ନିର୍ବାଚନ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ‘ପେନସନ ଭେଟି’ ଦେଇପାରନ୍ତି ମୋଦି ସରକାର, ଯୋଜନାରେ ବଡ଼ ପରିବର୍ତ୍ତନ ନେଇ…

ନୂଆଦିଲ୍ଲୀ,୩।୧୧: ମୋଦି ସରକାର ଚଳିତ ବର୍ଷ ଶେଷ ଆଡକୁ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଇପାରନ୍ତି । ତଦନୁଯାୟୀ ସରକାର ନ୍ୟାଶନାଲ ପେମେଣ୍ଟ ସିଷ୍ଟମ(ଏନ୍‌ପିଏସ୍‌) ନିୟମରେ ବଡ଼ ପରିବର୍ତ୍ତନ କରିପାରନ୍ତି, ଯାହାଦ୍ୱାରା କର୍ମଚାରୀଙ୍କୁ ଏକ ନିର୍ଦ୍ଧାରିତ ପେନସନ୍‌ ରାଶିର ଗ୍ୟାରେଣ୍ଟି ମିଳିଯିବ। ତେବେ ଏଥିଲାଗି ସରକାର ଆନ୍ଧ୍ରପ୍ରଦେଶ ଭଳି ମଡେଲ ଲାଗୁ କରିବା ଉପରେ ବିଚାର କରୁଛନ୍ତି। ଏଥିଯୋଗୁ କର୍ମଚାରୀଙ୍କୁ ୪୦-୫୦% ଯାଏ ନିର୍ଦ୍ଧାରିତ ପେନ୍‌ସନର ଗ୍ୟାରେଣ୍ଟି ମିଳିଯାଇପାରେ। ଯଦି ଏଭଳି ହୁଏ ତେବେ ୨୦୦୪ରେ ପେନସନ୍‌ ବ୍ୟବସ୍ଥାକୁ ବନ୍ଦ କରିବା ପରେ ଏହା ବଡ଼ ପରିବର୍ତ୍ତନ ହେବ। ଏବେ ଏନ୍‌ପିଏସ୍‌ରେ ଯୋଗଦାନ ଆଧାରରେ କର୍ମଚାରୀଙ୍କୁ ପେନସନ୍‌ ମିଳୁଛି। ହେଲେ ପୁରୁଣା ପେନସନ ବ୍ୟବସ୍ଥା ଅନୁଯାୟୀ ଅବସର ସମୟରେ କର୍ମଚାରୀ ପାଉଥିବା ଅନ୍ତିମ ଦରମା ଆଧାରରେ ୫୦% ଟଙ୍କା ପେନସନ ଭାବେ ମିଳୁଥିଲା।
ରିପୋର୍ଟ ମୁତାବକ, କେନ୍ଦ୍ର ସରକାର ଯେଉଁ ନୂଆ ନିୟମ ପ୍ରସ୍ତୁତ କରୁଛନ୍ତି, ତାହା ମୁତାବକ କର୍ମଚାରୀଙ୍କୁ ୪୦-୫୦% ଟଙ୍କାର ନିର୍ଦ୍ଧାରିତ ପେନସନ ଅଫର ମିଳିଯାଇପାରେ। ସରକାରୀ କର୍ମଚାରୀ ଅବସର ପୂର୍ବରୁ ଯେଉଁ ଅନ୍ତିମ ଦରମା ପାଇଥିବେ, ତାହା ଆଧାରରେ ୪୦-୫୦% ରାଶି ପେନସନ ଭାବେ ମିଳିବ। ଏହା ଅଧିକାଂଶ ଭାବେ ଆନ୍ଧ୍ର ମଡେଲ ଭଳି ହେବ। ଏଥିରେ ମାର୍କେଟ ଲିଙ୍କ ବ୍ୟବସ୍ଥା ଆପଣାଯିବ। ନିର୍ଦ୍ଧାରିତ ପେନସନ୍‌ ଲାଗି କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ରାଶି ଯୋଗଦାନ କରିବାକୁ ହେବ। ବାକି ଆବଶ୍ୟକ ଟଙ୍କା ସରକାର ପୈଠ କରିବେ। କର୍ମଚାରୀଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବ ନାହିଁ।
ଏବେ କ’ଣ ରହିଛି ବ୍ୟବସ୍ଥା:
ନୂତନ ପେନସନ ସ୍କିମ ଅନୁଯାୟୀ କର୍ମଚାରୀଙ୍କୁ ନିଜର ବେସିକ ସାଲାରୀର ୧୦% ଏବଂ ସରକାର ତାର ବେସିକ ସାଲାରୀର ୧୪% ରାଶି ପେନସନ ଫଣ୍ଡ ଯୋଗଦାନ କରିଥାଏ। ଏହା ଆଧାରରେ ଜମା ରାଶି ଅନୁଯାୟୀ ପେନସନ ମିଳିଥାଏ। ଯଦି ନୂଆ ପ୍ରସ୍ତାବ ଲାଗୁ ହୋଇଯାଏ ତେବେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର ହୋଇପାରେ। କାରଣ ଏବେ ନୂତନ ସ୍କିମ ଅନୁଯାୟୀ ସରକାରୀ କର୍ମଚାରୀଙ୍କୁ ତାଙ୍କର ଅନ୍ତିମ ଦରମା ତୁଳନାରେ ୩୮% ରାଶି ବରାବର ପେନସନ ମିଳିଥାଏ। ଏହା ୫୦% ଯାଏ ହୋଇଗଲେ କର୍ମଚାରୀମାନେ ଖୁସି ହୋଇଯିବେ।
କହିରଖୁଛୁ, ପୁରୁଣା ପେନସନ ସ୍କିମ ଏକ ବଡ଼ ନିର୍ବାଚନୀ ପ୍ରସଙ୍ଗ ହୋଇସାରିଛି। ଏହାକୁ ନେଇ ବିରୋଧୀ ଭାଜପାକୁ ଟାର୍ଗେଟ କରୁଛନ୍ତି। ହିମାଚଳ ପ୍ରଦେଶ ଏବଂ କର୍ନାଟକରେ କଂଗ୍ରେସ ବିଜେତା ହେବା ପଛରେ ପୁରୁଣା ପେନସନ ଯୋଜନାର ବଡ଼ ଯୋଗଦାନ ଥିଲା। କଂଗ୍ରେସର ସରକାର ଛତିଶଗଡ଼, ହିମାଚଳ ପ୍ରଦେଶ, ଝାରଖଣ୍ଡରେ ପୁରୁଣା ପେନସନ ସ୍କିମ ଲାଗୁ କରିଦେଇଛନ୍ତି। ବିରୋଧୀ ଦଳ ଏବଂ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ସରକାର ଏନ୍‌ପିଏସ୍‌ରେ ସୁଧାର ଆଣିବା ଲାଗି କମିଟି ଗଠନ ଲାଗି ଘୋଷଣା କରିଥିଲେ। ଯଦି ସରକାର ନୂଆ ବ୍ୟବସ୍ଥା ଲାଗୁ କରାଯାଏ ତେବେ ପୁରୁଣା ଏବଂ ନୂତନ ବ୍ୟବସ୍ଥାରେ ବଡ଼ ପ୍ରାର୍ଥକ୍ୟ ନଜର ଆସିବ। ପୁରୁଣା  ପେସନ ଯୋଜନାରେ କର୍ମଚାରୀଙ୍କୁ ନିଜ ତରଫରୁ ଯୋଗଦାନ ଦେବାକୁ ପଡ଼ୁ ନ ଥିଲା। ହେଲେ ନୂଆ ପେନସନ ବ୍ୟବସ୍ଥାରେ କର୍ମଚାରୀଙ୍କୁ ମଧ୍ୟ ଯୋଗଦାନ ଦେବାକୁ ପଡ଼ୁଛି।

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

ଦେଶବାସୀଙ୍କ ପାଇଁ ଖୁସିଖବର: ଯୁଦ୍ଧ ମଧ୍ୟରେ ଏହି ୫ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୨୫।୩: ପଶ୍ଚିମ ଏସିଆରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ସରକାର ଦେଶର ଅର୍ଥନୀତି ଏବଂ ସାଧାରଣ ଜନତାଙ୍କୁ ଏହାର ପ୍ରତିକୂଳ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଯୁଦ୍ଧ ପ୍ରଭାବ: ବଢ଼ିପାରେ ମଦ, ବିୟର ମୂଲ୍ୟ

ନୂଆଦିଲ୍ଲୀ,୨୫ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ତୈଳ ଓ ଗ୍ୟାସ୍‌ ଆମଦାନୀ ବାଧାପ୍ରାପ୍ତ ହୋଇଥିବାରୁ ଭାରତରେ ଖାଉଟିଙ୍କ ଠାରୁ ଆରମ୍ଭ କରି ଶିଳ୍ପକ୍ଷେତ୍ର ପର୍ଯ୍ୟନ୍ତ ସମସ୍ୟା ବଢିବାରେ ଲାଗିଛି।…

ଇସ୍ରାଏଲର ବଡ଼ ଘୋଷଣା: ଏହି ସର୍ତ୍ତରେ ଇରାନ ସହିତ ବନ୍ଦ ହେବ ଯୁଦ୍ଧ, ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୫।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଯୁଦ୍ଧବିରତି ନେଇ ନିରନ୍ତର ପ୍ରଶ୍ନ ଉଠାଯାଉଛି। ଏହି ସମୟରେ, ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ରୁଭେନ ଆଜାର…

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri