ଏଣିକି ସ୍କୁଲରେ ମୋବାଇଲ୍‌ ମନା: ଜାଣନ୍ତୁ କ’ଣ ରହିଛି କାରଣ

ଡେନମାର୍କ,୧୬।୪: ପିଲାମାନଙ୍କ ଭବିଷ୍ୟତ ଏବଂ ମାନସିକ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି, ଡେନମାର୍କ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦେଶର ସରକାର ନିକଟରେ ଘୋଷଣା କରିଛନ୍ତି, ଖୁବ ଶୀଘ୍ର ୭ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ପାଇଁ ସ୍କୁଲ ଏବଂ ସ୍କୁଲ ପରବର୍ତ୍ତୀ କ୍ଲବଗୁଡ଼ିକରେ ମୋବାଇଲ ଫୋନ ଏବଂ ଟାବଲେଟ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧ ଲାଗୁ କରିବେ।

ଏକ ସରକାରୀ କମିଶନର ସୁପାରିଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ କୁହାଯାଇଛି, ମୋବାଇଲ ଏବଂ ସୋସିଆଲ ମିଡିଆ ଛୋଟ ପିଲାମାନଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଉଛି। ୧୩ ବର୍ଷରୁ କମ ବୟସର ପିଲାମାନଙ୍କର ନିଜସ୍ବ ସ୍ମାର୍ଟଫୋନ କିମ୍ବା ଟାବଲେଟ ରଖିବା ଉଚିତ୍‌ ନୁହେଁ।

ସରକାର ଏବେ ଆଇନ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଦ୍ୱାରା ଦେଶର ସମସ୍ତ ‘ଫୋଲକେସକୋଲ’ ଅର୍ଥାତ୍‌ ପ୍ରାଥମିକ ଏବଂ ନିମ୍ନ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ମୋବାଇଲ-ମୁକ୍ତ ଜୋନ କରାଯାଇପାରିବ। ଏହାର ଅର୍ଥ ହେଉଛି ୭ ରୁ ୧୭ ବର୍ଷ ବୟସର ପିଲାମାନେ ସ୍କୁଲକୁ ମୋବାଇଲ ଫୋନ ଆଣିବାକୁ ଅନୁମତି ପାଇବେ ନାହିଁ।ଦ୍‌ନା କ୍ଲାସ ସମୟରେ, ନା ବିରତି ସମୟରେ, ନା ସ୍କୁଲ ପରବର୍ତ୍ତୀ କ୍ଲବଗୁଡ଼ିକରେ ମୋବାଇଲ୍‌ ବ୍ୟବହାର କରିପାରିବେ ନାହିଁ।

ଡେନମାର୍କର ଶିଶୁ ଏବଂ ଶିକ୍ଷା ମନ୍ତ୍ରୀ ମାଟିୟାସ ଟେସଫାୟେ କହିଛନ୍ତି, ମୋବାଇଲ ଫୋନ ପିଲାମାନଙ୍କୁ ବିଚଳିତ କରେ ଏବଂ ସେମାନଙ୍କ ମାନସିକ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଏ। ଏହା ପିଲାମାନଙ୍କର ଆତ୍ମବିଶ୍ୱାସ ଏବଂ ଆତ୍ମସମ୍ମାନ ଉଭୟକୁ ଦୁର୍ବଳ କରିପାରେ।

ପ୍ରାୟ ୯୪% ପିଲା ୧୩ ବର୍ଷ ବୟସ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ହୋଇଯାଆନ୍ତି। ୯ ରୁ ୧୪ ବର୍ଷ ବୟସର ପିଲାମାନେ ଦିନକୁ ପ୍ରାୟ ୩ ଘଣ୍ଟା ସୋସିଆଲ ମିଡିଆରେ ବିତାଇଥାନ୍ତି।

୨୦୧୮ରେ ଫ୍ରାନ୍ସ ସ୍କୁଲରେ ମୋବାଇଲ ଫୋନ ନିଷେଧ କରିଥିଲା ଏବଂ ନରୱେ ସୋସିଆଲ ମିଡିଆ ବ୍ୟବହାର ପାଇଁ ସର୍ବନିମ୍ନ ବୟସ ୧୫ ବର୍ଷ ଧାର୍ଯ୍ୟ କରିଛି। ସାମଗ୍ରିକ ଭାବରେ, ଡେନମାର୍କର ଏହି ପଦକ୍ଷେପ ଶିଶୁମାନଙ୍କ କଲ୍ୟାଣ ପାଇଁ ଏକ ଦୃଢ଼ ପ୍ରୟାସ।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ନିର୍ବାଚିତ ନହୋଇ ବିଧାୟକ ହେବେ ସୁନେତ୍ରା ପାୱାର, ନାମାଙ୍କନ ପ୍ରତ୍ୟାହାରର ୧ ଘଣ୍ଟା ପୂର୍ବରୁ ମତ ବଦଳାଇଲା କଂଗ୍ରେସ

ମୁମ୍ବାଇ,୯।୪: ବର୍ତ୍ତମାନ ଏହା ପ୍ରାୟ ନିଶ୍ଚିତ ଯେ ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନରୁ ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବିଧାୟକ ହେବେ।…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri