରି ଘରେ ବି ହଳଦିଆ ରଙ୍ଗର ବ୍ୟବହାର କରିପାରିବେ।

* ସବୁଜ: ଏହି ରଙ୍ଗ ହେଉଛି ଶାନ୍ତିର ପ୍ରତୀକ। ଯେଉଁମାନେ ଅଧିକରୁ ଅଧିକ ଏହି ରଙ୍ଗର ବ୍ୟବହାର କରିଥାନ୍ତି, ତାଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।

*ନୀଳ: ସତ୍ୟତାର ସମ୍ପର୍କ ଏହି ରଙ୍ଗ ସହିତ ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ଘରେ ଏହି ରଙ୍ଗର ବ୍ୟବହାର ବି କରିପାରିବେ।

*ବାଇଗଣୀ: ଏହି ରଙ୍ଗ ମନକୁ ଆଧ୍ୟାତ୍ମିକତା ଆଡ଼କୁ ଅଗ୍ରସର କରାଇଥାଏ। ତେଣୁ ପୂଜା ଘରେ ଏହି ରଙ୍ଗର ପ୍ରୟୋଗ କରିବା ଶୁଭଫଳ ଦେଇଥାଏ।

*ସୁନେଲି: ଏହି ରଙ୍ଗ ଆତ୍ମସମ୍ମାନ ତଥା ଧନବୃଦ୍ଧିକୁ ସୂଚାଇଥାଏ। ତେଣୁ ଘରେ ଏହି ରଙ୍ଗର ଡୋର୍‌ ସ୍କ୍ରିନ୍‌ ଲଗାଇପାରିବେ କିମ୍ବା ଏହି ରଙ୍ଗର ପୋଷାକ ମଧ୍ୟ ପିନ୍ଧି ପାରିବେ।

* କଳା ଓ ଧଳା: କଳାରଙ୍ଗ ଯେଉଁଠି ଜୀବନରେ ସମସ୍ୟା ତଥା ଅବସାଦକୁ ବଢାଇଥାଏ, ସେଠି ଧଳାରଙ୍ଗ ମନକୁ ଶାନ୍ତି ପ୍ରଦାନ କରିଥାଏ। ଖାସ୍‌ ସେଇଥିପାଇଁ ଘରର ଯେ କୌଣସି ରୁମ୍‌ରେ ଧଳା ରଙ୍ଗ ଲଗାଇଲେ ଚଳିବ କିନ୍ତୁ କଳା ରଙ୍ଗ କେଉଁଠି ବି ଲଗାଇବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ରକ୍ଷାବନ୍ଧନରେ ଗ୍ରହମାନଙ୍କ ୩ ମହାଯୋଗ: ଏହି ୫ ରାଶିର ଦ୍ରୁତ ଗତିରେ ଉନ୍ନତି, ହେବେ ମାଲାମାଲ!

୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଶ୍ରାବଣ ମାସର ଶେଷ ସୋମବାରରେ ଅଦ୍ଭୁତ ଯୋଗ, ୪ ରାଶିଙ୍କ ଚମକିବ ଭାଗ୍ୟ

ଆଜି ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର । ଜ୍ୟୋତିଷ ମତାନୁସାରେ ଆଜିର ଦିନଟି ବେଶ୍ ଶୁଭ ରହିବ । ଶ୍ରାବଣ ସୋମବାରରେ ଏକାଧିକ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri