ଅଧରାତିରେ ନେତାଙ୍କ ସହ ମାନସମନ୍ଥନ କଲେ ମୋଦି: ଜାଣନ୍ତୁ କ’ଣ ହେଲା ଆଲୋଚନା

ଭୁବନେଶ୍ୱର,୯।୧: ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଅଛନ୍ତି। ଓଡ଼ିଶାରେ ପହଞ୍ଚିବା ପରେ ମୋଦି ଅଧରାତିରେ ବିକାଶର ଦୂରଦୃଷ୍ଟି ସଂପନ୍ନ ଯୋଜନାର ମାନସମନ୍ଥନ କରିଛନ୍ତି। ବିଭିନ୍ନ ଯୋଜନା ଓ କ୍ରିୟାନ୍ବୟନ ନେଇ ସେ ଆଲୋଚନା କରିଛନ୍ତି। ବିଭିନ୍ନ ଯୋଜନା କେମିତି ଲୋକଙ୍କ ପାଖରେ ପହଞ୍ଚିବ ସେ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।
ବିଶାଖାପାଟଣାର ଏନ୍‌ଟିପିସିର ଅତ୍ୟାଧୁନିକ ଗ୍ରୀନ୍‌ ହାଇଡ୍ରୋଜେନ୍‌ ହବ୍‌ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସାରେ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରଠାରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ସ୍ବାଗତକରିବା ପାଇଁ ବିମାନବନ୍ଦରଠାରେ ରାଜ୍ୟପାଳ ହରିବାବୁ କମ୍ଭମପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ଭାଜପା ନେତା ଓ ମନ୍ତ୍ରୀ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତକରିବା ଲାଗି ଏୟାରପୋର୍ଟ ଛକଠାରୁ ଆରମ୍ଭକରି କ୍ୟାପିଟାଲ ହସ୍ପିଟାଲ, ଏଜି ଛକ ଏବଂ ରାଜଭବନ ଛକ ଭଳି ବିଭିନ୍ନ ସ୍ଥାନରେ ଓଡ଼ିଶାର ପାରମ୍ପରିକ ନୃତ୍ୟ ପରିବେଷଣ ସହ ବହୁ ଲୋକ ଏକତ୍ର ହୋଇଥିଲେ। ପ୍ରଧାନମନ୍ତ୍ରୀ ବୁଧବାର ରାଜଭବନଠାରେ ରାତ୍ରିଯାପନ କରିଥିଲେ।
ଗୁରୁବାର ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ଯାଏ ସେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଉପସ୍ଥିତ ରହି ଉଦ୍‌ବୋଧନ ଦେବେ। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତକରିବା ଲାଗି ସବୁଆଡ଼େ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ବଡ଼ ଫ୍ଲେକ୍ସ ଏବଂ ବ୍ୟାନରରେ ଛାଉଣି କରାଯାଇଛି। ଗୁରୁବାରର କାର୍ଯ୍ୟକ୍ରମ ସାରି ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଅନ୍ୟପଟେ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଯୋଗଦେବା ଲାଗି ଗୁରୁବାର ରାତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର, ୨୧ା୧: ଚାଳିତମାସରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ। ପ୍ରଧାନମନ୍ତ୍ରୀ ପୂର୍ବାହ୍ନ...

ଜଙ୍ଗଲରୁ ମୃତ ଶରୀର ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୋରଡା, ୨୧ା୧ (ରଜନୀ ମହାପାତ୍ର): ସୋରଡା ବଡଗଡ ଥାନା ଇଲାକାରେ ପୁଣି ଠାରେ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ବଡଗଡ ଥାନା ଅନ୍ତରଗତ ଓରା...

ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ମିଳିବ ୫ଲକ୍ଷ ଟଙ୍କା…

ଭୁବନେଶ୍ୱର,୨୧।୧: ରାଜ୍ୟରେ ଚାଷୀ ଓ ଅନ୍ୟାନ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ସମବାୟ ମାଧ୍ୟମରେ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟରେ ପ୍ରାଥମିକ କୃଷି ସମବାୟ...

ପାଚକ,ପାଚିକା ମାନଙ୍କ ପାରିଶ୍ରମିକ ୩୦୦୦ ଟଙ୍କାକୁ ବୃଦ୍ଧି, ଉପକୃତ ହେବେ ୧.୧୨ ଲକ୍ଷ କର୍ମଚାରୀ

ଭୁବନେଶ୍ୱର, ୨୧ା୧: ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ, ପାଚିକା ମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ...

ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ: ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରଚେଷ୍ଟାରେ ମେଡିକାଲ ପହଞ୍ଚିଲେ

ମୋହନା, ୨୧ା୧( ମନ୍ମଥ ମିଶ୍ର): ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା...

ନବଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଲା ସାଂଘାତିକ କଥା, ନବ ଜୀବିତ ଥିଲେ…

ଭୁବନେଶ୍ୱର,୨୧।୧: ନବ ଦାସ ହତ୍ୟାକାଣ୍ଡକୁ ନେଇ ଏବେ ରାଜ୍ୟ ରାଜନୀତି ଏବେ ଜୋର ଧରିଛି। ବର୍ତ୍ତମାନ ନବଙ୍କର ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଭିନ୍ନ ଭିନ୍ନ ମିଳିଛି।...

ଦେହ ବ୍ୟବସାୟ ଘଟଣାର ପର୍ଦ୍ଦାଫାଶ: କାମ ଦେବା ବାହାନାରେ ଦେହ ବ୍ୟବସାୟରେ ଲଗାଉଥିଲେ

କେନ୍ଦୁଝର,୨୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରୁ ଜଣେ ୧୬ ବର୍ଷ ବୟସ୍କା ପିତୃମାତୃହୀନ ନାବାଳିକାଙ୍କୁ ଭୁବନେଶ୍ୱର ଚାଲାଣ କରି ଦେହ ବ୍ୟବସାୟରେ ଲଗାଯାଇଥିଲା।...

ଫେବୃଆରୀ ୧୩ରୁ ବଜେଟ ଅଧିବେଶନ

ଭୁବନେଶ୍ୱର, ୨୧।୧: ଫେବୃଆରୀ ୧୩ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ୧୭ ରେ ବଜେଟ ଉପସ୍ଥାପନ ହେବ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇ ଅଧିବେଶନ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri