Posted inଜାତୀୟ

ମୋଦିଙ୍କ ଲଫାପାରୁ ମିଳିଲା ଏତିକି ଟଙ୍କା

ଜୟପୁର,୨୬।୯: ରାଜସ୍ଥାନର ଭିଲୱାରା ଜିଲାରେ ଅବସ୍ଥିତ ମାଲାସେରୀ ଡୁଙ୍ଗରି ମନ୍ଦିରର ଦାନ ବାକ୍ସ ଖୋଲାଯାଇଛି। ଦାନ ବାକ୍ସରୁ ୮ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଲଫାପା ଖୋଲାଯାଇଛି ଏବଂ ସେଥିରୁ ୨୧ ଟଙ୍କା ବାହାରିଛି। ମନ୍ଦିର ପୁରୋହିତ ହେମରାଜ ପୋସୱାଲ ଏହି ଦାବି କରିଛନ୍ତି। ଏଥି ସହିତ ମନ୍ଦିର ଦାନ ବାକ୍ସରୁ ଏପର୍ଯ୍ୟନ୍ତ ୧୯ ଲକ୍ଷ ଟଙ୍କା ମିଳିଛି। ଏବେ ବି ଟଙ୍କା ଗଣନା ଜାରି ରହିଛି। ଏହି ଦାନ ବାକ୍ସ ବର୍ଷକୁ ଥରେ ଖୋଲାଯାଏ। ଆଠ ମାସ ହେବ ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ଲଫାପା ବିଷୟରେ ବିଭିନ୍ନ କଳ୍ପନା ଜଳ୍ପନା କରୁଥିଲେ।
ଗତ ଜାନୁଆରୀ ୨୮ରେ, ପ୍ରଧାନମନ୍ତ୍ରୀ ମୋଦି ମାଲାସେରୀ ଡୁଙ୍ଗରି ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଏହି ସମୟରେ ସେ ମନ୍ଦିରର ଦାନ ବାକ୍ସରେ ଏକ ଲଫାପା ରଖିଥିଲେ। ମନ୍ଦିର ପୁରୋହିତ ହେମରାଜ ପୋସୱାଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଲଫାପାକୁ ନେଇ ଆମେ ସମସ୍ତେ ଉତ୍ସାହିତ ଥିଲୁ। ଆଠ ମାସ ପର୍ଯ୍ୟନ୍ତ ଏହାକୁ ଖୋଲିବା ପାଇଁ ଅପେକ୍ଷା କରିଥିଲୁ। ସୋମବାର ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ସମସ୍ତଙ୍କ ସାମ୍ନାରେ ସେହି ଲଫାପାଟି ଖୋଲା ଖୋଲାଯାଇଥିଲା, ଯେଉଁଥିରୁ ୨୦ ଟଙ୍କିଆ ନୋଟ ଏବଂ ଗୋଟିଏ ଟଙ୍କା ମୁଦ୍ରା ମିଳିଥିଲା। ପୁରୋହିତ ହେମରାଜ ଦାବି କରିଛନ୍ତି ଯେ, ଦାନ ବାକ୍ସରୁ ତିନୋଟି ଲଫାପା ବାହାରିଛି। ଗୋଟିଏ ଲଫାପାରୁ ୨୧୦୦ ଟଙ୍କା ଏବଂ ଅନ୍ୟଟିରୁ ୧୦୧ ଟଙ୍କା ବାହାରିଛି। ଏହି ଉଭୟ ଲଫାପାଗୁଡ଼ିକ ଭିନ୍ନ ରଙ୍ଗର ଥିଲା। ପ୍ରଧାନମନ୍ତ୍ରୀ ମୋଦି ଦାନ ବାକ୍ସରେ ରଖିଥିବା ଧଳା ରଙ୍ଗର ଲଫାପାରୁ ୨୧ ଟଙ୍କା ବାହାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହିମାନେ ପାଇବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରକାଶ ପାଇଲା ତାଲିକା, ଲିଷ୍ଟରେ ଅଛନ୍ତି…

କେସିଙ୍ଗା,୨୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଥିବାକୁ ନେଇ ଜିଲାପାଳଙ୍କ ନିକଟରେ ଇତିମଧ୍ୟରେ ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ…

ରାଜନୀତିରେ ହଲଚଲ: ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୈଠକ, ସାମିଲ ହେଲେ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

ଆନ୍ଦୋଳନର ୩୪ ଦିନ: ଆଗକୁ କ’ଣ ହେବ? ସରକାରଙ୍କ ଚିନ୍ତା ବଢାଇଲା CJPର ଯୋଜନା

ନୂଆଦିଲ୍ଲୀ,୨୩।୭: ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନର ୩୪ ଦିନ ପୂରଣ ହେବା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ଉତ୍ସାହ କମିନାହିଁ। କକ୍ରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜୀତ୍‌…

ପେପର୍‌ ଲିକ୍‌ ଘଟଣାରେ ମୋଦି କଲେ ବଡ଼ ଘୋଷଣା, ଜାତୀୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୩ା୭: ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନପତ୍ର ଲିକ୍ (Paper Leak) ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଶ୍ନପତ୍ର…

ସିଜେପି ବିକ୍ଷୋଭ ସ୍ଥଳ ନିକଟରେ ହିଂସା: ଟେକାମାଡ଼ରେ ୫ ପୋଲିସ ଆହତ

ନୂଆଦିଲ୍ଲୀ,୨୩ା୭: ନୂଆଦିଲ୍ଲୀର ଯନ୍ତରମନ୍ତରସ୍ଥିତ ବିକ୍ଷୋଭ ସ୍ଥଳ ନିକଟରେ ବୁଧବାର ସନ୍ଧ୍ୟାରେ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀଙ୍କ ଟେକାମାଡ଼ରେ ୨ ଜଣ ଏସିପିଙ୍କ ସମେତ ୫ ପୋଲିସ ଆହତ ହୋଇଛନ୍ତି।…

କିଡ୍‌ନୀ ରୋଗରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ: ଚିକିତ୍ସା ଅଭାବକୁ ନେଇ ପୁଣି ଉଠିଲା ପ୍ରଶ୍ନ

ସୋନପୁର,୨୩।୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ୧୦ ଜିପିଏଲ୍‌ଏଫ୍‌ (ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ) ପ୍ରୋସେସିଂ ମେଶିନ କିଣିବା ନାମରେ ଠକାମିର ଶିକାର ହୋଇଛନ୍ତି। ଏଜେନ୍ସି କୋଟିଏ ଟଙ୍କା ବର୍ଷେ…

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: NEET-UG ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି। ଜନ୍ତର-ମନ୍ତରରେ…

ଆନ୍ଦୋଳନ ଭିତରେ ଆକ୍ସନ ମୋଡକୁ ଆସିଲେ ଧର୍ମେନ୍ଦ୍ର ପ୍ରଧାନ: ନେଲେ ଏହି ପଦକ୍ଷେପ, ଓଡ଼ିଶାର ସାଂସଦଙ୍କ ସହିତ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri