Watch Video:ମ୍ୟାଚ୍‌ ବିଜୟ ପରେ ବି ଥରୁଥିଲେ ପଞ୍ଜାବ ମାଲିକାଣୀ: କୋଚ୍‌ଙ୍କୁ କହିଲେ, ମୋତେ ଦେଖ…

ଚଣ୍ଡିଗଡ,୧୬।୪: ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ ପକ୍ଷରୁ ୧୧୨ ରନର ବିଜୟ ଲକ୍ଷ୍ୟ ଆଗରେ କେକେଆର ମାତ୍ର ୯୫ ରନ କରିବାକୁ ସକ୍ଷମ ହୋଇଥିଲା। ଏହା ପଞ୍ଜାବର ଚତୁର୍ଥ ବିଜୟ ହୋଇଥିବା ବେଳେ କୋଲକାତା ଲାଗି ଏହା ଚତୁର୍ଥ ପରାଜୟ।
ବିଜୟ ପରେ ପଞ୍ଜାବ ଦଳର ମାଲିକାଣୀ ପ୍ରୀତି ଜିଣ୍ଟା ବହୁତ ଖୁସି ଥିଲେ, ସେ ପଡ଼ିଆରେ ଥିବା ସମସ୍ତ ଖେଳାଳିଙ୍କୁ ଭେଟି ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ମ୍ୟାଚର ଶ୍ରେଷ୍ଠ ଖେଳାଳି ୟୁଜବେନ୍ଦ୍ର ଚହଲଙ୍କୁ ମଧ୍ୟ ଆଲିଙ୍ଗନ କରିଥିଲେ। ବିଜୟ ପରେ ମଧ୍ୟ ପ୍ରୀତି ଥରି ଉଠିଥିଲେ, ସେ ନିଜେ କୋଚଙ୍କୁ ଏହା କହିଥିଲେ!

୧୧୨ ରନର ପିଛା କରି କୋଲକାତା ନାଇଟ ରାଇଡର୍ସ ୬୨/୨ କରିଥିଲା, ୭୫ ବଲରୁ ୫୦ ରନ ଆବଶ୍ୟକ କରୁଥିଲା ଏବଂ ଏହି ସମୟ ପର୍ଯ୍ୟନ୍ତ କେହି ଭାବି ନ ଥିଲେ ଯେ ପଞ୍ଜାବ କିଙ୍ଗ୍ସ ଏଠାରୁ ମ୍ୟାଚ ଜିତିପାରିବ। କିନ୍ତୁ ୟୁଜବେନ୍ଦ୍ର ଚହଲ ଏହି ଭାଗୀଦାରି ଭାଙ୍ଗି ରାହାଣେଙ୍କୁ ଏଲବିଡବ୍ଲୁ ଆଉଟ କରିଥିଲେ, ଏହା ମ୍ୟାଚ୍‌ର ମୋଡ଼ ସାବ୍ୟସ୍ତ ହୋଇଥିଲା। କାରଣ ଏହିଠାରୁ କେକେଆର ବ୍ୟାଟସମ୍ୟାନମାନେ ତାସ ପତା ପରି ଭାଙ୍ଗି ପଡ଼ିଥିଲେ। ପ୍ରୀତି ଜିଣ୍ଟାଙ୍କ ଦୁଃଖ ଖୁସିରେ ପରିଣତ ହେଲା।

ବିଜୟ ପରେ ପଞ୍ଜାବ କିଙ୍ଗ୍ସର ମାଲିକାଣୀ ପ୍ରୀତି ପ୍ରଥମେ ଗ୍ରାଉଣ୍ଡକୁ ଯାଇଥିଲେ, ସେ ଅଧିନାୟକ ଶ୍ରେୟସ ଆୟରଙ୍କ ସମେତ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ସମୟରେ ସେ କୋଚ ରିକି ପଣ୍ଟିଂଙ୍କୁ ଭେଟି ତାଙ୍କୁ ଆଲିଙ୍ଗନ କରିଥିଲେ। ଏହା ପରେ, ସେ କୋଚଙ୍କୁ ତାଙ୍କ ଦୁଇ ହାତ ଛୁଇଁବାକୁ କହିଥିଲେ। ଭିଡିଓରେ ଦେଖାଯାଉଛି ଯେ, ତାଙ୍କ ଦୁଇ ହାତ ଥରୁଛି।

ଟସ୍‌ ଜିତି ବ୍ୟାଟିଂ କରିଥିବା ପଞ୍ଜାବ ୧୫.୩ ଓଭରରେ ୧୧୧ ରନ କରି ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ପ୍ରଭସିମରନ ସିଂ ୩୦ (୨ ଚୌକା ଓ ୩ ଛକା), ପ୍ରିୟାଂଶ ଆର୍ଯ୍ୟ ୨୨ (୩ ଚୌକା ଓ ୧ ଛକା), ଶଶାଙ୍କ ସିଂ (୧୮), ଜାଭିଅର ବାର୍ଟଲେଟ (୧୧) ଓ ନେହାଲ ଓ୍ବାଧେରା (୧୦)ଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଦୁଇ ଅଙ୍କ ସ୍କୋର ଛୁଇଁପାରିନଥିଲେ। କୋଲକାତା ପକ୍ଷରୁ ହର୍ଷିତ ରାଣା ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ ନାରିନ ଦୁଇଟି ଲେଖାଏ ଉଇକେଟ ହାତେଇଥିଲେ। ଛୋଟିଆ ଲକ୍ଷ୍ୟ ନେଇ ଓହ୍ଲାଇଥିବା କୋଲକାତା ମଧ୍ୟ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଫଳରେ ଦଳ ୧୫.୧ ଓଭରରେ ୯୫ ରନ କରି ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଅଙ୍ଗକ୍ରିଶ ରଘୁବଂଶୀ ୩୭(୫ ଚୌକା ଓ ୧ ଛକା), ଅଧିନାୟକ ଅଜିଙ୍କ୍ୟ ରାହାନେ ୧୭ ଓ ଆନ୍ଦ୍ରେ ରସେଲ ୧୭ ରନ କରିଥିଲେ। ଅନ୍ୟ କେହି ଦୁଇ ଅଙ୍କ ସ୍କୋର ଛୁଇଁପାରିନଥିଲେ। ପଞ୍ଜାବ ଲାଗି ୟୁଜବେନ୍ଦ୍ର ଚହଲ ସର୍ବାଧିକ ୪ ଓ ମାର୍କୋ ଜାନସେନ ୩ଟି ଉଇକେଟ ନେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?